୧୬ ବର୍ଷ ପରେ ବଦଳିଲା ଫେସ୍‌ବୁକ୍‌ର ନାଁ, ଏବେ ‘ମେଟା’ ନାମରେ ହେବ ପରିଚିତ

ଫେସ୍‌ବୁକ୍‌ ଏହାର ନାମକୁ ପରିବର୍ତ୍ତନ କରିଛି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି । ଏହାର ପ୍ରତିଷ୍ଠାତା ମାର୍କ ଜୁକର ବର୍ଗ ନିଜେ ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଫେସ୍‌ବୁକ୍‌ର ନାମ ପରିବର୍ତ୍ତନ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ଗୁପ୍ତ ରଖାଯାଇଥିଲା । ଫେସ୍‌ବୁକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂରେ ଜୁକରବର୍ଗ ଏହି ସୂଚନା ଦେଇଛନ୍ତି । ଜୁକରବର୍ଗ କହିଛନ୍ତି ଯେ, କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ ।

କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀକୁ ମେଟା ନାଁ ପ୍ରସ୍ତାବ ଦେଇଥିଲେ । ଏହାପୂର୍ବରୁ କମ୍ପାନୀ ୨୦୦୫ରେ କିଛି ଏପ୍ରକାର କରିଥିଲା । ସେତେବେଳେ କମ୍ପାନୀର ନାଁ ଦି ଫେସବୁକ ବଦଳାଇ ଫେସବୁକ କରାଯାଇଥିଲା । ସାରା ବିଶ୍ୱରେ ଫେସବୁକ ୩୦୦ କୋଟିରୁ ଅଧିକ ୟୁଜର ବ୍ୟବହାର କରିଥାନ୍ତି । ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୧ କୋଟି ଅଟେ ।

ଫେସବୁକ ଓ ଅନ୍ୟ ବଡ କମ୍ପାନୀ ପାଇଁ ମେଟାବର୍ସର ପରିକଳ୍ପନା ଉତ୍ସାହଜନକ ଅଟେ । କାରଣ ଏଥିରେ ନୂଆ ବଜାର, ନୂଆ ପ୍ରକାରର ସୋସିଆଲ ନେଟଓ୍ୱର୍କ ପାଇଁ ସୁଯୋଗ ସୃଷ୍ଟି ହେବ । କମ୍ପାନୀ ନିଜର ନାମ ସେହି ସମୟରେ ବଦଳାଇଛି ଯେତେବେଳେ ଅନେକ ଦେଶ ଅନଲାଇନ ସୁରକ୍ଷା, ଉତ୍ତେଜନାପୂର୍ଣ୍ଣ କଣ୍ଟେଣ୍ଟ ଉପରେ ଲଗାତର ଭାବେ ଅଭିଯୋଗ କରୁଛନ୍ତି । ଭାରତ ସରକାର ମଧ୍ୟ ଫେସବୁକକୁ ଚିଠି ଲେଖି ଆଲଗୋରିଦମ ପ୍ରକ୍ରିୟାରେ ବିବରଣୀ ମାଗିଥିଲା ।

ନାମ ପରିବର୍ତ୍ତନ ସହିତ କମ୍ପାନୀରେ ରୋଜଗାରର ସୁଯୋଗ ମଧ୍ୟ ବଢ଼ିବାକୁ ଯାଉଛି। ମେଟାଭର୍ସ ପାଇଁ ହଜାର ହଜାର ଲୋକଙ୍କ ଆବଶ୍ୟକତା ଥିବା କମ୍ପାନୀ ଘୋଷଣା କରିଛି। ବର୍ତ୍ତମାନ କମ୍ପାନୀ ୧୦ ହଜାର ଲୋକଙ୍କୁ ରୋଜଗାର ଯୋଗାଇବାକୁ ପ୍ରସ୍ତୁତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.