ଲଞ୍ଚ ପୂର୍ବରୁ ହିଁ ହିଟ ହେଲା FAU-G ଗେମ, ୨୪ ଘଣ୍ଟାରେ ୧୦ ଲକ୍ଷ ପ୍ରି-ରେଜିଷ୍ଟ୍ରେସନ

PUBG କୁ ଟକ୍କର ଦେବାପାଇଁ ଆରମ୍ଭ ହୋଇଥିବା FAU-G, ମେଡ୍ ଇନ୍ ଇଣ୍ଡିଆ ମଲ୍ଟି ପ୍ଲେୟାର ମୋବାଇଲ୍ ଗେମ୍ 24 ଘଣ୍ଟା ମଧ୍ୟରେ ଗୁଗୁଲ୍ ପ୍ଲେ ଷ୍ଟୋରରେ 10 ଲକ୍ଷ ପ୍ରି-ରେଜିଷ୍ଟ୍ରେସନ ପାର କରିଛି । FAU-G ଗେମ ଡେଭଲପ କରିଥିବା କମ୍ପାନୀ nCore ଗେମ୍ସ ଏହା ବିଷୟରେ ସୂଚନା ଦେଇଛି । ଗୁଗୁଲ୍ ପ୍ଲେ ଷ୍ଟୋରରେ ମାତ୍ର 24 ଘଣ୍ଟା ମଧ୍ୟରେ ଏହା ସର୍ବ ବୃହତ ପ୍ରି-ରେଜିଷ୍ଟ୍ରେସନ ବୋଲି ଏନକୋର ଟ୍ୱିଟ୍ କରିଛି । ସୂଚନା ଅନୁଯାୟୀ FAU-G ଗେମ ଚଳିତ ବର୍ଷ ଅକ୍ଟୋବରରେ ଲଞ୍ଚ ହେବାର ଥିଲା କିନ୍ତୁ ଏହା ନଭେମ୍ବର ଶେଷରେ ପ୍ଲେ-ଷ୍ଟୋରରେ ଲାଇଭ୍ କରାଯାଇଥିଲା ।


ନଭେମ୍ବର 30 ରେ ପ୍ଲେ ଷ୍ଟୋରକୁ ଆସିଥିବା FAU-G ଗେମ, ନଭେମ୍ବର 30 ରେ ଗୁଗଲ୍ ପ୍ଲେ ଷ୍ଟୋରରେ ଲାଇଭ୍ଏ ହୋଇଥିଲା ଏବଂ ସେହି ଦିନଠାରୁ ପ୍ରି-ରେଜିଷ୍ଟ୍ରେସନ ଜାରି ରହିଛି । ଯଦିଓ କମ୍ପାନୀ ଏପର୍ଯ୍ୟନ୍ତ FAU-G ଲଞ୍ଚ ତାରିଖ ବିଷୟରେ କୌଣସି ସୂଚନା ଦେଇନାହିଁ । FAU-G ର ସମ୍ପୂର୍ଣ୍ଣ ନାମ ହେଉଛି ‘Fearless and United Guards’ଯାହାକୁ ଭାରତୀୟ ଗେମ ଡେଭଲପର କମ୍ପାନୀ nCore ଗେମ୍ସ ପ୍ରସ୍ତୁତ କରିଛି ।

କିଛି ଦିନ ପୂର୍ବରୁ FAU-G ଗେମର ଟିଜର ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଦ୍ୱାରା ରିଲିଜ କରାଯାଇଥିଲା । FAU-G ଗେମର ପ୍ରଥମ ଏପିସୋଡ୍ ଗାଲଭାନ୍ ଭ୍ୟାଲି ଘଟଣା ଉପରେ ଆଧାରିତ ଥିଲା ଯାହାକୁ ଟିଜରରେ ଦେଖା ଯାଇଥିଲା । FAU-G ଗେମରେ ପ୍ଲେୟାର୍ସ ମାନଙ୍କୁ ଭାରତୀୟ ସେନା ବେଶରେ ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.