୮ ହଜାର ଟଙ୍କା କମରେ ମିଳୁଛି ଏହି ଟିଭି, ବର୍ଷେ ୱାରେଣ୍ଟି ସହିତ ୧୦ ପ୍ରତିଶତ ଡିସକାଉଣ୍ଟ

ଯଦି ଆପଣ ସ୍ମାର୍ଟଟିଭି କିଣିବାକୁ ଚାହୁଁଚନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅନଲାଇନ ସପିଂ ୱେବସାଇଟ ଫ୍ଲିପକାର୍ଟରେ ୪ରୁ ୮ ମାର୍ଚ୍ଚ ପର୍ଯ୍ଯନ୍ତ ହୋମ ଆପ୍ଲାଏନ୍ସ ସେଲ ଚାଲିଛି। ଆଉ ଆପଣଙ୍କ ହାତରେ ମାତ୍ର ଦୁଇଦିନ। ଏହି ସମୟରେ ସ୍ମାର୍ଟଟିଭି ୮ ହଜାର ଟଙ୍କାରୁ କମ୍ ଦାମରେ ମିଳିଛି। ଏହାଛଡା ଆଇସିଆଇସିଆଇ କାର୍ଡରେ ୩୫୦୦ ଟଙ୍କାର ଡିସକାଉଣ୍ଟ ମଧ୍ୟ ମିଳୁଛି।

ରିଅଲ ମି ୩୨ ଇଞ୍ଚର ଏଚଡି ରେଡି ଏଲଇଡି ସ୍ମାର୍ଟଟିଭି ଫ୍ଲିପକାର୍ଟରେ ୧୩,୯୯୯ ଟଙ୍କାରେ ମିଳୁଛି। ଏଥିରେ ୬୦ Hz ରିଫ୍ରେସ ରେଟ ଏବଂ ଦମଦାର ଡିସପ୍ଲେ ସହିତ ୨୪ ୱାଟର ସ୍ପିକର୍ସ ଏବଂ ମିଡିଆ ଟେକ୍ ପ୍ରୋସେସର ମିଳୁଛି। ଟିଭିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ଡିଜନୀ ହଟଷ୍ଟାର, ଏବଂ ୟୁଟ୍ଯୁବ ଭଳି ଆପ୍ସ ପୂର୍ବରୁ ଦିଆଯାଇଛି। ଟିଭି ରିମୋଟରେ ଗୁଗଲ ଆସିଷ୍ଟାଣ୍ଟ ପାଇଁ ଅଲଗା ବଟନ ଦିଆଯାଇଛି।

mi
photo credit: IndiaMART

Mi 4A Pro 32 ଇଞ୍ଚ ଏହି ଟିଭି ୧୪,୪୯୯ ଟଙ୍କାରେ ମିଳୁଛି। ଏଥିରେ ଆଇସିଆଇସିଆଇ କାର୍ଡରେ ୧୫୦୦ ଟଙ୍କାର ଏକ୍ସ୍ରା ରିହାତି ମିଳୁଛି। ଟିଭିରେ ୩୨ ଇଞ୍ଚର ଡିସପ୍ଲେ ରହିଛି। ଏହାଛଡା ୨୦ ୱାଟର ସ୍ପିକର, ୧ ଜିବି ରାମ ଏବଂ ୮ ଜିବି ଷ୍ଟୋରେଜ ମଧ୍ୟ ମିଳୁଛି।

ଥମସନର ୨୪ ଇଞ୍ଚ ଡିସପ୍ଲେ ଥିବା ଟିଭି ୭,୯୯୯ ଟଙ୍କାରେ ମିଳୁଛି। ଏହି ଟିଭିରେ ବ୍ଯାଙ୍କ ଅଫ ବରୋଦାର ମାଷ୍ଟରକାର୍ଡ ଡେବିଟ କାର୍ଡରେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳୁଛି। ୨୦ ୱାଟର ସ୍ପିକର୍ସ ସହିତ କନେକ୍ଟିଭିଟି ସହିତ HDMI ଏବଂ USB ଭଳି ପୋଟର୍ସ ରହିଛି। ଟିଭିରେ ୧ ବର୍ଷ ପର୍ଯ୍ଯନ୍ତ ୱାରେଣ୍ଟି ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.