ଆପଣଙ୍କ ବିନା କିଏ ଆପଣଙ୍କ ଫୋନକୁ ହାତ ମାରୁଛି, ଏପରି ଚୁଟକିରେ କରନ୍ତୁ ପତ୍ତା

ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆମେ ଫୋନ ଲକ୍ କରିଥାନ୍ତି, କିନ୍ତୁ କେହି ଆମ ଫୋନକୁ ଗୋପନରେ ଖୋଲିବା ପାଇଁ ଚେଷ୍ଟା କରିଥାନ୍ତି। ଏମିତିରେ ଆମେ ଜାଣି ପାରନଥାନ୍ତି କିଏ ଫୋନର ଲକକୁ ଖୋଲିବାକୁ ଚେଷ୍ଟା କରିଛନ୍ତି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ଫୋନକୁ ହାତ ଲଗାଇଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ।

ଆପଣଙ୍କୁ ଏହା ଜାଣିବାକୁ ହେଲେ ଏକ ଆପ୍ ଡାଉନଲୋଡ କରିବାକୁ ହେବ। ଯାହାର ନାମ  ‘Who touched my phone’। ଏହି ଆପର ବିଶେଷତ୍ୱ ହେଉଛି ଯଦି କେହି ଆପଣଙ୍କ ଫୋନକୁ ଚୋରି କରିବାକୁ ଚେଷ୍ଟା କରିବେ ତାହେଲେ ଏହି ଆପ୍ ତାର ପଟୋ କ୍ଲିକ କରିନେବ। ଏଥିପାଇଁ ଏହି ଆପର ଫ୍ରଣ୍ଟ କ୍ୟାମେରାର ଆକ୍ସେସ ଦେବାକୁ ପଡିବ। ଏହାପରେ ଯେତେବେଳେ ଆପଣ ନିଜ ଫୋନ ଖୋଲିବେ ସେତେବେଳେ ଆପଣଙ୍କୁ ସେହି ବ୍ୟକ୍ତିଙ୍କର ଫଟୋ ଦେଖାଯିବ ଯିଏ ଆପଣଙ୍କ ଫୋନର ଲକକୁ ଖୋଲିବାକୁ ଚେଷ୍ଟା କରିଥିବ।

ଏହି ଆପର ଖାସ୍ କଥା ହେଉଛି ଯେ ଯଦି କେହି ଆପଣଙ୍କ ଫୋନକୁ ଅନଲକ କରିନେଇଛି ତାହେଲେ ଏହା ମଧ୍ୟ ଜଣାଇଦେବ ଯେ ସେ କେଉଁ ଆପକୁ ଓପନ କରିଥିଲେ। ଅନଲକ୍ କରିବା ପାଇଁ କେତେ ଥର ଟ୍ରାଏ କରିଛନ୍ତି ଏବଂ ପାଟର୍ନ ନା ପିନ୍ କେଉଁଥିରେ ଓପନ କରିଛନ୍ତି ଏହା ମଧ୍ୟ ଜଣାପଡିଯିବ। ଏହି ସବୁ ଫିଚର୍ସ ଏହି ଆପରେ ମହଜୁଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.