Flipkart ଲଞ୍ଚ କଲା “ଲଭ ଇଟ ଔର ରିଟର୍ଣ୍ଣ ଇଟ” ପ୍ରୋଗ୍ରାମ, ୧୫ଦିନ ବ୍ୟବହାର କରି ଫେରେଇ ଦେଇପାରିବେ ଫୋନ

ଫ୍ଲିପକାର୍ଟ “ଲଭ ଇଟ ଔର ରିଟର୍ଣ୍ଣ ଇଟ” ନାଁରେ ଏକ ନୂଆ ପ୍ରୋଗ୍ରାମ ଲଞ୍ଚ କରିଛି । ଏନେଇ କମ୍ପାନୀ ପକ୍ଷରୁ ସାମସଙ୍ଗ ସହିତ ପାର୍ଟନରସିପ କରାଯାଇଥିବା ବେଳେ ନୂଆ ପ୍ରୋଗ୍ରାମରେ Samsung Galaxy Z Fold 3 ଓ Samsung Galaxy Z Flip 3 ଭଳି ଦୁଇ ରେଞ୍ଜକୁ ସାମିଲ କରାଯାଇଛି । ଯାହା ଫଳରେ ଏନେଇ ଆଗ୍ରହୀ ଥିବା ଗ୍ରାହକ ମାନେ ଫ୍ଲିପକାର୍ଟ ଜରିଆରେ ଫୋନ ନେଇ ୧୫ ଦିନ ପାଇଁ ବ୍ୟବହାର କରି ପୁଣି ଫେରେଇ ଦେଇପାରିବେ । ଏହି ନୂଆ ପ୍ରୋଗ୍ରାମ ଲଞ୍ଚ ହେଲେ ପୂର୍ବରୁ ଅନଲାଇନ ଜରିଆରେ ଫୋନ କିଣିବାକୁ ନେଇ ରହିଆସିଥିବା ଅସୁବିଧା ଗୁଡିକର ସମାଧାନ ହୋଇପାରିବ । ଆଉ ଗ୍ରାହକ ମାନେ ବିନା କୌଣସି ଦ୍ଵିଧାରେ କୌଣସି ଦାମୀ ଜିନିଷ କିଣିପାରିବେ ।

ଫ୍ଲିପକାର୍ଟ ପକ୍ଷରୁ Samsung Galaxy Z Fold 3 ଓ Samsung Galaxy Z Flip 3 ଗ୍ରାହକ ମାନଙ୍କୁ ପ୍ରଥମେ ହ୍ୟାଣ୍ଡସେଟ ବ୍ୟବହାର କରି ଫେରେଇବା ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଯଦି ଉପଭୋକ୍ତା ମାନଙ୍କୁ ଠିକ ନଲାଗିଲା ବା ସେମାନେ ଆଶାନୁରୂପ ଫଳ ପାଇଲେ ନାହିଁ ତେବେ ସେମାନେ କମ୍ପାନୀକୁ ଫୋନ ରିଟର୍ଣ୍ଣ କରିଦେଇପାରିବେ । କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ ଏକ ସର୍ତ୍ତ ବି ରଖାଯାଇଛି । ଯଦି ଫେରେଇବା ନେଇ କୌଣସି ପ୍ରସ୍ତାବ କମ୍ପାନୀ ନିକଟକୁ ଆସେ ତେବେ କମ୍ପାନୀ ନିହାତି ରୂପେ ସେଗୁଡିକୁ ଭଲ ରୂପେ ଚେକ କରି ସେଗୁଡିକର କାର୍ଯ୍ୟକ୍ଷମତା ଗୁଡିକୁ ଚେକ କରିବ । ଆଉ ଏହା ପରେ ଫେରସ୍ତ ଟଙ୍କା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରେଇ ଦିଆଯିବ । କିନ୍ତୁ ଭାରତର ସବୁ ଗ୍ରାହକ ମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । କେବଳ ବାଙ୍ଗାଲୋର, ହାଇଦରାବାଦ, ପୁଣେ, ଦିଲ୍ଲୀ, ମୁମ୍ବାଇ, ଗୁରୁଗାଓଁ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ଭଦୋଦରା ପରି ସହର ଗୁଡିକର ବାସିନ୍ଦା ମାନେ ହିଁ ଏହାର ସୁବିଧା ନେଇପାରିବେ ।

କହିରଖିବା ଉଚିତ ହେବକି ଫ୍ଲିପକାର୍ଟ, ଆମାଜନ ପରି ସାଇଟ ଗୁଡ଼ିକରୁ ଗ୍ରାହକ ମାନେ ବିଶେଷ ଉତ୍ସବ ସମେତ ଅନ୍ୟାନ ଉତ୍ସବ ମାନଙ୍କରେ ପର୍ସନାଲ ଜିନିଷ ସମେତ ଅନ୍ୟାନ ଜିନିଷ ମାନ କିଣିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.