ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କାମ ବ୍ୟତୀତ ଅନ୍ୟ କୌଣସି ଜିନିଷ ପାଇଁ ସମୟ ପାଇବା କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ଫୋନ୍ ଚାର୍ଜିଂ ପାଇଁ ସମୟ ମିଳିନଥାଏ । ଫୋନର ୟୁଜ୍ ଏତେ ମାତ୍ରାରେ ହେଉଛି ଯେ ଯେଉଁଥିପାଇଁ ଅତି ସ୍ପିଡ୍ରେ ହେଉଥିବା ଚାର୍ଜର ନିହାତି ଆବଶ୍ୟକ । କମ୍ ସମୟ ମଧ୍ୟରେ ଅଧିକ ସ୍ପିଡ୍ରେ ଚାର୍ଜ ହେଉଥିବା ଫୋନ୍ ଏବେ ଲୋକଙ୍କର ଆବଶ୍ୟତା ପାଲଟିଛି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ସ୍ମାର୍ଟଫୋନ ବିଷୟରେ କହିବୁ ଯେଉଁଥିରେ ୨୫,୦୦୦ ଟଙ୍କାରୁ କମ୍ ଦାମ୍ରେ ଆସୁଛି ଯାହା ଦ୍ୱାରା ଲୋକମାନେ ଅତି ସ୍ପିଡରେ ଚାର୍ଜ କରିପାରିବେ ।
ସବୁଠୁ କମ୍ ସମୟ ମଧ୍ୟୟରେ ଚାର୍ଜ ହେଉଥିବା ଫୋନ୍ :
ଯଦି ଆମେ ଫାଷ୍ଟିଂ ଚାର୍ଜ ହେଉଥିବା ଫୋନ୍ ବିଷୟରେ କହିବା, ତେବେ Realme 13+, OnePlus Nord CE4, Realme P2 Pro, Motorola Edge 50 Fusion ଏବଂ Motorola Edge 50 Neo ଏଥିରେ ଆସେ । ଏହି ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ଦାବି କରିଛନ୍ତି ଯେ, ଏହି ସ୍ମାର୍ଟଫୋନ୍ ୪୦-୫୫ ମିନିଟ୍ରୁ କମ୍ ସମୟ ମଧ୍ୟରେ ଫୁଲ୍ ଚାର୍ଜ ହୋଇଯାଇଥାଏ । ତେବେ ଆସନ୍ତୁ ଏହି ସ୍ମାର୍ଟଫୋନର ଫିଚର୍ସ ଏବଂ ପ୍ରାଇସ୍ ବିଷୟରେ ସମସ୍ତ ଡିଟେଲ୍ସ ଜାଣିବା ।
Realme 13+ :
Realme ବର୍ତ୍ତମାନ ସମୟରେ ୨୫,୦୦୦ଟଙ୍କା ବଜେଟ୍ ସେଗ୍ମେଣ୍ଟ ପରଫରମିଙ୍ଗ୍ ସ୍ମାର୍ଟଫୋନ୍ ଅଟେ । ଏଥିରେ ୫,୦୦୦mAh ର ବ୍ୟାଟେରି ରହିଛି ଯାହା ୮୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହି ଫୋନ୍ ୩୧ ମିନିଟ୍ରେ ୨୦% ରୁ ଅଧିକ ଚାର୍ଜ ହୋଇଯାଏ । ଏହାର ଦାମ୍ ବିଷୟରେ କହିବାକୁ ଗଲେ ଏହାର ୮GB/୧୨୮GB ଷ୍ଟୋରେଜ ଭ୍ୟାରିଆଣ୍ଟ ୨୪,୯୯୯ ଟଙ୍କା, ୮GB/୨୫୬GB ଷ୍ଟୋରେଜ ଭ୍ୟାରିଆଣ୍ଟ ୨୪,୯୯୯ ଟଙ୍କା ଏବଂ ୧୨GB/୨୫୬GB ଷ୍ଟୋରେଜ ଭ୍ୟାରିଆଣ୍ଟ ୨୬,୯୯୯ ଟଙ୍କାରେ ଉପଲବ୍ଧ ।
OnePlus Nord CE4 :
OnePlus ର ଏହି ଫୋନ୍ ବ୍ୟାଟେରି ଏବଂ ବ୍ୟାକଅପ୍ ବହୁତ ଭଲ । ଏହି ଫୋନ୍ ୧୦୦W ଚାର୍ଜିଂ ସପୋର୍ଟ ସହିତ ଆସିଥାଏ ଏବଂ ୨୦% ଚାର୍ଜ ହେବାକୁ ଅତି କମ୍ରେ ୩୫ ମିନିଟ୍ ଲାଗିଥାଏ । ଏଥିରେ ମଧ୍ୟ Realme 13+ ପରି ୫,୫୦୦mAh ବ୍ୟାଟେରି ରହିଛି । ଯାହା PCMark ବ୍ୟାଟେରି ସିଷ୍ଟମ ଅନୁଯାୟୀ, ଗୋଟିଏ ଥର ଫୁଲ୍ ଚାର୍ଜ ହେଲେ ୧୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ବ୍ୟାକ୍ଅପ୍ ଅଫର କରିଥାଏ । ୮GB/୧୨୮GB ଷ୍ଟୋରେଜ ଭ୍ୟାରିଆଣ୍ଟର ପ୍ରରଇସ୍ ୨୪,୯୯୯ ଟଙ୍କା ଏବଂ ୮GB/୨୫୬GB ଷ୍ଟୋରେଜ ଭ୍ୟାରିଆଣ୍ଟର ପ୍ରାଇସ୍ ୨୬,୯୯୯ ଟଙ୍କା ରହିଛି ।
Realme P2 Pro :
ଏହା ବ୍ୟତୀତ Realme P2 Pro ର ୫,୨୦୦ ବ୍ୟାଟେରି ରହିଛି ଯାହା ୮୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ୨୦% ରୁ ୧୦୦% ଚାର୍ଜ ହେବାକୁ ୫୪ ମିନିଟ୍ ସମୟ ଲାଗିଥାଏ । ଏଥିରେ ୮GB/୧୨୮GB ଭ୍ୟାରିଆଣ୍ଟ ୨୧,୯୯୯ ଟଙ୍କାରେ ଆସିଥାଏ ।
Motorola Edge 50 Fusion :
ଏହି ଫୋନରେ ୫,୦୦୦mAh ର ବ୍ୟାଟେରି ଅଛି ଯାହା TurboPower ୬୮W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ଏହାର ପ୍ରାଇସ୍ ବିଷୟରେ କହିବାକୁ ଗଲେ ଏହାର ୮GB/୧୨୮GB ଷ୍ଟୋରେଜ ଭ୍ୟାରିଆଣ୍ଟ ୨୧,୯୯୯ ଟଙ୍କାରେ ଆସିଛି ।
Motorola Edge 50 Neo :
ଏହି ଫୋନରେ ୬୮W ଫାଷ୍ଟିଂ ଚାର୍ଜିଂ ସହିତ ୪,୩୧୦mAh ର ବ୍ୟାଟେରି ଅଛି । ଏଥିରେ ଫୁଲ ଚାର୍ଜ ହେବା ପାଇଁ ୩୭ ମିନିଟ୍ ଲାଗେ । ଏହାର ୮GB/୧୨୮GB ଷ୍ଟୋରେଜ ଭ୍ୟାରିଆଣ୍ଟର ପ୍ରାଇସ୍ ୨୧,୯୯୯ ଟଙ୍କା ।