ହ୍ଵାଟସଆପର ପର୍ସନାଲ ଡାଟା ତଥା ମେସେଜକୁ ସେୟାର କରିଥାଏ ଫେସବୁକ, ରିପୋର୍ଟରୁ ସୂଚନା

ହ୍ଵାଟସଆପକୁ ନେଇ ଆଉ ଏକ ଜରୁରୀ ଖବର ସାମ୍ନାକୁ ଆସିଛି। ଫେସବୁକର ଏନସ୍କ୍ରିପଟେଡ ମେସେଜିଙ୍ଗ ସେବା ହ୍ଵାଟସଆପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏହାର ପ୍ରାଇଭେସିକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଲୋକପ୍ରିୟ ଚାଟିଂ ଆପ ହ୍ଵାଟସଆପକୁ ନେଇ ଏକ ଜରୁରୀ ରିପୋର୍ଟ ଜଣାପଡିଛି।

ରିପୋର୍ଟରେ କୁହାଯାଇଛି ଯେ, ୟୁଜର୍ସଙ୍କ ପ୍ରାଇଭେଟ ଚାର୍ଟକୁ ସେଫ୍‌ ରଖିବା ପାଇଁ ଫେସବୁକ ଦୁନିଆରେ ନିଜର ହଜାର ହଜାର କର୍ମଚାରୀଙ୍କୁ ନିୟୋଜିତ କରିଥିଲା। ମୁଖ୍ୟତଃ ହ୍ଵାଟସଆପ ସର୍ବଦା ଏନକ୍ରିପଟେଡ ମେସେଜର ସୁବିଧା ରଖେ। କମ୍ପାନୀ ଏଥିପାଇଁ କଥିତ ରୂପେ କାନୁନ ଏଜେନ୍ସିଙ୍କ ସହ ଡାଟାକୁ ସୁରକ୍ଷିତ ରଖିବା ପାଇଁ କାମ କରୁଥିଲା।

ମଙ୍ଗଳବାର ଦିନ ଏହାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ଫେସବୁକରେ ହଜାର ହଜାର କର୍ମଚାରୀ ହ୍ଵାଟସଆପ ୟୁଜର୍ସଙ୍କ ପ୍ରାଇଭେଟ ଚାର୍ଟକୁ ପଢ଼ୁଛନ୍ତି। କମ୍ପାନି ମାଲିକ ମାର୍କ ଜୁକରବର୍ଗ ଏହାକୁ ନେଇ ମନା କରିଛନ୍ତି। ସେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି।

tech
pc: new york post

ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀର କିଛି କଣ୍ଟେଟ ଓ୍ଵାର୍କସ ଅଛନ୍ତି ଯେଉଁମାନେ ଏହିସବୁ ପ୍ରାଇଭେସିକୁ ଉଲଂଘନ କରୁଛନ୍ତି। କମ୍ପାନୀ ପକ୍ଷରୁ ଏହା କୁହାଯାଇଛି ଯେ, କିଛି ଫ୍ରଡ ବା ହ୍ୟାକର ମାନେ ଏହିସବୁ ଅବୈଧ କାମ କରୁଛନ୍ତି। ୟୁଜର୍ସଙ୍କ ଅଜାଣତରେ ତାଙ୍କର ସବୁକିଛି କାମ ଉପରେ ନଜର ରଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.