ଟେକ୍

ଲାପ୍‌ଟପ୍‌/କମ୍ପ୍ୟୁଟର ସ୍ଲୋ ହେଉଥିଲେ ଆପଣାନ୍ତୁ ଏହି ଟ୍ରିକ୍‌, ତୁରନ୍ତ ବଢ଼ିଯିବ ସ୍ପିଡ୍‌

ବର୍ତ୍ତମାନର ଆଧୁନିକ ଯୁଗରେ ଟେକ୍ନୋଲୋଜି ବିନା ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏବେ କମ୍ପ୍ୟୁଟର ଓ ଲାପଟପ୍‌ରେ ହିଁ ସବୁ କାମ ହେଉଛି। ତେବେ ସବୁବେଳେ ସିଷ୍ଟମ୍‌ ବ୍ୟବହାର କଲେ ଏହା ଧୀରେ ଧୀରେ ସ୍ଲୋ ହୋଇଯାଏ। ଯେତେ ରିଷ୍ଟାର୍ଟ କଲେ ବି ଏହି ସମସ୍ୟା ସମାଧାନ ହୋଇନଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଟିପ୍‌ସ କହିବୁ ଯାହା ଆପଣଙ୍କ windows 10 କମ୍ପ୍ୟୁଟର ବା ଲାପ୍‌ଟପ୍‌ର ସ୍ପିଡ୍‌କୁ ବଢ଼ାଇବାରେ ସାହାଯ୍ୟ କରିବ ଓ ଆପଣଙ୍କ କାମକୁ ଆହୁରି ସରଳ କରିଦେବ। ଆସନ୍ତୁ ଜାଣିବା କମ୍ପ୍ୟୁଟର ସ୍ପିଡ୍‌ ବଢ଼ାଇବାର ୫ଟି ସହଜ ଟିପ୍ସ…

୧.ଅଦରକାରୀ ଡାଟା ଡିଲିଟ୍‌ କରନ୍ତୁ:

କମ୍ପ୍ୟୁଟରରେ ଅଧିକ ଡାଟା ଥିଲେ ଏହାର ପ୍ରୋସେସିଂ ଡେରି ହୁଏ। କମ୍ପ୍ୟୁଟରରେ ସାଧାରଣତଃ ଫିଲ୍ମ, ଫଟୋ ଓ ଭିଡିଓ ଥାଏ, ଯାହା ସିଷ୍ଟମ୍‌ର (Hard Drive) କୁ ଫୁଲ କରିଦିଏ। ଏଣୁ ମଝିରେ ମଝିରେ ଅଦରକାରୀ ଭିଡିଓ ଓ ବଡ଼ ଫାଇଲକୁ ଡିଲିଟ୍‌ କରନ୍ତୁ। ଏହା ଦ୍ୱାରା ପିସିର ସ୍ପିଡ୍‌ ବଢ଼ିବ।

୨. ରି ଷ୍ଟାର୍ଟ ସିଡ୍ୟୁଲ କରନ୍ତୁ:

ସାଧାରଣତଃ ୨୪-୩୦ ଘଣ୍ଟା ମଧ୍ୟରେ ପିସିକୁ ରିଷ୍ଟାର୍ଟ କରିବା ଉଚିତ। ଏହା ଦ୍ୱାରା ସିଷ୍ଟମ୍‌କୁ ରେଷ୍ଟ ମିଳିଥାଏ। ଯଦି ନିରନ୍ତର ଭାବେ ସିଷ୍ଟମ୍‌ ଅନ୍‌ ରହି କାମ ଚାଲୁଥିବ ତେବେ ଏହା ଧୀରେ ଧିରେ ସ୍ଲୋ ହୋଇଯାଏ। ଏଣୁ ମଝିରେ ମଝିରେ ସିଷ୍ଟମ୍‌କୁ ଅଫ୍‌ କରିବାକୁ ଭୁଲନ୍ତୁ ନାହିଁ।

୩. ଟେମ୍ପରାରି ଫାଇଲକୁ ଡିଲିଟ୍‌ କରନ୍ତୁ:

