Face Recognition system କୁ ବନ୍ଦ କରିବ Facebook, ୧୦୦ କୋଟି ଲୋକଙ୍କ ଉପରେ ପଡିବ ପ୍ରଭାବ

ଲୋକପ୍ରିୟ ଫେସବୁକ୍‌ ଆପ୍‌ରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ଫେସବୁକ୍‌ର ନିଜର ଫେସ୍‌ ରେକଗ୍ନିସନ ସିଷ୍ଟମକୁ ବନ୍ଦ କରିବାକୁ ଯାଉଛି। ଫେସବୁକ, ଯାହାର ପେରେଣ୍ଟିଂ ନାମ ଏବେ Meta ହୋଇଯାଇଛି। ଏହି ନୂଆ ପରିବର୍ତ୍ତନ ଆଗାମୀ ସପ୍ତାହରୁ ରୋଲଆଉଟ୍‌ ହେବ। ମେଟା କରିଥିବା ପୋଷ୍ଟ ଅନୁସାରେ, କମ୍ପାନୀଏବେ ଲୋକଙ୍କ ଫଟୋ ଏବଂ ଭିଡିଓକୁ ଟ୍ୟାଗ୍‌ କରିବା ପାଇଁ ଫେସିଆଲ ରେକଗ୍ନିସନ ସିଷ୍ଟମକୁ ବନ୍ଦ କରିଦେଉଛି। ଏହା ସହିତ କମ୍ପାନୀ ଲୋକଙ୍କୁ ଆଇଡେଣ୍ଟିଫାଇ କରିବା ପାଇଁ ବ୍ୟବହାର କରୁଥିବା ଏହି ଫେସିଆଲ ରେକଗ୍ନିସନ ଟେମ୍ପଲେଟକୁ ମଧ୍ୟ ଡିଲିଟ୍‌ କରିଦେବ। ‘ଫେସ୍‌ବୁକ୍‌’ର ଉପାଧ୍ୟକ୍ଷ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ଜିରୋମ୍‌ ପିସେନ୍ତି ଏକଥା ଘୋଷଣା କରିଛନ୍ତି। ପିସେନ୍ତି ଦେଇଥିବା ବିବୃତି ଅନୁସାରେ, ଲୋକେ ଆଉ ଫଟୋ ଓ ଭିଡିଓରୁ ଆପଣାଛାଏଁ ପରିଚିତ ହେବେ ନାହିଁ।

କମ୍ପାନୀର ଏହି ନୂଆ ପରିବର୍ତ୍ତନ ଯୋଗୁଁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ବ୍ୟକ୍ତିଗତ ଫେସିଆଲ ରେକଗ୍ନିସନ ଟେମ୍ପଲେଟ୍ସ ଡିଲିଟ୍‌ କରିବ। କମ୍ପାନୀ ଏକ ବ୍ଲଗ ପୋଷ୍ଟ କରି କହିଛି କି, ପ୍ରତିଦିନ ୟୁଜର୍ସ ୬୦୦ ମିଲିଅନରୁ ଅଧିକ ଆକାଉଣ୍ଟରୁ ଫେସ୍‌ ରେକଗ୍ନିସନ ଟେକ୍ନୋଲୋଜିକୁ ବ୍ୟବହାର କରୁଛନ୍ତି। ଏହା ବନ୍ଦ ହେବା ପରେ ଅନେକ ଲୋକ ହଇରାଣ ହେବେ। ଯାହାର ପ୍ରଭାବ ସିଧାସଳଖ ଭାବେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଉପରେ ପଡିବ। ପୋଷ୍ଟ ମୁତାବକ, ଫେସବୁକ୍‌ ଏବଂ ଫଟୋ ଏବଂ ଭିଡିଓରେ ଅଟୋମେଟିକାଲ ଲୋକଙ୍କ ଚେହେରାକୁ ଚିହ୍ନିପାରିବ ନାହିଁ।

‘ଫେସ୍‌ବୁକ୍‌’ର ଉପରୋକ୍ତ ପଦକ୍ଷେପ ନେତ୍ରହୀନ ଓ ଦୃଷ୍ଟି-ବାଧିତ ଲୋକଙ୍କ ପାଇଁ ଫଟୋର ବର୍ଣ୍ଣନା ଦେଉଥିବା ‘ଅଟୋମେଟିକ୍‌ ଅଲ୍‌ଟ୍‌ ଟେକ୍ସଟ୍‌’କୁ (ଏଏଟି) ମଧ୍ୟ ପ୍ରଭାବିତ କରିବ। ସବିଶେଷ ବିବରଣୀ ଅନୁଯାୟୀ, ଉକ୍ତ ପରିବର୍ତ୍ତନ ପରେ ‘ଏଏଟି ଡେସ୍କ୍ରିପସନ୍‌’ ଆଉ ଫଟୋରୁ ଚିହ୍ନି ହେଉଥିବା ଲୋକମାନଙ୍କ ନାଁ ସାମିଲ ନ କରି ସ୍ୱାଭାବିକ ଭାବେ ପୂର୍ବବତ କାର୍ଯ୍ୟ କରିବ।

ନିକଟରେ ଖବର ଆସିଥିଲା କି, ଫେସବୁକ ନିଜର ନାମକୁ ପରିବର୍ତ୍ତନ କରିବାକୁ ଯାଉଛି। ଯାହାର ନୂଆ ନାମMeta ରହିବ। କିନ୍ତୁ ଫେସବୁକର ନାମ ନୁହେଁ ଏହାର ପାରେଣ୍ଟିଂ କମ୍ପାନୀର ନାମ ପରିବର୍ତ୍ତନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.