Flipkart ଦିଓ୍ଵାଲୀ ସେଲ୍‌ରେ କିଣନ୍ତୁ ବେଷ୍ଟ smartwatch, ମୂଲ୍ୟ ରହିଛି ୨,୦୦୦ ଟଙ୍କାରୁ କମ୍‌

ବର୍ତ୍ତମାନ ଅନେକ ଲୋକ ସ୍ମାର୍ଟ୍ ୱାଚ ବ୍ୟବହାର କରୁଛନ୍ତି। ତେବେ ଆରମ୍ଭ ହୋଇଯାଇଛି Flipkart ର Diwali Sale। ଯେଉଁଥିରେ ଆପଣଙ୍କ ପାଇଁ ଆଣିଛି ଏକ ସୁବର୍ଣ୍ଣ ସୁଯୋଗ ୨,୦୦୦ ଟଙ୍କାରୁ କମ୍‌ରେ କିଣି ପାରିବେ ଏହି ସ୍ମାର୍ଟଓ୍ଵାଚ୍‌। ଆଗକୁ ଆସୁଛି ଦୀପାବଳି, ଯେଉଁଥିପାଇଁ ସମସ୍ତେ ସପିଂରେ ବ୍ୟସ୍ତ। ଯଦି ଆପଣ ସପିଂରେ ରୁଚି ରଖୁଛନ୍ତି ବା ଏହି ପାର୍ବଣଋତୁରେ ଶସ୍ତାରେ କିଣିବାକୁ ଚାହୁଁଛନ୍ତି ତେବେ Flipkart ର Diwali Sale ଆପଣଙ୍କ ଖୁସିକୁ ଦୁଇ ଗୁଣିତ କରିବ। ଆମେ ଆପଣଙ୍କୁ Flipkart ର Diwali Sale ରେ ଉପଲବ୍ଧ କିଛି ଶସ୍ତା ସ୍ମାର୍ଟ ଓ୍ଵାଚ୍‌ ବିଷୟରେ କହିବୁ। ଯାହାକୁ ଆପଣ ୨,୦୦୦ ଟଙ୍କାରୁ କମ୍ ଟଙ୍କାରେ କିଣି ପାରିବେ।

୧.DIZO Watch 2 Sports:

ଏହି ଓ୍ଵାଚ୍‌ Realme ର ଏକ ବ୍ରାଣ୍ଡ୍‌। ଏଥିରେ ୧.୬୯ ଇଞ୍ଚ୍‌ର ଡିସ୍ପ୍ଲେ ସହିତ ଏହା ରେକ୍ଟାଙ୍ଗୁଲାର ଡିଜାଇନ ହେଇଛି। ଏଥିରେ ୨୬୦ ଏମ୍‌ଏଚ୍‌ର ବ୍ୟାଟେରୀ ବ୍ୟାକ୍‌ଅପ୍‌ ରହିଛି। ଏହାର ବିଶେଷ ଗୁଣ ହେଉଛି ଏହା ୧୦ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ୍‌ଅପ୍‌ ଦେଇପାରିବ। ୧୯୯୯ ଟଙ୍କାର ଏହି ଘଣ୍ଟା ସେଲ୍‌ ସମୟରେ ଏହାର ଦାମ୍‌ ଆହୁରି କମ୍‌ ହେଇ ପାରିବ। ଏହି ଘଣ୍ଟା ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ଅଛି।

୨. Boat Wave Lite:

ଏହି ଫୋନ୍‌ ବି ୨,୦୦୦ ଟଙ୍କାରୁ କମ୍‌ ବଜେଟରେ ଆସୁଛି । ଏହି ଓ୍ଵାଚ୍‌ ୧.୬୯ ଇଞ୍ଚ୍। ଏଚ୍‌ଡି ଡିସ୍ପ୍ଲେ ସହିତ ଆସୁଛି। ଏଥିରେ ୧୦ ଟି ସ୍ପୋର୍ଟସ୍‌ ମୋଡ୍‌ ମଧ୍ୟ ଦିଆ ଯାଇଛି। ଏଥିରେ ଆଇପି ୬୮ ଓ୍ଵାଟର ରେସିଷ୍ଟାଣ୍ଟ ସୁବିଧା ଅଛି। ୧୪୦ ରୁ ଅଧିକ ଓ୍ଵାଚ୍‌ ଫେସ୍‌ ମଧ୍ୟ ଏହି ୱାଚରେ ଅଛି। ଏହି ଘଣ୍ଟା DIZO Watch 2 Sports ପରି ଥରେ ଚାର୍ଜ ହେଲେ ୭ଦିନ ପର୍ଯ୍ୟନ୍ତ ଚାଲି ପାରିବ। ଏହା ମଧ୍ୟ ସେଲ୍‌ ସମୟରେ ଆଉ କିଛି ରିହାତି ହୋଇପାରେ।
୩. Noise Color Fit Caliber:
ଏହାପରେ ଆସୁଛି ନିଶ୍ଚିତ ଏହି ଓ୍ଵାଚ୍‌ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଏହି ଘଣ୍ଟା ଅନ୍ୟ ତୁଳନାରେ ଏହାର ଫିଚରସ୍‌ କମ୍‌ ନାହିଁ। ୨୦୦୦ ଟଙ୍କାରୁ କମ୍‌ରେ ଆସୁଥିବା ଏହି ଘଣ୍ଟା ୧.୬୯ ଇଞ୍ଚ୍‌ର ଏଲ୍‌ସିଡି ଡିସ୍ପ୍ଲେ , ୬୦ ସ୍ପୋର୍ଟସ୍‌ ମୋଡ୍‌, ଆଇପି ୬୮ ଓ୍ଵାଟର ରେସିଷ୍ଟାଣ୍ଟ ୧୫୦ ଓ୍ଵାଚ୍‌ ସୁବିଧା ଅଛି। ଏହା ସବୁଠାରୁ ଅଧିକା ୧୫ ଦିନର ବ୍ୟାଟେରୀ ବ୍ୟାକ୍‌ ଅପ୍‌ ଦେଇଥାଏ।

୪. Fire-Boltt Ninja 3:

ଏହି ଓ୍ଵାଚ୍‌ ମଧ୍ୟ ୨,୦୦୦ ଟଙ୍କାରୁ କମ୍‌ ବଜେଟରେ କିଣିହେବ। ଏଥିରେ ମଧ୍ୟ ଭଲ ଫିଚର୍ସ ଅଛି।୧.୬୯ ଇଞ୍ଚ୍‌ର ଏଲ୍‌ସିଡି ଡିସ୍ପ୍ଲେ ,୬୦ ସ୍ପୋର୍ଟସ୍‌ ମୋଡ୍‌, ଆଇପି ୬୮ ଓ୍ଵାଟର ରେସିଷ୍ଟାଣ୍ଟ ୧୦୦ରୁ ଅଧିକ ଓ୍ଵାଚ୍‌ ଫେସ୍‌ର ସୁବିଧା ଅଛି। ଏହା ୭ ଦିନର ବ୍ୟାଟେରୀ ବ୍ୟାକ୍‌ ଅପ୍‌ ଦେଇଥାଏ। ତେବେ ଏହି ସବୁ ସ୍ମାର୍ଟ ୱାଚ ଆପଣ ଭଲ ଅଫରରେ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.