ବଡ଼ ଖବର: ବଦଳିବାକୁ ଯାଉଛି ଫେସବୁକର ନାଁ! ଜାଣନ୍ତୁ କାହିଁକି

Facebook Inc କମ୍ପାନୀକୁ ଏକ ନୂତନ ନାମ ସହିତ ରିବ୍ରାଣ୍ଡ୍ କରିବାକୁ ଯୋଜନା କରୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି । ଅକ୍ଟୋବର ୨୮ ରେ କମ୍ପାନୀର ବାର୍ଷିକ କନେକ୍ଟ ସମ୍ମିଳନୀରେ ଫେସ ବୁକ ସିଇଓ ମାର୍କ ଜୁକରବର୍ଗ ନୂଆ ନାଁର ଘୋଷଣା କରିପାରନ୍ତି । ଏହା ସହିତ ଏହା ମଧ୍ୟ କୁହାଯାଉଛି ଯେ ଏହି ସୂଚନା ଅଫିସିଆଲ୍ ଘୋଷଣା ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିପାରେ ।

ଜାଣନ୍ତୁ କାହିଁକି ଉଠାଯାଉଛି ଏହି ପଦକ୍ଷେପ:

ରିପୋର୍ଟରେ କୁହାଯାଇଛି ଯେ, ଫେସବୁକ୍ ଆପ ଭଳି ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଆଦିର ନାଁକୁ ନେଇ ବଡ଼ ଘୋଷଣା ହୋଇପାରେ । କିନ୍ତୁ ଏହି ରାପୋର୍ଟ ସମ୍ବନ୍ଧରେ ଫେସବୁକ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଧିକ ମାନ୍ୟତା ପାଇବାକୁ କମ୍ପାନୀ ଏଭଳି ପଦକ୍ଷେପ ନେବାକୁ ଯାଉଛି ବୋଲି କୁହାଯାଉଛି । ଅନ୍ୟପକ୍ଷେ ଫେସବୁକ ମୁଖପାତ୍ର କିନ୍ତୁ ମନ୍ତବ୍ୟ ଦେବାକୁ ମନା କରିବା ସହ କହିଛନ୍ତି ଯେ ଗୁଜବ କିମ୍ବା କଳ୍ପନା ଜଳ୍ପନ। ଉପରେ କମ୍ପାନୀ କୌଣସିି ମନ୍ତବ୍ୟ ଦେବନାହିଁ ।

କୁହାଯାଏ ଯେ ମାର୍ ଜୁକରବର୍ଗ ମେଟାଭର୍ସରେ ତାଙ୍କର ଭୂମିକା ପଞ୍ଜିକରଣ କରିବା ପାଇଁ ଏହି ପଦକ୍ଷେପ ନେଉଛନ୍ତି। ମେଟାଭର୍ସ ହେଉଛି ଏକ ଶବ୍ଦ ଯାହାକି ଏକ ଅନଲାଇନ୍ ଦୁନିଆ ପାଇଁ ବ୍ୟବହୃତ ହୁଏ ଯେଉଁଠାରେ ଲୋକମାନେ ବିଭିନ୍ନ ଡିଭାଇସ୍ ସାହାଯ୍ୟରେ ଏକ ଭର୍ଚୁଆଲ୍ ପରିବେଶରେ ପରସ୍ପର ସହିତ ଗତି ଏବଂ ଯୋଗାଯୋଗ କରିବାରେ ସମର୍ଥ ହେଉଛନ୍ତି ।

ତେବେ ଏମିତି ନାଁ ବଦଳାଇଥିବା ଫେସବୁକ୍ ପ୍ରଥମ କମ୍ପାନୀ ନୁହେଁ, ଏମିତି ଅନେକ ଥର ଦେଖିବାକୁ ମିଳିଛି । ସିଲିକନ୍ ଭ୍ୟାଲିରେ ଅନେକ କମ୍ପାନୀ ଏମିତି କରିସାରିଛନ୍ତି । ଗୁଗଲ ମଧ୍ୟ ୨୦୧୫ରେ ନିଜ ହୋଲ୍ଡିଂ କମ୍ପାନୀର ନାଁ ଆଲ୍ଫାବେଟ୍ ଇଙ୍କ ରଖିଦେଇଥିଲା । ତେବେ ଦେଖିବା ବାକି ରହିଲା ଯେ ଫେସବୁକର ନୂଆ ନାଁ କଣ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.