ମାତ୍ର ୧୫ ମିନିଟରେ ଘରେ ପହଞ୍ଚିବ ଜିନିଷ, ଫ୍ଲିପକାର୍ଟ ଆଣୁଛି ବଢ଼ିଆ ସର୍ଭିସ

ଭାରତର ଇ-ସେକ୍ଟର ପ୍ଲାଟଫର୍ମ ଫ୍ଲିପକାର୍ଟ ସବୁବେଳେ ଭଲ ଅଫର ଆଣିଥାଏ । ଭାରତରେ ଫ୍ଲିପକାର୍ଟର ଲକ୍ଷ ଲକ୍ଷ ୟୁଜର ଅଛନ୍ତି । ସପିଂକୁ ଆହୁରି ସୁବିଧା କରିବା ପାଇଁ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ନୂଆ ସର୍ଭିସ ଆରମ୍ଭ କରିପାରେ । ଫ୍ଲିପକାର୍ଟ ଖୁବଶୀଘ୍ର କୁଇକ୍‌ କମର୍ସ ଭର୍ଟିକାଲ ସର୍ଭିସ ଲଞ୍ଚ କରିପାରେ । ସୂଚନା ଥାଉ କି ଗତ କିଛି ମାସ ହେବ ଖବର ଆସୁଥିଲା ଯେ କମ୍ପାନୀ ଫାଷ୍ଟ ଡେଲିଭରୀ କୁଇକ୍‌ କମର୍ସ ଆଣିବ । ଗ୍ରାହକଙ୍କୁ ଫାଷ୍ଟ ଡେଲିଭରୀ ଦେବା ପାଇଁ ଖୁବଶୀଘ୍ର ‘ଫ୍ଲିପକାର୍ଟ ମିନିଟ୍’ ନାମକ ଏକ ନୂଆ ସର୍ଭିସ ଆରମ୍ଭ ହେବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ କମ୍ପାନୀ ଜୁଲାଇ ମାସରେ ‘ଫ୍ଲିପକାର୍ଟ ମିନିଟ୍’ ସର୍ଭିସ ଆରମ୍ଭ କରିବ। ତେବେ ଫ୍ଲିପକାର୍ଟ କୁଇକ୍‌ କମର୍ସ ସର୍ଭିସ ଦେବାର ଏହା ପ୍ରଥମ ଘଟଣା ନୁହେଁ । ଏହା ହେଉଛି କମ୍ପାନୀର ତୃତୀୟ ଚେଷ୍ଟା । ଫ୍ଲିପକାର୍ଟ ପ୍ରଥମ ଦୁଇ ପ୍ରୟାସରେ ସଫଳତା ପାଇନଥିଲା ।

ଏହି ନୂଆ ସର୍ଭିସରେ କମ୍ପାନୀ ୧୫ ମିନିଟ ମଧ୍ୟରେ ଗ୍ରାହକଙ୍କୁ ଜିନିଷ ଡେଲିଭରୀ କରିବ । କମ୍ପାନୀ ଗ୍ରାହକଙ୍କ ପାଇଁ ଏହି ସର୍ଭିସକୁ ଜୁଲାଇ ୧୫ରେ ଲଞ୍ଚ କରିବ। ପୂର୍ବରୁ ଫାଷ୍ଟ ଡେଲିଭରୀ ପାଇଁ ଫ୍ଲିପକାର୍ଟ ୯୦ ମିନିଟ୍ ସମୟ ଦେଇଥିଲା କିନ୍ତୁ କମ୍ପାନୀ ଏଥିରେ ଅଧିକ ସଫଳତା ପାଇ ନଥିଲା ।

କେଉଁ ଜିନିଷର ଫାଷ୍ଟ ଡେଲିଭରି ହେବ ତାହା ଫ୍ଲିପକାର୍ଟ ଦ୍ୱାରା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଗ୍ରୋସରୀ, ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଏଥିରେ ସାମିଲ କରାଯିବ ବୋଲି କୁହାଯାଉଛି । କମ୍ପାନୀ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଫିସିଆଲ୍ ସୂଚନା ଦେଇନାହିଁ, କିନ୍ତୁ ଜେପ୍ଟୋ ସହିତ ଡିଲ୍‌ ହେବା ପରେ ଚର୍ଚ୍ଚା ଜୋର ଧରିଛି ।

You might also like