ଫ୍ଲିପକାର୍ଟର ବଢ଼ିଆ ଅଫର, iPhone 15 Plusରେ ମିଳୁଛି ଭାରି ଡିସକାଉଣ୍ଟ
ଗତ ବର୍ଷ ସେପ୍ଟେମ୍ବର ମାସରେ ଆପଲ୍ ଆଇଫୋନ୍ 15 ସିରିଜ୍ ଲଞ୍ଚ କରିଥିଲା । ଏହି ସିରିଜରେ iPhone 15 Plus ହେଉଛି ଏକ ଲାଟେଷ୍ଟ ମଡେଲ୍, ଯାହାର ମୂଲ୍ୟ ୮୯,୯୦୦ ଟଙ୍କା ଥିଲା । ବର୍ତ୍ତମାନ ଆଇଫୋନ୍ ୟୁଜରମାନଙ୍କ ପାଇଁ ଆସିଛି ଖୁସି ଖବର । ଫ୍ଲିପକାର୍ଟ ‘ବିଗ୍ ବଚତ୍ ଡେ’ ସେଲ୍ ଆରମ୍ଭ ହୋଇଛି, ଯେଉଁଥିରେ iPhone 15 Plus ବ୍ୟତୀତ ଅନେକ ଜିନିଷ ଉପରେ ଡିିସକାଉଣ୍ଟ ଦିଆଯାଉଛି । ଏହି ସେଲ୍ ଆଜିଠାରୁ ଜୁଲାଇ ୭ ପର୍ଯ୍ୟନ୍ତ ଚାଲିବ । ଫ୍ଲିପକାର୍ଟ iPhone 15 Plus ଉପରେ ୧୬% ଡିସକାଉଣ୍ଟ ଦେଉଛି, ତେଣୁ ଆପଣ ୧୪,୦୦୦ ଟଙ୍କାରୁ ଅଧିକ ଟଙ୍କା ସଞ୍ଚୟ କରିପାରିବେ ।
ଫ୍ଲିପକାର୍ଟରେ iPhone 15 Plus ର (୧୨୮ ଜିବି)ର ସବୁଠାରୁ କମ୍ ଦାମ ହେଉଛି ୭୪,୯୯୯ ଟଙ୍କା ଗତ ୩୦ ଦିନ ମଧ୍ୟରେ ଏହା ସବୁଠାରୁ କମ ଦାମ୍ ରହିଛି । ଯଦି ଆପଣଙ୍କର ଫ୍ଲିପକାର୍ଟ ଆକ୍ସିସ୍ କ୍ରେଡିଟ୍ କାର୍ଡ ଅଛି ତେବେ ଆପଣ ୨,୩୨୫ ଟଙ୍କାର କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ । ଏହା ବ୍ୟତୀତ ଆପଣ ନିଜ ପୁରୁଣା ଫୋନ୍ ଏକ୍ସଚେଞ୍ଜ କରି ୨୮,୫୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମଧ୍ୟ ପାଇପାରିବେ । ଯଦି ଆପଣ UPI ଦ୍ୱାରା ପେମେଣ୍ଟ କରନ୍ତି ତେବେ ଫ୍ଲିପକାର୍ଟ ଆପଣଙ୍କୁ ୧୦୦୦ ଟଙ୍କା ଏକ୍ସଟ୍ରା ଡିସକାଉଣ୍ଟ ଦେବ ।
ଆଇଫୋନ୍ 15ର ସବୁଠାରୁ ଖାସ୍ କଥା ହେଉଛି ଏଥିରେ ୬.୭ ଇଞ୍ଚର ସୁପର ରେଟିନା XDR ଡିସପ୍ଲେ ଅଛି । ଏହି ଫୋନରେ ଲାଟେଷ୍ଟ A16 ବାୟୋନିକ୍ ଚିପ୍ ଅଛି ଯାହା ବହୁତ ଶୀଘ୍ର କାମ କରେ । ଫୋନ ପଛରେ ତିନୋଟି କ୍ୟାମେରା ରହିଛି, ଯେଉଁଥିରୁ ମେନ୍ କ୍ୟାମେରାରେ ଏକ ଦମଦାର ୪୮ MPର ସେନ୍ସର ଅଛି ।
iPhone 15 Plusର A16 ବାୟୋନିକ୍ ଚିପ୍ ହେଉଛି ବଜାରରେ ଲାଟେଷ୍ଟ ଚିପ୍ । ଏହା ବ୍ୟତୀତ iPhone 15 Plusରେ ଅନ୍ୟାନ୍ୟ ଫିଚର ଅଛି । ପାଓ୍ଵାରଫୁଲ୍ ବ୍ୟାଟେରୀ, ନୂଆ ଅଣ୍ଡର-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଏବଂ USB-C ପୋର୍ଟ । ତେବେ ପୂର୍ବ ମଡେଲ ତୁଳନାରେ iPhone 15 Plus ବହୁତ ଭଲ ଏବଂ ସମସ୍ତେ ଏହି ଫୋନକୁ ନିଶ୍ଚିତ ପସନ୍ଦ କରିବେ ।