ଆରମ୍ଭ ହୋଇଛି ଫ୍ଳିପକାର୍ଟର ଇଲେକଟ୍ରୋନିକ ସେଲ, କିଣନ୍ତୁ 5G ସ୍ମାର୍ଟଫୋନକୁ ଶସ୍ତା ଦାମରେ

ଆପଣ ସ୍ମାର୍ଟଫୋନ୍ କିଣିବାକୁ ଇଚ୍ଛା କରୁଛନ୍ତି କି ? ଆଉ ତାହା ବି ଅତି ଶସ୍ତା ଦାମ୍‌ରେ? ତା’ ହେଲେ ଆଜି ଆମେ ଆପଣଙ୍କୁ କିଛି ଭଲ ଅପସନ ବିଷୟରେ କହିବୁ। ଏବେ ଆପଣଙ୍କ ପାଇଁ ଆସିଛି ବେଷ୍ଟ ଅଫର୍। ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ନୂଆ ସେଲ୍‌ ଆରମ୍ଭ ହୋଇଯାଇଛି।ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ସେଲ୍ ଆରମ୍ଭ ହୋଇ ଯାଇଛି।

ଜୁନ୍‌ ୨୩ରୁ ଜୁନ୍‌ ୨୭ ମଧ୍ୟରେ ଆରମ୍ଭ ହୋଇଥିବା ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ଇଲେକଟ୍ରୋନିକ୍ସ ସାମଗ୍ରୀ, ସ୍ମାର୍ଟଫୋନ୍‌ ସହିତ ଅନ୍ୟ କେ‌ତେକ ସମାଗ୍ରୀ ଉପରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରାଯାଉଛି। ଏହି ସେଲ୍‌ରେ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ ରିହାତି ମିଳୁଛି।

ଯଦି ଆପଣ ନୂଆ ସ୍ମାର୍ଟଫୋନ୍‌ କିଣିବାର ଯୋଜନା କରୁଛନ୍ତି ତ ଏହି ସେଲ୍‌ର ଲାଭ ଉଠାନ୍ତୁ। ସେଲ୍‌ରେ ନୋ-କଷ୍ଟ୍‌ ଇଏମ୍‌ଆଇ ଏବଂ ଫେରସ୍ତ ଅଫର୍‌ ବି ଉପଲବ୍ଧ। ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ଆପଣଙ୍କୁ ରିୟଲ୍‌ ମି, ଜିଓମି, ପୋକୋ ଏବଂ ଭିଭୋ ସମେତ ଅନେକ ବ୍ର‌ାଣ୍ଡ୍‌ର ଫୋନ୍‌ ଉପରେ ରିହାତି ମିଳିବ।

ଭାରତରେ ଖୁବ୍ ଶୀଘ୍ର ୫ଜି ନେଟ୍‌ୱର୍କ ଲଞ୍ଚ୍‌ ହେବାକୁ ଯାଉଛି। ସେହିକାରଣରୁ ନୂଆ ଫୋନ୍‌ କିଣିବାକୁ ଇଛା ରଖିଥିବା ଗ୍ରାହକମାନେ ୫ଜିକୁ ଅଧିକ ଗୁରୁତ୍ବ ଦେବା ସ୍ବାଭାବିକ। ତେଣୁ ଆପଣଙ୍କୁ ଖୁବ୍‌ କମ୍‌ ଦରରେ ୫ଜି ଫୋନ୍‌ ବି ମିଳିଯିବ ଏହି ସେଲ୍‌ରେ।

ଆପଣ ଯଦି Vivo T1 5G କିଣିବେ ତାହାଲେ ଆପଣଙ୍କୁ ଏହାକୁ ୧୪,୪୯୦ ଟଙ୍କାରେ ମିଳିଯିବ। ସେଲ୍‌ରେ ଆପଣଙ୍କୁ Realme 9 pro+ ୨୦ ହଜାରରୁ କମ୍‌ ଟଙ୍କାରେ ମିଳିଯିବ। ସେହିପରି xiaomi 11I 5G ଆସିଯିବ ୧୯,୯୯୯ ଟଙ୍କାରେ। Poco MG 5G କୁ ଆପଣ ୧୦,୯୯୯ ଟଙ୍କାରେ କିଣିପାରିବେ। ସେହିପରିRealme 9 pro 5G ଏହି ସେଲ୍‌ରେ ମିଳୁଛି ମାତ୍ର ୧୬, ୪୯୯ ଟଙ୍କାରେ। ଏହିପରି ଆହୁରି ଅନେକ ସେଲ୍‌ଫୋନ୍‌ ଉପରେ ରିହାତି ରହିଛି, ଯାହା ଆପଣ ଫ୍ଲିପ୍‌କାର୍ଟକୁ ଯାଇ କିଣିପାରିବେ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.