ଭଏସ ରେକର୍ଡିଂ ପାଇଁ ଫେସବୁକ୍ ଦେବ ପଇସା, ଲଞ୍ଚ ହେଲା Pronunciations ପ୍ରୋଗ୍ରାମ

ଫେସବୁକ୍ ଲଞ୍ଚ କରିଛି Pronunciations ପ୍ରୋଗ୍ରାମ । ଏହି ପ୍ରୋଗ୍ରାମ ଜରିଆରେ ୟୁଜରର୍ସ ଭଏସ ରେକର୍ଡିଂ କରିପାରିବେ, ଯାହା ପାଇଁ ୟୁଜରଙ୍କୁ ପଇସା ମଧ୍ୟ ମିଳିବ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଫେସବୁକର ଏହି ପ୍ରୋଗ୍ରାମ ତା’ର ଭ୍ୟୁ ପଏଣ୍ଟ ମାର୍କେଟ ରିସର୍ଚ୍ଚ ଆପ୍ର ଉପଲବ୍ଧ। ଏହି ପ୍ରୋଗ୍ରାମ ପାଇଁ ଆପଣଙ୍କୁ ଏକ ଟେଷ୍ଟ ମଧ୍ୟ ଦେବାକୁ ହେବ। ଆପଣ ଟେଷ୍ଟରେ ପାସ୍ ହେବା ପରେ ଏହି ପ୍ରୋଗ୍ରାମରେ ଆପଣଙ୍କୁ ସାମିଲ କରାଯିବ। ଏହି ପ୍ରୋଗ୍ରାମ ଜରିଆରେ ଆପଣଙ୍କୁ ପୋର୍ଟାଲ ସହିତ ଫେସବୁକ ଫ୍ରେଣ୍ଡଲିଷ୍ଟର କୌଣସି ପ୍ରଥମ ନାମ କହି ରେକର୍ଡ କରିବାକୁ ହେବ। ଏହା ପରେ ଏହି ପ୍ରକ୍ରିୟାରେ ୧୦ ଜଣ ସାଙ୍ଗ ନାମ କହିବାକୁ ହେବ।
ରେକର୍ଡିଂର ଏକ ସେଟ୍ ପୁରା ହେବା ପରେ ଫେସବୁକ ତରଫରୁ ୨୦୦ ପଏଣ୍ଟ ମିଳିବ। ୧,୦୦୦ ପଏଣ୍ଟ ହେବା ପରେ ଆପଣଙ୍କୁ Paypal ଜରିଆରେ ୫ ଡଲାର ଅର୍ଥାତ୍ ୩୫୯.୯୨ ଟଙ୍କା ମିଳିବ। କିନ୍ତୁ ଏହି ଭଏସ ରେକର୍ଡିଂକୁ ୟୁଜରଙ୍କ ପ୍ରୋଫାଇଲ ସହିତ ସଂଯୋଗ କରାଯିବ ନାହିଁ। ଏହି ପ୍ରୋଗ୍ରାମ କେବଳ ଆମେରିକାରେ ଉପଲବ୍ଧ। ଏହି ପ୍ରୋଗ୍ରାମ ଜରିଆରେ ୧୮ ବର୍ଷରୁ ଅଧିକ ବର୍ଷର ଲୋକଙ୍କ ଭାଗ ନେଇପାରିବେ।