ଶସ୍ତାରେ କିଣନ୍ତୁ ସ୍ମାର୍ଟଟିଭି, ଫ୍ଲିପକାର୍ଟରେ ମିଳୁଛି ଏସି, କୁଲର ଏବଂ ଓ୍ଵାଶିଂ ମେସିନରେ ଅଫର

ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରେ ସୁପର କୁଲିଂ ଡେ ସେଲ୍‌ ୧୯ ମେ ରୁ ଆରମ୍ଭ ହୋଇଛି । ଏହି ସେଲରେ ଥମସନର ସ୍ମାର୍ଟ ଟିଭି, କୁଲର, ଏୟାର କଣ୍ଡିସନର ଏବଂ ୱାଶିଂ ମେସିନରେ ଭାରି ଡିସକାଉଣ୍ଟ ଦିଆଯାଉଛି ।

ଯଦି ଆପଣ ନିଜ ଘର ପାଇଁ ୱାଶିଂ ମେସିନ୍, ଏସି, ସ୍ମାର୍ଟ ଟିଭି କିମ୍ବା କୁଲର କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଟଙ୍କା ସଞ୍ଚୟ ହୋଇପାରିବ । ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରେ ସୁପର କୁଲିଂ ଡେ ସେଲ୍‌ ୧୯ ମେ ରୁ ଆରମ୍ଭ ହୋଇଛି । ଏହି ସେଲରେ ଥମସନର ସ୍ମାର୍ଟ ଟିଭି, କୁଲର, ଏୟାର କଣ୍ଡିସନର ଏବଂ ୱାଶିଂ ମେସିନରେ ଭାରି ଡିସକାଉଣ୍ଟ ଦିଆଯାଉଛି । ଏହି ସେଲ୍‌ ୨୩ ମେ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣ ଡିସକାଉଣ୍ଟର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଡିଟେଲ୍ସରେ ଜାଣିବା ଏହି ଅଫରର ଲାଭ କେମିତି ଉଠାଇବେ ।

ଏହି ସେଲରେ ଆପଣ ୫,୯୯୯ ଟଙ୍କାରେ ଥମସନର ସ୍ମାର୍ଟ ଟିଭି କିଣି ପାରିବେ । ଆପଣ ସ୍ମାର୍ଟ ଟିଭି ଦେଖିବାର ସୁଯୋଗ ପାଇବେ ତାହା ପୁଣି ମାତ୍ର ୬ ହଜାର ଟଙ୍କାରେ । କେବଳ ଏତିକି ନୁହେଁ ୱାଶିଂ ମେସିନ୍, ଏୟାର କଣ୍ଡିସନରରେ ମଧ୍ୟ ବଢ଼ିଆ ଅଫର ଦିଆଯାଉଛି ।

ଯଦି ଆପଣ ଘରେ ଡ୍ରେସ୍‌ ଧୋଇ ଧୋଇ ଥକି ଯାଉଛନ୍ତି, ତେବେ ୱାଶିଂ ମେସିନ୍ ଆପଣଙ୍କ କାମକୁ ସହଜ କରିବ । ସବୁଠାରୁ ଭଲ କଥା ହେଉଛି ଆପଣ ଏହି ୱାଶିଂ ମେସିନ୍ ଶସ୍ତାରେ କିଣି ପାରିବେ । ଫ୍ଲିପକାର୍ଟ ସେଲରେ ଆପଣ ମାତ୍ର ୭,୪୯୯ ଟଙ୍କାରେ ୬.୫ କିଲୋଗ୍ରାମର ସେମି-ଅଟୋମେଟିକ୍ ଟପ୍ ଲୋଡର ୱାଶିଂ ମେସିନ୍ କିଣି ପାରିବେ । ଆପଣ ୯ କିଲୋଗ୍ରାମର ଅଟୋମେଟିକ୍‌ ୱାଶିଂ ମେସିନ୍ କୁ ୧୩,୯୯୯ ଟଙ୍କାରେ କିଣି ପାରିବେ । ଏହା ବ୍ୟତୀତ ୱାଶିଂ ମେସିନ୍ ର ଅନେକ ଅପ୍ସନ ରହିଛି, ଯାହା ଉପରେ ଭଲ ଡିସକାଉଣ୍ଟ ମିଳୁଛି ।

ଏହି ସେଲରେ ଆପଣ ୨୬,୪୯୦ ଟଙ୍କାରେ ଥୋମସନ୍ ୨୦୨୩ ମଡେଲର ୧ ଟନ୍ ୨ ଷ୍ଟାର୍ ସ୍ପ୍ଲିଟ୍ ଏସି କିଣିପାରିବେ । ଯଦି ଥମସନ କୁଲର ବିଷୟରେ କହିବା ତେବେ ଏହି ସେଲରେ ଆପଣ ୩,୯୯୯ ଟଙ୍କାରେ ଥମସନର ୨୮ ଲିଟର କୁଲର କିଣିପାରିବେ । ଅନ୍ୟପଟେ ୫୫ ଲିଟର କୁଲରକୁ ଆପଣ ଡିସକାଉଣ୍ଟରେ ୬,୪୯୯ ଟଙ୍କାରେ କିଣିପାରିବେ ।

Leave A Reply

Your email address will not be published.