ହ୍ଵାଟ୍ସ ଆପ୍ ଏକ ମାସ ମଧ୍ୟରେ ବନ୍ଦ କଲାଣି ଲକ୍ଷରୁ ଅଧିକ ଆକାଉଣ୍ଟ, ଜାଣନ୍ତୁ ଆପଣଙ୍କ ନମ୍ବର ଏଥିରେ ନାହିଁ ତ !
ମେଟାର ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ଵାଟ୍ସଆପ’ ପୁଣି ଥରେ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବନ୍ଦ କରିଦେଛି । କମ୍ପାନୀ ଏହାକୁ ନେଇ ରିପୋର୍ଟ ଜାରି କରିଛି । କମ୍ପାନୀ କହିଛି ଯେ ଏକ ମାସ ମଧ୍ୟରେ ୨,୩୨୮,୦୦୦ ଆକାଉଣ୍ଟ ବ୍ୟାନ୍ କରାଯାଇଛି । +୯୧ ରୁ ଆରମ୍ଭ ହୋଇଥିବା ଆକାଉଣ୍ଟକୁ ଭାରତୀୟ ଆକାଉଣ୍ଟ କୁହାଯାଏ । ମେସେଜିଂ ଆପକୁ ଅଗଷ୍ଟ ମାସରେ ୫୯୮ ଟି ଅଭିଯୋଗ ମିଳିଥିଲା
ଏହି ହ୍ଵାଟ୍ସଆପ୍ ଆକାଉଣ୍ଟକୁ ୧ ଅଗଷ୍ଟ ୨୦୨୨ ରୁ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ ବନ୍ଦ କରାଯାଇଛି । ଏଥି ମଧ୍ୟରେ ୧,୦୦୮,୦୦୦ ଭାରତୀୟ ହ୍ଵାଟ୍ସଆପ୍ ଆକାଉଣ୍ଟ ରହିଥିବା ଜଣାଯାଇଛି । ଏଥିରେ ୨୭ ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।
ଏହି ଆକାଉଣ୍ଟକୁ ଆଇଟି ରୁଲ୍ସ ୨୦୨୧ ଅନୁଯାୟୀ ବନ୍ଦ କରାଯାଇଛି । ଯଦି ଏପରି ଭୁଲ କରନ୍ତି ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ କରି ଦିଆଯିବ ବୋଲି ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ।
କରନ୍ତୁ ନାହିଁ ଏପରି ଭୁଲ୍
• ସ୍ପାମ୍ରେ ଥିବା ମେସେଜକୁ ହ୍ଵାଟ୍ସଆପରେ ପଠାନ୍ତୁ ନାହିଁ ।
• କାହାକୁ ବି ହଇରାଣ କରିବା ଭଳି ମେସେଜ ପଠାନ୍ତୁ ନାହିଁ ।
• ଅଶ୍ଳୀଳ ବା ବେନିୟମ କଣ୍ଟେଣ୍ଟ ପକାନ୍ତୁ ନାହିଁ ।
• ଓ୍ଵାର୍ଣ୍ଣି ମିଳିବା ପରେ ଭୁଲ ଦୋହରାନ୍ତୁ ନାହିଁ ।