ଫେସ୍‌ବୁକ୍‌ ମେସେଞ୍ଜର ଆଣୁଛି ଫରଓ୍ଵାର୍ଡ ମେସେଜ୍‌ ଫିଚର, ଥରକରେ ମାତ୍ର ଏତିକି ଲୋକଙ୍କୁ ପଠାଇପାରିବେ ମେସେଜ୍‌

ନକଲି ତଥା ଭୁଲ ସୂଚନାର ପ୍ରଚାରକୁ ରୋକିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ନୂଆ ଉପାୟ ଆପଣାଇଛି। ଏଥିପାଇଁ ଫେସ୍‌ବୁକ୍‌ ନିଜ ଚାଟିଂ ଆପ୍‌ ମେସେଞ୍ଜରରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି। ଫେସ୍‌ବୁକ୍‌ ତରଫରୁ ହ୍ଵାଟ୍ସଆପ୍‌ ଭଳି ମେସେଞ୍ଜରରେ ମଧ୍ୟ ମେସେଜ୍‌ ଫରଓ୍ଵାର୍ଡ କରିବାର ଲିମିଟ୍‌ ସ୍ଥିର କରାଯିବ।

ଫେସ୍‌ବୁକ୍‌ ମେସେଞ୍ଜରରେ ଫରଓ୍ଵାର୍ଡ ମେସେଜ୍‌ର ସର୍ବାଧିକ ଲିମିଟ୍‌କୁ ୫ କରିଦିଆଯାଇଛି। ଏଣୁ ଏବେ ଫେସ୍‌ବୁକ୍‌ ମେସେଞ୍ଜର ୟୁଜର ଏକାଥରକେ ସର୍ବାଧିକ ୫ ଜଣ ଲୋକଙ୍କୁ ମେସେଜ୍‌ ପଠାଇପାରିବେ। ଫେସ୍‌ବୁକର ଦାବି ମୁତାବକ ଫରଓ୍ଵାର୍ଡ ମେସେଜ୍‌ର ସୀମା ନିର୍ଦ୍ଧାରଣ କରି ଗୁଜବ ପ୍ରଚାରକୁ ରୋକାଯାଇପାରିବ। ଏଥିସହ ଭୁଲ ସୂଚନା ଦେଉଥିବା ମେସେଜ୍‌କୁ ମଧ୍ୟ ରୋକାଯାଇପାରିବ।

facebook2

ମେସେଞ୍ଜରର ପ୍ରଡକ୍ଟ ମ୍ୟାନେଜର ଓ ଡାଇରେକ୍ଟର ଜଉ ସୁଲିଭାନ୍‌ କହିଛନ୍ତି କରୋନା ସ୍ଥିତିରେ ଲୋକଙ୍କ ପାଖକୁ ଅନେକ ଭୁଲ ସୂଚନା ଆସୁଛି। ଫଳରେ ଲୋକମାନେ ଭୟଭୀତ ହୋଇପଡ଼ୁଛନ୍ତି। ଏହି ମିଥ୍ୟା ମେସେଜର ପ୍ରଚାରକୁ ରୋକିବା ପାଇଁ ଫେସ୍‌ବୁକ୍‌ ତରଫରୁ ଫରଓ୍ଵାର୍ଡ ମେସେଜ୍‌ର ସଂଖ୍ୟାକୁ କମାଇବା ନେଇ ଯୋଜନା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.