ଫ୍ଲିପକାର୍ଟ ବିଗ ସେଭିଙ୍ଗ୍‌ ସେଲ୍‌ ୨୦୨୧ : ୭ ହଜାର ଶସ୍ତାରେ ମିଳିବ ଏହି ଫୋନ୍‌, iPhone ରେ ବି ମିଳିବ ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ : ଫ୍ଲିପ୍‌କାଟ ର ବିଗ୍‌ ସେଭିଂ ଡେ ସେଲ୍‌ ୨୫ ଜୁଲାଇରୁ ଆରମ୍ଭ ହେବ । ଏହି ସେଲ୍‌ ୫ ଦିନ ପର୍ଯ୍ୟନ୍ତ ଚାଲିବ । ୨୯ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସେଲ୍‌ରେ ସ୍ମାର୍ଟଫୋନ୍‌, ଇଲୋକ୍ଟ୍ରୋନିକ୍ସ ଆପଲାଏନ୍ସ ଉପରେ ବଡ଼ ଡିସକାଉଣ୍ଟ ଦିଆଯାଉଛି । ଫ୍ଲିପକାର୍ଟ ପ୍ଲସ୍‌ ମେମ୍ବରଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ସେଲ୍‌ ଆରମ୍ଭ ହୋଇଯିବ ।

ଫ୍ଲିପ୍‌କାର୍ଟ କେତେକ ଜିନିଷ ଉପରେ ଭଲ ଡିସକାଉଣ୍ଟ ଦେଉଛି । ତେବେ ଏଯାଏ ଫ୍ଲିପକାର୍ଟ ସବୁ ଅଫର ସମ୍ପର୍କରେ ଘୋଷଣା କରିନାହିଁ ଯାହା କି ଆଗାମୀ ଦିନରେ ଆହୁରି ବହୁତ ଅଫର ସମ୍ପର୍କରେ ଘୋଷଣା କରିବ । ଆଇସିଆଇସିଆଇ ବ୍ୟାଙ୍କ୍‌ ଗ୍ରାହକଙ୍କୁ ଅତିରିକ୍ତ ୧୦ ପ୍ରତିଶତ ତତ୍କାଳ ଛାଡ ମିଳିବ ।

ଏଥିରେ ମିଳିବ ସୁନ୍ଦର ଅଫର :

Poco X3 ପ୍ଲସ ମୋବାଇଲର ବର୍ତ୍ତମାନର ମୂଲ୍ୟ ୨୩,୯୯୯ ଟଙ୍କା ଥିବା ବେଳେ ଏହି ସେଲ୍‌ରେ ମାତ୍ର ୧୭,୨୪୯ ଟଙ୍କାରେ ମିଳିବ । ଏଥିରେ ୬ ଜିବି ର‍୍ୟାମ୍‌ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି । ଏଥିରେ ୬.୬୭ ଇଞ୍ଚ୍‌ ର ଫୁଲ୍‌ ଏଚ୍‌ ଡି ଡିସ୍‌ପ୍ଲେ ଓ ୪୮ ମେଗାପିକ୍ସଲ ର ପ୍ରାଇମେରୀ କ୍ୟାମେରା ସହ ରିଅର କ୍କ୍ଵାଡ କ୍ୟାମେରା ଦିଆଯାଇଛି ।

Apple iPhone 12 : ଏହାର ମୂଲ୍ୟ ୭୭,୯୦୦ ଟଙ୍କା ରହିଥିବା ବେଳେ ଏଥିରେ ମଧ୍ୟ ବଡ଼ ରିହାତି ଦିଆଯାଇଛି । ଯଦିଓ ଏହାର ପ୍ରକୃତ ଡିସକାଉଣ୍ଟ ବିଷୟରେ ଘୋଷଣା କରାଯାଇ ନାହିଁ । ଆଗାମୀ ଦିନରେ ଏହାର ଡିସକାଉଣ୍ଟ ସମ୍ପର୍କରେ ଘୋଷଣା କରାଯିବ । ଏଥିରେ ୬.୧ ଇଞ୍ଚର ସୁପର ରେଟେନା ଡିସପ୍ଲେ ଦିଆଯାଇଛି । ସ୍ମାର୍ଟଫୋନ୍‌ IP68 ଓ୍ଵାଟର ଓ ଡଷ୍ଟ ରେଜିଷ୍ଟାଣ୍ଟ ଅଟେ ।

Xiaomi ର Mi 11 ଲାଇଟ ର ବର୍ତ୍ତମାନ ମୂଲ୍ୟ ୨୩,୯୯୯ ଟଙ୍କା ଥିବା ବେଳେ ରିହାତି ଅନୁଯାୟୀ ଏହା ୨୦,୪୯୯ ଟଙ୍କାରେ ମିଳବ । ଏହାସହ Infinix Note 10 Pro ମଧ୍ୟ ୧୬,୯୯୯ ଟଙ୍କାରେ ମିଳିବ । ସାମସଙ୍ଗ ମୋବାଇଲ ରେ ମଧ୍ୟ ଭଲ ଡିସକାଉଣ୍ଟ ଅଫର ଥିବା ଜଣାଯାଇଛି ।

ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ମଧ୍ୟ ବଡ଼ ରିହାତି :

ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ମଧ୍ୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଇଛି । ଆପଣଙ୍କ ଚଏସର ଲାପ୍‌ ଟାପ୍‌, ହେଡଫୋନ୍‌, ଫିଟନେସ୍‌ ବ୍ୟାଣ୍ଡ ଓ ଅନ୍ୟ ଇଲୋକ୍ଟ୍ରୋନିକ୍ସ ଆଇଟମ ଉପରେ ମଧ୍ୟ ଭଲ ଡିସକାଉଣ୍ଟ ଦିଆଯିବ । ଏହାଛଡ଼ା ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.