Facebook Messenger ଏବଂ Instagram ଆଣିଛି ନୁଆ ଫିଚର, ରିସିଭର ଦେଖିଲା ପରେ ହୋଇଯିବ ମେସେଜ ଡିଲିଟ

ଟେକର ସବୁଠାରୁ ବଡ କମ୍ପାନୀ Facebook ନିକଟରେ ନିଜ ମେସେଞ୍ଜିଙ୍ଗ ଆପ Whats-app ରେ ଆପେଆପେ ମେସେଜ ଡିଲିଟ କରିବାର ଫିଚର ଲଞ୍ଚ କରିଥିଲା।ବର୍ତ୍ତମାନ କମ୍ପାନୀ Facebook Messenger ଏବଂ Instagram ରେ ମଧ୍ୟ Vanish Mode ଫିଚର ଲଞ୍ଚ କରିଛି।

ଟେକ ସାଇଟ ଦି ବର୍ଜ ମୁତାବକ ଏବେ ଆପଣ Facebook Messenger ଏବଂ Instagram ରେ କୋଣସି ବି ସାଙ୍ଗକୁ ମେସେଜ,ଫଟୋ,ଭଏସ ମେସେଜ,ଇମୋଜି ଏବଂ ଷ୍ଟିକର ପଠାଇଲେ ରିସିଭର ଦେଖିଲା ପରେ ଆପେ ଆପେ ଡିଲିଟ ହୋଇଯିବ।ଏହି ଫିଚରର ଖାସ କଥା ହେଉଛି ଆପଣ ଏହାକୁ ଏକ ଭିନ୍ନ ଚାଟ ଭାବରେ ବ୍ୟବହାର କରି ପାରିବେ ଏବଂ ଚାଟ ଓ୍ଵିନଡୋ ମେସେଜ ରିଡ ହେବା ପରେ Disappear ହୋଇଯିବ।ଏହି ନୁଆ ଫିଚରର ଆରମ୍ଭ ଆମେରିକାରରେ ହୋଇ ସାରିଛି ଏବଂ ଖୂବ ଶୀଘ୍ର ପୃଥିବୀର ଅନ୍ୟ ଦେଶ ଗୁଡିକରେ ମଧ୍ୟ ଏହାକୁ ଅପଡେଟ କରାଯିବ।

vanish2

ତେବେ ଏହି ସିକ୍ରେଟ ମେସେଜ ଫିଚର end-to-end encrypted ରହିବ ଓ ଏହା କେବଳ ନିଜ ପର୍ସନାଲ ଡିଭାଇସରେ ସେଭ କରାଯାଇ ପାରିବ ବୋଲି ସୂଚନା ମିଳିଛି। କିଛି ଦିନ ପୂର୍ବରୁ Whats-app ରେ ମଧ୍ୟ ଏହି ଫିଚରର ଆରମ୍ଭ ହୋଇ ସାରିଛି।ଏଠାରେ ମଧ୍ୟ ରିସିଭର ଚାଟ ମେସେଜ ଦେଖିଲା ପରେ ଏହା ଆପେ ଆପେ ଡିଲିଟ ହୋଇଯିବ। ଚଳିତ ସପ୍ତାହରେ ୟୁଜର୍ସଙ୍କ ହ୍ୟାଣ୍ଡସେଟରେ ଏହି ଅପଡେଟ ଦେଖିବାକୁ ମିଳୁଛି।

Leave A Reply

Your email address will not be published.