ଫେସବୁକ ମେସେଞ୍ଜରରେ ଗ୍ରୁପ ଭିଡିଓ କଲିଂ ବେଳେ ମିଳିବ ଫିଲ୍ଟର ଓ ଇଫେକ୍ଟର ମଜା, ଆସୁଛି ନୂଆ ଫିଚର

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ୟୁଜର୍ସଙ୍କ କଲିଂ ଏକ୍ସପିରିଏନ୍ସକୁ ଆହୁରି ଉତ୍ତମ କରିବା ପାଇଁ ଫେସବୁକ ମେସେଞ୍ଜର୍ସରେ ଏକ ନୂଆ ରୋଚକ ଫିଚର ଆଡ୍‌ କରିଛି। ଏହି ଫିଚରକୁ ଭିଡିଓ କଲ୍‌ ପାଇଁ ଲଞ୍ଚ କରାଯାଇଛି। ଯାହା ଗ୍ରୁପ ଭିଡିଓ କଲିଂକୁ ଅଧିକ ଆକର୍ଷଣ ଏବଂ ମଜାଳିଆ କରିବ । କମ୍ପାନୀ ମୁତାବକ, ମେସେଞ୍ଜର ରୁମ୍ସରେ ଏକ ନୂଆ ଗ୍ରୁପ ଇଫେକ୍ଟ ଫିଚର ଆରମ୍ଭ ହେବାକୁ ଯାଉଛି। ଏହି ଗ୍ରୁପ ଇଫେକ୍ଟରେ ୟୁଜର୍ସ ନୂଆ AR ଫିଲ୍ଟର ଏବଂ ଇଫେକ୍ଟ ମିଳିବ। ଯାହା ଗ୍ରୁପ ଭିଡିଓ କଲ ସମୟରେ ସମସ୍ତଙ୍କ ଉପରେ ଲାଗୁ ହେବ। ତେବେ କ’ଣ ଏହି ନୂଆ ଫିଚର ଜାଣନ୍ତୁ …

ଫେସବୁକ୍‌ ମେସେଞ୍ଜର ଭିଡିଓ କଲ୍ସ ପାଇଁ ମେସେଞ୍ଜର ରୁମ୍ସରେ ଏକ ନୂଆAR ଏକ୍ସପିରିଏନ୍ସ ‘ଗ୍ରୁପ ଇଫେକ୍ଟସ’ ରୋଲଆଉଟ୍‌ କରୁଛି। ଏହି ଗ୍ରୁପ ଇଫେକ୍ଟ ଫିଚର ଜଲଦି ଇନଷ୍ଟାଗ୍ରାମରେ ଆସିବ। କମ୍ପାନୀ କହିବା ମୁତାବକ, ଏହି ଗ୍ରୁପ ଇଫେକ୍ଟସ ଗ୍ରୁପ ଭିଡିଓ କଲ୍‌ରେ ଥିବା ସମସ୍ତ ସଦସ୍ୟଙ୍କ ପାଇଁ କାମ କରିବ ଏବଂ ଏହା ମାଧ୍ୟମରେ ୟୁଜର୍ସଙ୍କୁ ଏକ ଖାସ୍‌ ଏକ୍ସପିରିଏନ୍ସ ମିଳିବ। ଏହି ଫିଚରରେ କମ୍ପାନୀ ୭୦ରୁ ଅଧିକ ଗ୍ରୁପ ଇଫେକ୍ଟସ ସାମିଲ ହେବ ଏବଂ ୟୁଜର୍ସ ଏହା ମଧ୍ୟରୁ କାହାକୁ ମଧ୍ୟ ଚୟନ କରିପାରିବେ। ଏହି ଫିଚରକୁ ସମଗ୍ର ବିଶ୍ୱରେ ରୋଲଆଉଟ୍‌ କରାଯାଇଛି।

ଗ୍ରୁପ ଇଫେକ୍ଟ ଦେଖିବା ପାଇଁ ପ୍ରଥମେ ଭିଡିଓ କଲ୍‌ କରିବା ପୂର୍ବରୁ ଏକ ରୁମ୍‌ କରନ୍ତୁ, ସେଠାରେ ଇଫେକ୍ଟସ ଟ୍ରେ ଖୋଲିବା ପରେ ସ୍ମାଇଲି ମିଳିବ। ଏହି ସ୍ମାଇଲିକୁ ଫେସରେ ଟାପ୍‌ କରି ସେଥିରେ ଗ୍ରୁପ ଇଫେକ୍ଟସ ସିଲେକ୍ଟ କରନ୍ତୁ। ଏଠାରେ ଆପଣ ଏକ AR Experience ଚୟନ କରନ୍ତୁ, ଯାହା ଗ୍ରୁପରେ ଭିଡିଓ କଲ୍‌ରେ ଥିବା ସବୁ ମେମ୍ବରର୍ସ ପାଇଁ ଲାଗୁ ହେବ। ଏହି ଫିଚର ଅକ୍ଟୋବର ଶେଷ ସୁଦ୍ଧା ରୋଲ ଆଉଟ୍‌ ହେବ।

ପୂର୍ବରୁ ଫେସବୁକ ନୂଆ ଫିଚର ଲଞ୍ଚ କରିଥିଲା। ଯେଉଁଥିରେ ହୃଦୟ ଖୋଲି କଥାହେବା ପାଇଁ Emoji symbol ପଠାଇବା ଆଉ ଦରକାର ପଡିବ ନାହିଁ। ଏବେ ଇମୋଜୀ କଥା କହି ଆପଣଙ୍କ ଭାବନାକୁ ପ୍ରକାଶ କରିବ। ଫେସବୁକ ଅନୁସାରେ ଲୋକ ୨.୪ ବିଲିଅନ ମେସେଜ ଇମୋଜୀ ଦ୍ୱାରା ଫେସବୁକ ମେସେଞ୍ଜରରେ ପଠାଉଛନ୍ତି। ଏମିତିରେ ବିଶ୍ୱ ଇମୋଜୀ ଦିବସରେ ଫେସବୁକ ମେସେଞ୍ଜରରେ ନୂଆ ଫିଚର ସାଉଣ୍ଡ ଇମୋଜୀ ଆଣିଛି।

ସାଉଣ୍ଡ ଇମୋଜୀ ଆପଣଙ୍କୁ ଏହି ସୁବିଧା ଦେବ। ଆପଣ ମେସେଞ୍ଜଜର ଚାଟରେ ଛୋଟ ସାଉଣ୍ଡ କ୍ଲିପ ପଠାଇପାରିବେ। ଏଥିରେ ତାଳି ବଜାଇବା ଠାରୁ ଆରମ୍ଭ କରି ହସିବା ପର୍ଯ୍ୟନ୍ତ ସବୁ ଶବ୍ଦ ଶୁଣିବାକୁ ମିଳିବ। ସେଠାରେ ଏକ ସାଉଣ୍ଡଇମୋଜୀ ଲାଇବ୍ରେରୀ ଲଞ୍ଚ କରାଯିବ। ଏଠାରେ ଆପଣ ଅଲଗା ଅଲଗା ସାଉଣ୍ଡ ଇମୋଜୀ ଚୟନ କରିପାରିବେ। କିନ୍ତୁ ପ୍ରତିଦିନ ଏହି ଲାଇବ୍ରେରୀକୁ ଅପଡେଟ୍‌ କରିବାକୁ ହେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.