ଟେକ୍

କୁଲର ମେଣ୍ଟନାନ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଏସି ଭଳି ମିଳିବ ଥଣ୍ଡା ପବନ

ସାରା ଭାରତରେ ଗରମର ପ୍ରଭାବ ବଢ଼ିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ନୂଆ କୁଲର କିଣିବା ପାଇଁ ଟଙ୍କା ନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଜଣାଇବୁ ଯାହା ଦ୍ୱାରା ଆପଣ ପୁରୁଣା କୁଲରକୁ ସଜାଡି ବ୍ୟବହାର କରିପାରିବେ । ଏହା ଦ୍ୱାରା ଆପଣଙ୍କୁ ଏସି ଭଳି ଥଣ୍ଡା ପବନ ମିଳିବ । କୁଲର ମେଣ୍ଟନାନ୍ସ ଟିପ୍ସ ଦ୍ୱାରା ଆପଣ ଏସି ଭଲି ଥଣ୍ଡା ପବନ ପାଇବେ । ଏହା ବ୍ୟତୀତ ଆପଣଙ୍କ ଖର୍ଚ୍ଚ ମଧ୍ୟ ବହୁତ କମ୍ ହେବ । ତେବେ ଆସନ୍ତୁ ଜାଣିବା କିପରି ପୁରୁଣା କୁଲରକୁ ସଜାଡ଼ି ଆପଣ ନୂଆ ଏୟାର କଣ୍ଡିସନର ଭଳି ଥଣ୍ଡା ପବନ ପାଇବେ ।

ଖରାପ ହୋଇଯାଇଥିବା ପୁରୁଣା କୁଲରକୁ ସଫା କରି ରଙ୍ଗ କରନ୍ତୁ । ଏହା କେବଳ କୁଲରକୁ ଷ୍ଟ୍ରଙ୍ଗ୍‌ କରିବ ତାହା ନୁହେଁ ବରଂ କୁଲରରେ ଥିବା ଜୀବାଣୁକୁ ମଧ୍ୟ ଦୂର କରିବ । ଏହା ବ୍ୟତୀତ ଆପଣ କୁଲର୍ ପ୍ୟାଡକୁ ମଧ୍ୟ ଚେଞ୍ଜ କରିବା ଉଚିତ୍ ।

କୁଲର୍ ଷ୍ଟାର୍ଟ କରିବା ପୂର୍ବରୁ ଏହାର ପଙ୍ଖାକୁ ସର୍ଭିସିଙ୍ଗ୍‌ କରନ୍ତୁ । କାରଣ ସଠିକ୍ ଭାବେ ଯତ୍ନ ନନେବା ଦ୍ୱାରା କୁଲର ଫ୍ୟାନର ମୋଟର ଜାମ୍ ହୋଇଯାଏ । ତେଣୁ କୁଲର୍ ସଫା କରିବା ପରେ ଆପଣ ଏଥିରେ ଥିବା ଫ୍ୟାନକୁ ଠିକ୍‌ ଭାବେ ସଫା କରନ୍ତୁ ।

ଯଦି କୁଲର ଟ୍ୟାଙ୍କ କୌଣସି ସ୍ଥାନରୁ ଲିକ୍ ହେଉଛି, ତେବେ ସେଠାରେ M- ସିଲ୍ ଲଗାନ୍ତୁ । ଯେଉଁଥିପାଇଁ କୁଲର ଟାଙ୍କିରୁ ବାହାରି ଆସୁଥିବା ପାଣି ଲିକ୍‌ ହେବା ବନ୍ଦ ହୋଇଯିବ । ଏହା ସହିତ କୁଲରକୁ ପାଣି ସପ୍ଲାଏ କରୁଥିବା ସର୍ଭିସେବଲ ପମ୍ପ ଯାଞ୍ଚ କରନ୍ତୁ । ଯଦି ଏହା ସଠିକ୍ ଭାବରେ କାମ କରୁନାହିଁ ତେବେ ବଜାରରୁ ଏକ ନୂଆ ସର୍ଭିସେବଲ୍‌ ପମ୍ପ କିଣନ୍ତୁ ଏବଂ ଏହାକୁ କୁଲରରେ ଫିଟ୍ କରନ୍ତୁ । ଏହି ଟିପ୍ସକୁ ଆପଣାଇବା ପରେ ଖରାପ ହୋଇ ପଡ଼ିଥିବା ଆପଣଙ୍କ କୁଲର୍ ନୂଆ ହେବା ସହ ଏସି ପରି ଥଣ୍ଡା ପବନ ମଧ୍ୟ ମିଳିବ ।

 

 

Subhalaxmi Das

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

17 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

19 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

52 mins ago