ଫ୍ଲିପକାର୍ଟ ବ୍ଲାକ ଫ୍ରାଇଡେ ସେଲରେ ମାତ୍ର ୬୫ ଟଙ୍କାରେ କିଣନ୍ତୁ Oppoର ଏହି ଦମଦାର ସ୍ମାର୍ଟଫୋନ୍‌

ଯଦି ଆପଣ ଏକ ଏମିତି ସ୍ମାର୍ଟଫୋନ୍‌ ସନ୍ଧାନରେ ଅଛନ୍ତି ଯାହା ଭଲ ବ୍ୟାଟେରୀ ଲାଇଫ୍‌ ସହିତ ଆସିବ, ତାହେଲେ ଆପଣଙ୍କୁ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ। ଇ-କମର୍ସ େଓ୍ଵବସାଇଟ ଫ୍ଲିପକାର୍ଟ ବ୍ଲାକ ଫ୍ରାଇଡେ ସେଲ ଆରମ୍ଭ କରିଛିଯେଉଁଥିରେ ଆପଣଙ୍କୁ ସବୁ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ବଢ଼ିଆ ରିହାତି ମିଳୁଛି। ଆଜି ଆମେ ଏମିତି ଏକ ଡିଲ ବିଷୟରେ କହୁଛୁ ଯେଉଁଥିରେ ଓପୋର ଦମଦାର ବ୍ୟାଟେରୀ ବିଶିଷ୍ଟ ଫୋନକୁ ଆପଣ ମାତ୍ର ୬୫ ଟଙ୍କାରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଡିଲ ବିଷୟରେ।

୬୫ ଟଙ୍କାରେ ଏପରି କିଣନ୍ତୁ ଓପ୍ପୋ ଏ୩୩

Oppo A33 ଏକ ଏମିତି ସ୍ମାର୍ଟଫୋନ ଯାହାର ଦାମ୍‌ ମାର୍କେଟରେ ୧୨,୯୯୦ ଟଙ୍କାରେ ମିଳୁଛି। କିନ୍ତୁ ଫ୍ଲିପକାର୍ଟ ବ୍ଲାକ ଫ୍ରାଇଡେ ସେଲରେ ଆପଣ ଏହି ଫୋନକୁ ୧୯% ରିହାତି ପରେ ୧୦,୪୯୦ ଟଙ୍କାରେ କିଣିପାରିବେ। ଯଦି ଆପଣ ଏହି ଫୋନର ପେମେଣ୍ଟ ଫ୍ଲିପକାର୍ଟ ଏକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ କରୁଛନ୍ତି ତାହେଲେ ୫% କ୍ୟାସବ୍ୟାକ ଅର୍ଥାତ୍‌ ୫୨୫ ଟଙ୍କା ରିଟର୍ଣ୍ଣ ପାଇପାରିବେ। ଏହିପରି ଭାବେ ଏହି ଫୋନର ଦାମ୍‌ କମ୍‌ ହୋଇ ୯,୯୬୫ ଟଙ୍କା ହୋଇଯିବ।

ଏକ୍ସଚେଞ୍ଜ ଅଫରରେ ପାଆନ୍ତୁ ଅଧିକ ଡିସକାଉଣ୍ଟ

ଏହି ଡିଲରେ ଆପଣଙ୍କୁ ଏକ ଏକ୍ସଚେଞ୍ଜ ଅଫରର ସୁବିଧା ମଧ୍ୟ ଦିଆଯାଉଛି। ଯଦି ଆପଣ ନିଜ ପୁରୁଣା ସ୍ମାର୍ଟଫୋନ୍‌ ପରିବର୍ତ୍ତେ ଓପ୍ପୋର ଏହି ସ୍ମାର୍ଟଫୋନକୁ କିଣୁଛନ୍ତି ତାହେଲେ ଆପଣଙ୍କୁ ୯,୯୦୦ ଟଙ୍କା ପର୍ଯ୍ୟନ୍ତର ଫାଇଦା ପାଇପାରିବେ। ଏହି ଏକ୍ସଚେଞ୍ଜ ଅଫରର ପୂରା ଲାଭ ମିଳିବା ପରେ ଆପଣଙ୍କ ପାଇଁ Oppo A33 ଦାମ୍‌ କେବଳ ୬୫ ଟଙ୍କା ରହିଯିବ।

ଓପ୍ପୋର ଏହି ସ୍ମାର୍ଟଫୋନର ଖାସ୍‌ ଫିଚର୍ସ କଣ ଜାଣନ୍ତୁ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Oppoର ଏହି ସ୍ମାର୍ଟଫୋନ ୪ଜି ସପୋର୍ଟରେ ଆସିଥାଏ। ଏଥିରେ ୩ଜିବି ରାମ ଏବଂ ୩୨GBର ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ଏଥିରେ ଆପଣଙ୍କୁ ୬.୫ ଇଞ୍ଚ୍ର ପଞ୍ଚ ହୋଲ୍‌ ଡିସପ୍ଲେ, ୯୦ ରିଫ୍ରେସ ରେଟ, ଡୁଆଲ ସିମର ସୁବିଧା ଏବଂ ମାଇକ୍ରୋ ଏସଡି ସ୍କଲ ମିଳିବ। ଏହାସହିତ କ୍ୱାଲକମ୍‌ ସ୍ନାପଡ୍ରାଗନ ୪୬୦ରେ ଚାଲୁଥିବା ଏହି ସ୍ମାର୍ଟଫୋନ୍‌ ୫୦୦୦ ମାହ ବ୍ୟାଟେରୀ, ୧୮ଓ୍ଵାଟ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ଏବଂ ଏକ ସୁପର ପାଓ୍ଵାର ସେଭିଙ୍ଗ ମୋଡ ସହିତ ଆସିଥାଏ। ଏଥିରେ ଆପଣଙ୍କୁ ଏଆଇ ଟ୍ରିପଲ କ୍ୟାମେରା ସେଟଅପ ଏବଂ ୮ଏମପି ଫ୍ରଣ୍ଟ କ୍ୟାମେରା ମଧ୍ୟ ମିଳିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର୍ସର ଫାଇଦା ଆପଣ ଫ୍ଲିପକାର୍ଟ ବ୍ଲାକ ଫ୍ରାଇଡେ ସେଲରେ ୩୦ ନଭେମ୍ବର ପର୍ଯ୍ୟନ୍ତ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.