ଫେସବୁକ ୧୦ ହଜାରରୁ ଅଧିକ ଆପ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ ଏହା ପଛରେ ଥିବା କାରଣ 

ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଜର ପ୍ଲାଟଫର୍ମରୁ ୧୦ ହଜାରରୁ ଅଧିକ ଆପ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି। କମ୍ପାନୀ କେମ୍ବ୍ରିଜ ଆନାଲିଟିକାକୁ ନଜରରେ ରଖି ଏପରି ଏକ ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ୨୦୧୮ ମସିହାରେ କେମ୍ବ୍ରିଜ ଆନାଲିଟିକା ଉପରେ ୟୁଜର୍ସ ମାନଙ୍କର ଡାଟା ସେଲ କରିବାର ଆରୋପ ଲଗାଯାଇଥିଲା। ଏହି ମାମଲାରେ ଫେସବୁକର ସିଇଓ ମାର୍କ ଜୁକରବର୍ଗ ଆମେରିକୀୟ ସଂସଦରେ ଫସି ଯାଇଥିଲେ।

सांकेतिक तस्वीर

ଫେସବୁକର କହିବା ଅନୂଯାୟୀ ପ୍ଲାଟଫର୍ମରେ ଏହି ଆପ ସହିତ ୪୦୦ ଡେଭଲପର୍ସ ଜଡିତ। ଏହି ଆପ ୟୁଜର୍ସ ମାନଙ୍କ ପର୍ସନାଲ ଡାଟାକୁ କ୍ଷତି ପହଁଚାଇଥାଏ। ବର୍ଷର ଆରମ୍ଭରେ କମ୍ପାନୀ ଉପରେ ୟୁଜର୍ସ ମାନଙ୍କର ପ୍ରାଇଭେସିକୁ ନେଇ ୫ ବିଲିୟନର ଜୋରିମାନା ଲାଗିଥିଲା। ଆରୋପ ଥିଲା ଯେ ଫେସବୁକ ପ୍ରାୟ ୮.୭ କୋଟି ୟୁଜର୍ସ ମାନଙ୍କର ଡାଟା ଚୋରି କରୁଛି। ଏହାପରେ ତାର ତଦନ୍ତ କରାଯାଇଥିଲା ଏବଂ ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ। ୨୦୧୬ ମସିହାରେ ଡୋନାଲଡ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ପାଇଁ  କେମ୍ବ୍ରିଜ ଆନାଲିଟିକା  କାମ କରିଥିଲା।

ଏହାସହ ପଢନ୍ତୁ ସକାଳୁ ଉଠିବା ପରେ ମୋବାଇଲର ବ୍ୟବହାର କରୁଛନ୍ତି କି ? ତାହେଲେ ଆଜି ହିଁ ବନ୍ଦ କରନ୍ତୁ ନହେଲେ ଡ୍ୟାମେଜ ହୋଇପାରେ ଆପଣଙ୍କ ମସ୍ତିଷ୍କ

ଫେସବୁକର ଏହି ଡାଟା ଲିକ ମାମଲାର ଯାଞ୍ଚ କରୁଥିବା ଫେଡେରଲ ଟ୍ରେଡ଼ କମିଶନ (FTC)ର କହିବା ଅନୁଯାୟୀ, ଫେସବୁକ ୨୦୧୧ ମସିହାରେ ପ୍ରସ୍ତୁତ କରାଯାଇଥିବା ସେଫଗାର୍ଡ଼ ୟୁଜର୍ସ ପ୍ରାଇଭେସି ନିୟମର ଉଲଂଘନ କରିଥିଲା । ଆମେରିକୀୟ ବ୍ୟାପାର ଆୟୋଗ କେମ୍ବ୍ରିଜ ଆନାଲିଟିକା ବିରୋଧରେ କୋର୍ଟରେ ମାମଲା ରୁଜୁ କରିଥିଲେ । ଏଥିପାଇଁ ଫେସବୁକ ଉପରେ ୫ ଆରବ ଡଲାର ବା ପାଖାପାଖି ୩୪ ହଜାର କୋଟି ଟଙ୍କାର ଜୋରିମାନା ଲଗା ଯାଇଥିଲା ଏବଂ ଫେସବୁକ ଏହି ଜରିମାନା ଭରିବା ପାଇଁ ପ୍ରସ୍ତୁତ ମଧ୍ୟ ରହିଛି ।

Leave A Reply

Your email address will not be published.