Xiaomiର ଏହି 11i 5G ସ୍ମାର୍ଟଫୋନରେ ରହିଛି ଭାରି ଡିସକାଉଣ୍ଟ, ଫ୍ଲିପକାର୍ଟ ସେଲରେ କିଣନ୍ତୁ ଏହାକୁ ଶସ୍ତାରେ

ଚଳିତ ବର୍ଷ ଭାରତରେ 5G ସର୍ଭିସ ଆରମ୍ଭ ହୋଇଛି। ଯାହା କାରଣରୁ 5G ସ୍ମାର୍ଟଫୋନର ଡିମାଣ୍ଡ ବଢ଼ିବାରେ ଲାଗିିଛି। ଯେଉଁମାନେ ଏବେ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି ସେମାନେ 5G ସ୍ମାର୍ଟଫୋନ ଆଡକୁ ଧାଉଁଛନ୍ତି। ସେଥିପାଇଁ ଏବେ ସମସ୍ତ ଫୋନ କମ୍ପାନୀ ଗ୍ରାହକଙ୍କୁ 5G ସର୍ଭିସ ଦେବାରେ ଲାଗିପଡ଼ିଛନ୍ତି। ଏମିତିରେ 4G ଠୁ 5G ଫୋନ୍ସର ଦାମ ରହିଛି ବେଶି ମହଙ୍ଗା। କିଛି ଇ-କମର୍ସ େଓ୍ଵବସାଇଟ ଅଛନ୍ତି ଯେଉଁମାନେ ଏହି ଫୋନରେ ଅଫର୍ସ ରଖି ଭାରି ଡିସକାଉଣ୍ଟ ଦେଉଛନ୍ତି। ଏମିତିରେ ଦାମ ମଧ୍ୟ କମିଯାଉଛି।

ଯଦି ଆପଣ ବି ଏହି ଅଫର୍ସର ଫାଇଦା ଉଠାନ୍ତି ତେବେ ଆପଣଙ୍କୁ ୩୦ ହଜାର ଟଙ୍କିଆ ସ୍ମାର୍ଟଫୋନ ମାତ୍ର ୧୦ ହଜାରରେ କିଣିପାରିବେ। ଏହି ଅଫର୍ସ ରହିଛି ଜିଓମିର ଲାଟେଷ୍ଟ ମଡେଲ ଉପରେ। ଜିଓମି ନିକଟ ଅତୀତରେ ଜିଓମି 11i 5G ସ୍ମାର୍ଟଫୋନ ଲଞ୍ଚ କରିଛି। ୩୦ ହଜାର ସ୍ମାର୍ଟଫୋନକୁ ଆପଣ ୧୦ ହଜାର ଟଙ୍କାରେ କିଣିପାରିବେ।

ଜିଓମି 11i 5G 6GB RAM+128GB ଷ୍ଟୋରେଜ ଭାରିଏଣ୍ଟ ର ଲଞ୍ଚିଂ ପ୍ରାଇଜ ୨୯,୯୯୯ ଟଙ୍କା ରହିଛି। କିନ୍ତୁ ଫ୍ଲିପକାର୍ଟରେ ଏହି ଫୋନକୁ ୨୪,୯୯୯ ଟଙ୍କାରେ ଆପଣ କିଣିପାରିବେ। ମାନେ ଫୋନରେ ଆପଣ ପୁରା ୫ହଜାର ଟଙ୍କାର ଡିସକାଉଣ୍ଟ ପାଇପାରିବେ। ଏହାପରେ ଆପଣ ଏକ୍ସଚେଞ୍ଜ ଅଫର ମଧ୍ୟ ପାଇବେ। ଯାହାପରେ ଫୋନର ଦାମ ପୁରା କମିଯିବ।

ବ୍ୟାଙ୍କ ଅଫର:
ଜିଓମି 11i 5G କୁ କିଣିବା ପାଇଁ ଆପଣ ICICI ବ୍ୟାଙ୍କର କ୍ରେଡିଟ କାର୍ଡର ବ୍ୟବହାର କରିପାରିବେ। ଏଥିରେ ଆପଣ ୨ ହଜାର ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇବେ। ଏହାବ୍ୟତିତ ଫୋନ ରେ ଆପଣ ୫୦୦ ଟଙ୍କାର ଛାଡ ମଧ୍ୟ ଦିଆଯାଉଛି। ଯେଉଁଥିରେ ଫୋନର ଦାମ ୨୨,୪୯୯ ଟଙ୍କା ରହିବ।

ଏକ୍ସଚେଞ୍ଜ ଅଫର:
ଜିଓମି 11i 5Gରେ ୩ ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ଦିଆଯାଉଛି। ଯଦି ଆପଣ ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ କରୁଛନ୍ତି ତେବେ ଆପଣ ଏଥିରେ ଡିସକାଉଣ୍ଟ ପାଇପାରିବେ। ଏମିତିରେ ଆପଣଙ୍କୁ ୧୩ ହଜାର ଟଙ୍କାର ଅଫ ମିଳିବ। ଏହା ସେତେବେଳେ ହେବ ଯେତେବେଳେ ଆପଣଙ୍କ ପୁରୁଣା ଫୋନର କଣ୍ଡିସନ ଠିକ ଥିବ ଏବଂ ମଡେଲ ଆପଣଙ୍କର ଲାଟେଷ୍ଟ ହୋଇଥିବ। ଯଦି ଆପଣ ପୁରା ଅଫ ପାଇବେ ସେତେବେଳେ ଏହି ଫୋନର ଦାମ ୯,୪୯୯ ଟଙ୍କା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.