ଜିଓର କୋଟି କୋଟି ୟୁଜର୍ସଙ୍କ ପାଇଁ ଆସିଲା ବଢ଼ିଆ ଅଫର, ୩ଟି ପ୍ଲାନ୍ସରେ ମିଳିବ ୧୫ ଦିନର ଏକ୍ସଟ୍ରା ଭାଲିଡିଟି

ରିଲାଏନ୍ସ ଜିଓ ଏହାର ୟୁଜରମାନଙ୍କୁ ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ସର୍ଭିସ ଦେଉଛି । ଜିଓ ଏହାର ୟୁଜରମାନଙ୍କୁ ଜିଓ ଫାଇବରରେ ବହୁତ ଭଲ ଅଫର୍ ଦେଇଥାଏ । ଯଦି ଆପଣ କମ୍ ଦାମରେ ଅଧିକ ଇଣ୍ଟରନେଟ୍ ଡାଟା ଏବଂ OTT ଷ୍ଟ୍ରିମିଂ ସୁବିଧା ଚାହୁଁଛନ୍ତି ତେବେ ଆପଣ ଜିଓ ଫାଇବରକୁ ବ୍ୟବହାର କରିପାରିବେ । ଆଜି ଆମେ ଆପଣଙ୍କୁ ଜିଓର ଏକ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ କମ୍ପାନୀ ଆପଣଙ୍କୁ ୧୫ ଦିନର ମାଗଣା ସର୍ଭିସ ଅଫର କରୁଛି ।
ଫାଇବର ବ୍ରଡବ୍ୟାଣ୍ଡ ନିଜ ୟୁଜରଙ୍କ ପାଇଁ ଜିଓର ୬୯୯ ଟଙ୍କା ଦାମର ଏକ ଦମଦାର ରିଚାର୍ଜ ପ୍ଲାନ୍ ଆଣିଛି । ଏହି ରିଚାର୍ଜ ପ୍ଲାନ୍ ହେଉଛି ଏକ ସେମି ଆନୁଆଲ୍ ପ୍ଲାନ୍ ଯେଉଁଥିରେ ୟୁଜରମାନେ ୧୮୦ ଦିନର ଲମ୍ବା ଭାଲିଡିଟି ପାଇବେ । ଏହି ରିଚାର୍ଜ ପ୍ଲାନ୍ ପାଇଁ ଆପଣଙ୍କୁ ମୋଟ ୪୧୯୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଆପଣଙ୍କୁ ଅଧିକ ଇଣ୍ଟରନେଟ୍ ଦରକାର ତେବେ ଆପଣ ଏହି ପ୍ଲାନ୍ ପସନ୍ଦ କରିବେ । ଏଥିରେ ପୁରା ଭାଲିଡିଟି ପାଇଁ ଅନଲିମିଟେଡ୍ ଡାଟା ମିଳିବ । ଏହି ପ୍ଲାନରେ ୧୦୦ Mbps ର ସ୍ପିଡ୍ ମିଳିବ । ଆପଣ ଏଥିରେ ମାଗଣା କଲିଂ ସର୍ଭିସ ମଧ୍ୟ ପାଇପାରିବେ । ମନେରଖନ୍ତୁ ଯେ ଆପଣଙ୍କୁ ସବସ୍କ୍ରିପସନ୍ ପାଇଁ ଜିଏସଟି ମଧ୍ୟ ଦେବାକୁ ପଡିବ ।
ଜିଓ ଫାଇବରର ୯୯୯ ଟଙ୍କା ପ୍ଲାନରେ ଗ୍ରାହକମାନେ ୧୮୦ ଦିନର ଭାଲିଡିଟି ପାଇବେ । ଏହି ପ୍ଲାନ୍ ପାଇଁ ଆପଣଙ୍କୁ ଜିଏସଟି ସହିତ ୫୯୯୪ ଟଙ୍କା ଦେବାକୁ ପଡିବ । ଏହି ବ୍ରଡବ୍ୟାଣ୍ଡ ପ୍ଲାନରେ ଗ୍ରାହକଙ୍କୁ ୧୫ ଦିନ ଏକ୍ସଟ୍ରା ଭାଲିଡିଟି ମିଳିବ । ଯଦି ଆପଣ ଆପଣଙ୍କର ବ୍ରଡବ୍ୟାଣ୍ଡ କନେକ୍ସନ ପାଇଁ ଏହି ପ୍ଲାନ ବାଛନ୍ତି, ତେବେ ଆପଣ ୧୫୦Mbpsର ହାଇ ସ୍ପିଡ୍ ଇଣ୍ଟରନେଟ୍ ର କନେକ୍ସନ ପାଇପାରିବେ । ଜିଓ ଗ୍ରାହକମାନେ ମାଗଣା କଲିଂ ସୁବିଧା ସହିତ ୮୦୦ ରୁ ଅଧିକ ଟିଭି ଚ୍ୟାନେଲର ଫ୍ରି ଆକ୍ସେସ ପାଇବେ । ଏହା ବ୍ୟତୀତ ଆପଣ ଲୋକପ୍ରିୟ OTT ଆପ୍ ଆମାଜନ ପ୍ରାଇମ ଲାଇଟ୍, ଡିସନି ପ୍ଲସ୍ ହଟଷ୍ଟାର୍, ଜିଓ ସିନେମା, ଜି 5, ସୋନି ଲିଭ୍ ର ଫ୍ରି ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ ।
ଜିଓ ଫାଇବରର ୧୪୯୯ ଟଙ୍କାର ପ୍ଲାନରେ ଗ୍ରାହକମାନେ ୬ ମାସ ପାଇଁ ଭାଲିଡିଟି ପାଇବେ । ଏହି ପ୍ଲାନ ପାଇଁ ଆପଣଙ୍କୁ ଜିଏସଟି ସହିତ ମୋଟ ୮୯୯୪ ଟଙ୍କା ଦେବାକୁ ପଡିବ । ଏହି ପ୍ଲାନରେ ଆପଣ ୧୫ ଦିନର ଏକ୍ସଟ୍ରା ଭାଲିଡିଟି ମଧ୍ୟ ପାଇପାରିବେ । ଯଦି ଆମେ ଜିଓ ଫାଇବରର ଏହି ପ୍ଲାନର ଲାଭ ବିଷୟରେ ଆଲୋଚନା କରିବା, ତେବେ ସବୁଠାରୁ ବଡ ଲାଭ ହେଉଛି ଇଣ୍ଟରନେଟ୍ କନେକ୍ସନ । ଏହି ପ୍ଲାନରେ କମ୍ପାନୀ ୟୁଜରମାନଙ୍କୁ ୩୦୦Mbps ସ୍ପିଡ୍ ଦେଇଥାଏ । ଏଥିରେ ଆପଣଙ୍କୁ ଅନଲିମିଟେଡ୍ ମାଗଣା କଲିଂର ସୁବିଧା ମଧ୍ୟ ଦିଆଯାଇଛି । ୧୪୯୯ ଟଙ୍କାର ଏହି ପ୍ଲାନ ଆପଣଙ୍କୁ ୮୦୦ରୁ ଅଧିକ ଟିଭି ଚ୍ୟାନେଲକୁ ଫ୍ରି ଆକ୍ସେସ ମିଳିବ । ଏଥିରେ ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଲାଇଟ୍, ଡିସନି ପ୍ଲସ୍ ହଟଷ୍ଟାର୍, ସୋନି ଲିଭ୍ ଏବଂ ଜିଓ ସିନେମାର ମାଗଣା ସବସ୍କ୍ରିପସନ୍ ପାଇପାରିବେ ।