ଫୋନ Password ମନେପଡୁନି? ତେବେ ଏହି ଉପାୟ ଦ୍ୱାରା ଆପଣ ନିଜ ଫୋନକୁ କରିପାରିବେ ଅନଲକ୍‌

ସ୍ମାର୍ଟଫୋନ ଏବେ ସମସ୍ତଙ୍କ ପସନ୍ଦ । ଏହା ଆମ ଜୀବନର ସବୁଠୁ ବଡ ଅଂଶ କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଫୋନ ପାଖରେ ଥିଲେ ଲାଗେ ଯେମିତି ସବୁ ସମସ୍ୟାର ସମାଧାନ ହୋଇଯିବ । ବାର୍ତ୍ତା ପ୍ରେରଣ କରିବାର ଏହା ଏକ ବଡ ମାଧ୍ୟମ । ଏବେର ସ୍ମାର୍ଟଫୋନରେ ପାସୱାର୍ଡର ସିଷ୍ଟମ ରହିଛି । ତେବେ କିଛି ଜଣ ଅଛନ୍ତି ନିଜ କାର୍ଯ୍ୟ ବ୍ୟସ୍ତତା ଭିତରେ ଫୋନରେ ଲଗେଇଥିବା Password ବା ଲକ୍ ଭୁଲିଯାନ୍ତି ।

ପାସୱାର୍ଡ ଭୁଲିଗଲା ପରେ ଅନେକ ସମସ୍ୟା ଦେଖାଯାଏ । ଏମିତି ସମୟରେ ପାସୱାର୍ଡ ମନେ ପଡେନି । ବାରମ୍ବାର ଭୁଲ ପାସୱାର୍ଡ ପକାଇବା ଦ୍ୱାରା ଫୋନ ପରମାନେଣ୍ଟ ପାଇଁ ବ୍ଲକ ମଧ୍ୟ ହୋଇଯାଏ । ତେବେ ଏହି ସମସ୍ୟା ଦେଖାଯାଉଥିଲେ କିଛି ଏମିତି ଟେକନିକ୍ ଆପଣାନ୍ତୁ ଯଦ୍ୱାରା ଆପଣ ନିଜ ଫୋନର ପାସୱାର୍ଡକୁ ଖୁବ ସହଜରେ ଅନଲକ୍ ବା ଖୋଲି ପାରିବେ ।

ଷ୍ଟେପ:

– ଅନ୍ୟ ଫୋନ ବା କମ୍ପ୍ୟୁଟରରେ google.com/android/devicemanage ସାଇଡକୂୁ ଯାଆନ୍ତୁ ।
– ନିଜ ଗୁଗଲ ଆକାଉଣ୍ଟରେ ଲଗ-ଇନ କରନ୍ତୁ ।
– ପରେ ସେହି ଫୋନକୁ ସିଲେକ୍ଟ କରନ୍ତୁ ଯାହାକୁ ଆପଣ ଅନଲକ କରିବାକୁ ଚାହୁଁଛନ୍ତି ।
– ଲକ୍ ଅପସନକୁ ଯାଇ ନିଜ ନୂଆ ପାସୱାର୍ଡ ଦିଅନ୍ତୁ ।
– ଏହାପରେ ସେହି ଫୋନରେ ନୂଆ ପାସୱାର୍ଡ ପାଇଁ ନୋଟିଫିକେସନ ଆସିବ । ଏହାପରେ ଆପଣ ନିଜ ନୂଆ ପାସୱାର୍ଡ ପକାଇ ଫୋନ ଅନଲକ କରିପାରିବେ ।

Android ୟୁଜର୍ସ ଏହି ଷ୍ଟେପ ଆପଣାନ୍ତୁ :

– ଫୋନକୁ ୧ ମିିନିଟ ପର୍ଯ୍ୟନ୍ତ ପ୍ରଥମେ ବନ୍ଦ କରନ୍ତୁ ।
– ଏବେ ପାୱାର ବଟନ ସହ ଭଲ୍ୟୁମ ବଟନକୁ ଏକା ସାଙ୍ଗରେ ପ୍ରେସ କରନ୍ତୁ ।
– ଏହାପରେ ଫୋନ ରିକୋଭରି ମୋଡକୁ ଆସିଯିବ ।ଏବେ factory reset ଅପସନକୁ ସିଲେକ୍ଟ କରନ୍ତୁ ।
– ଫୋନକୁ ପୁରା କ୍ଲିନ କରିବା ପାଇଁ Wipe Cache ଅପସନକୁ ଯାଆନ୍ତୁ ।
– ୧ ମିନିଟ ପରେ ନିଜ ଫୋନକୁ ବ୍ୟବହାର କରନ୍ତୁ ।
– ଏହାପରେ ଆପଣ ବିନା ପାସୱାର୍ଡରେ ନିଜ ଫୋନକୁ ଆକ୍ସେସ୍ କରିପାରିବେ ।

Leave A Reply

Your email address will not be published.