ଟେକ୍

ଘରେ ଏସି ଚଲାଉଥିଲେ ଫଲୋ କରନ୍ତୁ ଏହି ସବୁ ଟିପ୍ସ, ନଚେତ ଆପଣଙ୍କ ଏସିରେ ବି ହୋଇପାରେ ବିସ୍ଫୋରଣ

ଆଜିକାଲି ତାପମାତ୍ରା ବହୁତ ପରିମାଣରେ ବଢ଼ିଗଲାଣି । ସବୁ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଲୋକମାନେ ନିଜ ଘରେ ଗରମରୁ ମୁକ୍ତି ପାଇବା ପାଇଁ ଏସିର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । କ’ଣ ଆପଣ ବି ନିଜ ଘରେ ଦିନରାତି ଏସି ଚଲାଉଛନ୍ତି କି ତେବେ ହୋଇଯାନ୍ତୁ ସାବଧାନ । କାରଣ ଏହା ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ନିକଟରେ ସମାନ ଘଟଣା ନୋଇଡାର ସେକ୍ଟର -୧୦୦ରେ ଘଟିଛି ।

ଯେଉଁଠାରେ ଏସି ବ୍ଲାଷ୍ଟ ହେବା ଯୋଗୁଁ ଏକ ସୋସାଇଟିର ଫ୍ଲାଟରେ ଭୀଷଣ ନିଆଁ ଲାଗିଯାଇଥିଲା । ଘଣ୍ଟା ଘଣ୍ଟା ଧରି ଏସି ଚାଲୁ ରହୁଥିବା ବେଳେ ଏପରି ବିସ୍ଫୋରଣ ହେଉଛି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ସବୁ ସାବଧାନତା ଆପଣେଇବା ଦ୍ୱାରା ଆପଣ ଏଭଳି ବିପଦରୁ ବଞ୍ଚିପାରିବେ ଏବଂ ଆପଣଙ୍କ ଘରେ କୌଣସି ଦୁର୍ଘଟଣା ହେବ ନାହିଁ । କିଛି ସାଧାରଣ ଟିପ୍ସ ଆପଣେଇବା ଦ୍ୱାରା ଆପଣଙ୍କ ଏସି ଏବଂ ଆପଣ ଉଭୟ ସୁରକ୍ଷିତ ରହିପାରିବେ ।

ଆପଣଙ୍କୁ ଦିନରାତି ଏସି ଲଗାଇବା ଉଚିତ ନୁହେଁ । ଦୀର୍ଘ ସମୟ ଧରି ଏସି ଚଳାଇବା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇଥାଏ । ଏପରି ପରିସ୍ଥିତିରେ, ACକୁ ଆବଶ୍ୟକ ନହେବା ସମୟରେ ବନ୍ଦ କରିବା ଜରୁରୀ ହୋଇଥାଏ । ରାତିରେ ଶୋଇବା ସମୟରେ ଏସିର ତାପମାତ୍ରା ଏବଂ ଟାଇମର ସେଟ କରିବା ଉଚିତ ଯାହାଦ୍ୱାରା ଏସି ଉପରେ ଅଧିକ ଲୋଡ଼ ପଡିବ ନାହିଁ । ଏହା ବ୍ୟତୀତ ସମୟ ସମୟରେ ଏସିର ସର୍ଭିସିଂ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ ।

ରେଫ୍ରିଜରେଣ୍ଟ ଲିକ୍ ଏସି ଫାଟିବାର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ । ରେଫ୍ରିଜରେଣ୍ଟସ୍ ହେଉଛି ସେହି ଗ୍ୟାସ୍ ଯାହା କୋଠରୀକୁ ଥଣ୍ଡା ରଖିବା ପାଇଁ କାମ କରିଥାଏ । ଯଦି ମେସିନ୍ ସଠିକ୍ ଭାବରେ ମରାମତି ନହୁଏ, ତେବେ ଏହି ରେଫ୍ରିଜରେଣ୍ଟ ଲିକ୍ ହୋଇପାରେ । ଏହା ପରେ, ଏହି ଗ୍ୟାସ୍ ଇଲେକ୍ଟ୍ରିକ୍ ସ୍ପାର୍କ ସଂସ୍ପର୍ଶରେ ଆସି ବିସ୍ଫୋରଣ ଘଟାଇଥାଏ । ତେଣୁ ନିୟମିତ ଭାବରେ ଏସିର ସର୍ଭିସିଂ କରିବା ଉଚିତ ଯାହା ଦ୍ୱାରା କୌଣସି ଦୁର୍ଘଟଣା ଘଟିବାର ସମ୍ଭାବନା କମିଯାଇଥାଏ ।

ଏସି ଫିଲ୍ଟରର ଯାଞ୍ଚ ମଧ୍ୟ ସମୟ ସମୟରେ କରିବା ଉଚିତ । ସବୁଠାରୁ ମୁଖ୍ୟ କଥା ହେଉଛି ଯେ ଲଗାତାର ଏସି ଚଳାଇବା ଦ୍ୱାରା ହିଁ ଏଭଳି ଦୁର୍ଘଟଣାର ମାମଲା ବଢ଼ିବାରେ ଲାଗିଛି । ଘରର MCB ମଧ୍ୟ ନିୟମିତ ଭାବରେ ଯାଞ୍ଚ କରିବା ଆବଶ୍ୟକ ହୋଇଥାଏ । ଏହିସବୁ କିଛି ଛୋଟ ଛୋଟ କଥା ଧ୍ୟାନରେ ରଖି ଆପଣ ଘରେ ଆରାମରେ ଏସି ଚଲାଇପାରିବେ ଏବଂ କୌଣସି ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିବ ନାହିଁ ।

ପ୍ରବଳ ଗରମ ସମୟରେ ଘରକୁ ଥଣ୍ଡା ରଖିବାରେ ଏସି ଅତ୍ୟନ୍ତ ସହାୟକ ହୁଏ । ଆଜିକାଲି ଏସି ପ୍ରତ୍ୟେକ ଘର ପାଇଁ ଏକ ଆବଶ୍ୟକତା ପାଲଟିଛି । କିନ୍ତୁ ଅନେକ ଲୋକ ଅସାବଧାନତା ଅବଲମ୍ବନ କରନ୍ତି, ଯେଉଁଥିପାଇଁ ଏସିରେ ବିସ୍ଫୋରଣର ଆଶଙ୍କା ବଢ଼ିଯାଇଥାଏ । ଗ୍ରୀଷ୍ମ ଋତୁରେ ଏଭଳି ପରିସ୍ଥିତି ଶୀଘ୍ର ସାମ୍ନାକୁ ଆସେ । ଏସି ବିସ୍ଫୋରଣର ଅନେକ କାରଣ ଥାଇପାରେ । ତଥାପି କିଛି ଜିନିଷ ଧ୍ୟାନରେ ରଖି ଏସି ଚଳାଇବା ଦ୍ୱାରା ଦୁର୍ଘଟଣାର ଆଶଙ୍କା କମିଯାଇପାରେ ।

Srujanika Panda

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

25 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

29 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

31 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

37 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

49 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

55 mins ago