ବହୁତ ପାସଓ୍ଵାର୍ଡକୁ ମନେ ରଖିବାର ଏବେ ଗଲା ଟେନସନ୍‌,ଏପରି ସହଜରେ କରନ୍ତୁ ଲଗ-ଇନ୍‌

ଆଜିର ସମୟରେ ଆମେ ବହୁତ ଗୁଡିଏ ଆପ୍‌ ଏବଂ ସର୍ଭିସେଜ୍‌ ବ୍ୟବହାର କରୁଛୁ ଯେଉଁଥିରେ ଲଗଇନ୍‌ କରିବା ପାଇଁ ଆମକୁ ପାସଓ୍ଵାର୍ଡର ଆବଶ୍ୟକ ପଡିଥାଏ। ଆଉ ଏହା ଆମ ଆକାଉଣ୍ଟସକୁ ସେଫ ତ ରଖିଥାଏ କିନ୍ତୁ ବେଳେବେଳେ ଏହି ପାସଓ୍ଵାର୍ଡ ଦ୍ୱନ୍ଦ୍ୱରେ ମଧ୍ୟ ପକାଇଥାଏ। କାହିଁକିନା ଏହି ପାସଓ୍ଵାର୍ଡକୁ ମନେ ରଖିବା ବହୁତ ଝିନଝଟ୍‌ କାମ ହୋଇଥାଏ। ନିକଟରେ ଏପରି ଏକ ଖବର ଆସିଛି ଯେ ଏଣିକି ଗୁଗଲ, ଆପ୍ପଲ ଏବଂ ମାଇକ୍ରୋସଫ୍ଟର ଅନେକ ଆକାଉଣ୍ଟସ ଏବଂ ସର୍ଭିିସେସରେ ବିନା ପାସଓ୍ଵାର୍ଡରେ ବି ଆପଣ ଲଗଇନ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଡିଟେଲରେ।

ଦୁନିଆରେ ତିନିଟି ପ୍ରମୁଖ ଟେକ କମ୍ପାନୀ ଗୁଗଲ, ଆପ୍ପଲ ଏବଂ ମାଇକ୍ରୋସଫ୍ଟ ଏକାଠି ମିଶି ଏହା ଘୋଷଣା କରିଛନ୍ତି ଯେ ସେମାନେ ଏକ ଏମିତି ଫିଚର ନେଇ ଆସୁଛନ୍ତି ଯାହାଦ୍ୱାରା ଏବେ ୟୁଜର୍ସ ବିନା କୌଣସି ପାସଓ୍ଵାର୍ଡରେ ହିଁ ନିଜର ଆକାଉଣ୍ଟସକୁ ଲଗଇନ୍‌ ଏବଂ ଅନେକ ସର୍ଭିସେଜକୁ ଆକସେସ୍‌ କରିପାରିବେ। ଆଉ ଏହି ଫିଚର ଲୋକଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିବ ନିଶ୍ଚୟ।

ଗୁଗଲ, ଆପ୍ପଲ ଏବଂ ମାଇକ୍ରୋସଫ୍ଟର ଏହି ନୂଆ ପରିବର୍ତ୍ତନକୁ ସବୁ ଡିଭାଇସ ଏବଂ ଅପରେଟିଙ୍ଗ ସିଷ୍ଟମର ୟୁଜର୍ସ ବ୍ୟବହାର କରିପାରିବେ। ଏହି ପାସଓ୍ଵାର୍ଡ ଅଥେଣ୍ଟିକେସନକୁ ଆଣ୍ଡ୍ରଏଡ, ଆଇଓଏସ, କ୍ରୋମ-ଓଏସ, କ୍ରୋମ-ବ୍ରାଉଜର, ଏଜ, ସଫାରୀ ଏବଂ ମ୍ୟାକ-ଓଏସ ଭଳି ଅନେକ ପ୍ଲାଟଫର୍ମର ୟୁଜର୍ସ ଏହାର ଫାଇଦା ଉଠାଇପାରିବେ। ଏହି ନୂଆ ଫିଚରକୁ ଆପଣ ନିଜ ସ୍ମାର୍ଟଫୋନ, ଡେସ୍କଟପ୍‌, ବ୍ରାଉଜର ଡିଭାଇସେଜ ଭଳି ସବୁ ଜାଗାରେ ବ୍ୟବହାର କରିପାରିବେ।

ଏହି ଫିଚର କେମିତି କାମ କରିବ ଜାଣନ୍ତୁ

ଟେକ୍‌ କମ୍ପାନୀର କହିବା କଥା ଯେ ବିନା ପାସଓ୍ଵାର୍ଡରେ ୟୁଜର୍ସ ନିଜ ଆକାଉଣ୍ଟସରେ ଏହାକୁ ଏତେ ସହଜରେ ଲଗଇନ୍‌ କରିପାରିବେ ଯେତେ ସହଜରେ ସେ ନିଜ ସ୍ମାର୍ଟଫୋନକୁ ଅନଲକ୍‌ କରୁଛନ୍ତି। ଯେଉଁଭଳି ଭାବେ ଆପଣ ପିନ୍‌, ପାସଓ୍ଵାର୍ଡ କିମ୍ବା ପାଟର୍ନ ଜରିଆରେ ନିଜର ଫୋନକୁ ଅନଲକ୍‌ କରୁଛନ୍ତି, ସେହିଭଳି ଭାବେ ଏବେ ଆପଣ ନିଜର ଅନଲାଇନ୍‌ ଆକାଉଣ୍ଟସରେ ମଧ୍ୟ ଲଗ-ଇନ୍‌ କରିପାରିବେ।

ନିଜର ଗୁଗଲ, ଆପ୍ପଲ ଏବଂ ମାଇକ୍ରୋସଫ୍ଟର ଆକାଉଣ୍ଟରେ ସାଇନ-ଇନ କରିବା ପାଇଁ ଆପଣଙ୍କୁ ଏକ ଖାସ୍‌ କ୍ରିପ୍ଟୋଗ୍ରାଫିକ ଟୋକନ କିମ୍ବା ଏକ ଫିଡୋ କ୍ରେଡେନସିଆଲର ବ୍ୟବହାର କରିବାକୁ ହେବ। ଏହିଭଳି ଭାବେ ବିନା ପାସଓ୍ଵାର୍ଡରେ ଆପଣ ନିଜ ଆକାଉଣ୍ଟରେ ଲଗଇନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.