ଲାପ୍‌ଟପ୍‌ରେ ଅନେକ ଆପ୍ଲିକେସନ୍‌ ଓ ପ୍ରୋଗ୍ରାମ୍‌ ରହିଥାଏ। ଏସବୁର ଟେମ୍ପରାରି ଫାଇଲ ବି ଆପେ ଆପେ କ୍ରିଏଟ୍‌ ହୋଇଯାଏ। ଟେମ୍ପରାରି ଫାଇଲର ସଂଖ୍ୟା ବଢ଼ିଗଲେ ବି ସିଷ୍ଟମ୍‌ ସ୍ଲୋ ହୋଇଯାଏ। ଏଣୁ ମଝିରେ ମଝିରେ ଏଭଳି ଫାଇଲକୁ ଡିଲିଟ୍‌ କରନ୍ତୁ। ଏଥିପାଇଁ ଲାପ୍‌ଟପ୍‌ରେ Window+R ବଟନ୍‌ ଦବାଇ ଓପନ୍‌ କରନ୍ତୁ। ଏବେ ସେଥିରେ temp ଲେଖି ଏଣ୍ଟର ଦବାନ୍ତୁ। ଏବେ ସାମ୍ନାରେ ଯେଉଁ ଫାଇଲ ଦେଖାଇବ ସେ ସବୁକୁ ctrl+A ଦବାଇ ସବୁଦିନ ପାଇଁ ଡିଲିଟ୍‌ କରିଦିଅନ୍ତୁ। ସିଷ୍ଟମ୍‌ ସ୍ପିଡ୍‌ରେ ଚାଲିବ।

୪. ରନ୍‌ ଟ୍ରି କମାଣ୍ଡ:

ନିୟମିତ ବ୍ୟବଧାନରେ ରନ୍‌ ଟ୍ରି କମାଣ୍ଡ ବ୍ୟବହାର କରନ୍ତୁ। ଏଥିପାଇଁ ଲାପ୍‌ଟପ୍‌ରେ Window+R ବଟନ୍‌ ଦବାଇ ଓପନ୍‌ କରନ୍ତୁ। ଏବେ tree ଲେଖି enter କ୍ଲିକ୍‌ କରନ୍ତୁ। ଏବେ ସାମ୍ନାରେ Tree Command Run ହେଉଥିବା ଦେଖାଯିବ। ଏହି ସମୟରେ ଆଉ କିଛି ଓପନ୍‌ କରନ୍ତୁ ନାହିଁ। Run ସରିବା ପରେ କମାଣ୍ଡ ଆପେ ଆପେ ହଟିଯିବ।

୫. “prefetch & %temp%” ଲେଖାଥିବା ଫାଇଲ ଡିଲିଟ୍‌ କରନ୍ତୁ:

ଲାପ୍‌ଟପ୍‌ରେ କୌଣସି ଫାଇଲ ଖୋଲିବା ବେଳେ ତାହା ଆପେ ଆପେ କିଛି ଆପ୍ଲିକେସନ୍‌ ଓପନ କରିଦିଏ। ଏହା prefect/temp folder ରେ ଷ୍ଟୋର ହୋଇଯାଏ। ପ୍ରୋଗ୍ରାମ୍‌ ବନ୍ଦ କରିସାରିବା ପରେ ଏହି ଫାଇଲ୍‌ ବି ଆପେ ଆପେ ଡିଲିଟ୍‌ ହୋଇଯାଏ। କିନ୍ତୁ ବେଳେବେଳେ କିଛି ଫାଇଲ ସିଷ୍ଟମ୍‌ରେ ପୂର୍ବପରି ରହିଯାଏ, ଯାହାକୁ ନିଜକୁ ଡିଲିଟ୍‌ କରିବାକୁ ପଡ଼ିଥାଏ। ଏହାକୁ ଡିଲିଟ୍‌ କରିବାକୁ Window+R ବଟନ୍‌ ଦବାନ୍ତୁ। ଏବେ Command Run ଓପନ ହୋଇଯିବ। ସେଥିରେ ପ୍ରଥମେ prefetct ଓ ପରେ %temp% ଲେଖି ଦୁଇ ଥରରେ ଏଣ୍ଟର ଦବାନ୍ତୁ। ଏହା ପରେ ଉକ୍ତ ଫାଇଲକୁ Shift+delete ଦବାଇ ଟେମ୍ପରାରି ଫାଇଲ ଡିଲିଟ୍‌ କରନ୍ତୁ।

WCW 11

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

4 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

5 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

10 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

15 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

18 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

30 mins ago