ଅଗଷ୍ଟ ମାସରୁ ଫେସବୁକ ଜରିଆରେ ଟଙ୍କା ନେଣଦେଣ କରିପାରିବେ ଖୁଚୁରା ବ୍ୟବସାୟୀ

ଖୁଚୁରା ବ୍ୟବସାୟୀଙ୍କ ପାଇଁ ଖୁବଶୀଘ୍ର ଏକ ଭଲ ସୁବିଧା ଆରମ୍ଭ କରିବାକୁ ଯାଉଛି ଫେସବୁକ । ମିଳିଥିବା ସୂଚନା ଅନୁଯାୟୀ କ୍ରେଡିଟ କାର୍ଡ କମ୍ପାନୀ ଲିବ୍ରା କ୍ରିପଟୋ କରେନ୍ସି ତାଲିକାରୁ ଫେସବୁକ ହଟିବାର ମାତ୍ର କିଛି ସମୟ ପରେ ହିଁ ନିଜ ମୁଖ୍ୟ ସାଇଟ (ହ୍ୱାଟ୍ସ ଅପ ଓ ଇନ୍ଷ୍ଟଗ୍ରାମ)ଜରିଆରେ ନିଜର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ଫେସବୁକ । ଯାହା ମାଧ୍ୟମରେ ଅନଲାଇନ ବିକ୍ରେତା ମାନଙ୍କ ପାଇଁ ଆସନ୍ତା ମାସରୁ ହିଁ ଫେସବୁକରେ ଟଙ୍କା ନେଣଦେଣ କରିବାର ଏକ ଅପସନ ଆସିଯିବ ।

ଫେସବୁକ ପକ୍ଷରୁ ମିଳିଥିବା ଆଉ ଏକ ସୂଚନା ଅନୁଯାୟୀ, ଫେସବୁକ-ପେରେ ଟଙ୍କା ନେଣଦେଣ କରାଯିବା କ୍ଷଣି ହିଁ ଏନେଇ ସମସ୍ତ ଡାଟା ଏକାଠି କରିନେବ ଫେସବୁକ କମ୍ପାନୀ । ଉପଭୋକ୍ତା ମାନଙ୍କ କାର୍ଡ଼ ଓ ବ୍ୟାଙ୍କ ନମ୍ବରକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେନେଇ ଫେସବୁକ ପକ୍ଷରୁ ସିକ୍ୟୁରିଟି ସମ୍ଭନ୍ଧୀୟ ଷ୍ଟେପ ନିଆଯାଇଛି ।

କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ଖୁଚୁରା ବ୍ୟବସାୟୀ ମାନେ କେମିତି ସୁବିଧାରେ ସୁରୁଖୁରୁରେ ଏହି ସୁବିଧା ପାଇପାରିବେ, ନିଜ ପଦାର୍ଥ ଗୁଡିକର ବିଜ୍ଞାପନ ଦେଇପାରିବେ ସେନେଇ ଚେଷ୍ଟା ଜାରି ରହିଛି । ଏହା ସହ ଗ୍ରାହକ ମାନଙ୍କୁ ସହାୟତା ପ୍ରଦାନ କରିବା ସହ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କହିଛି କମ୍ପାନୀ । କିନ୍ତୁ ଫେସବୁକ ପକ୍ଷରୁ ଦିଆଯାଇଥିବା କାର୍ଡ ଓ ବ୍ୟାଙ୍କ ଖାତା ନମ୍ବରର ଉପଯୋଗ ଅନ୍ୟ କୌଣସି କ୍ଷେତ୍ରରେ କରାଯାଇପାରିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.