UC browser ନୁହେଁ ଏବେ ଆସିଲା ଭାରତୀୟ ବିକଳ୍ପ IC Browser, କିଛି ସମୟ ମଧ୍ୟରେ ୪ ଲକ୍ଷ ହେଲା ଡାଉନଲୋଡ

ଆତ୍ମନିର୍ଭର ଭାରତ ମିଶନ ପାଇଁ TATA କମ୍ପାନୀର ପୂର୍ବ କର୍ମଚାରୀ ଦ୍ୱାରା ଭାରତର ଦେଶୀ ବ୍ରାଉଜର IC Browser ଲଞ୍ଚ କରାଯାଇଛି । ତେବେ ଏହି IC Browser ଆପ ଲଞ୍ଚ ହେବାର କଛି ଘଣ୍ଟା ମଧ୍ୟରେ ଭାରତରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିଛନ୍ତି । ସେହିପରି ଭାରତର ଏହି ଆପ୍‌ ଚୀନର UC Browser ଠାରୁ ଅଧିକ ଉନ୍ନତ ବିକଳ୍ପ ଭାବରେ ଉଭା ହୋଇଛି ।

Ic Browser ଆପକୁ TCS ମଲ୍ଟିନ୍ୟାସନାଲ କମ୍ପାନୀରେ ସଫ୍ଟେଓ୍ଵର ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ଅର୍ପିତ ସେଠୀ ତିଆରି କରିଛନ୍ତି । ତେବେ ଚିନି ଆପ ଗୁଡିକୁ ଭାରତର ଡାଟା ଚୋରି କରିବା ପାଇଁ ତିଆରି କରାଯାଉଥିବା ବେଳେ ଏହାକୁ ରୋକିବା ପାଇଁ ଏହି ଭାରତୀୟ ଆପ ତିଆରି କରାଯାଇଛି ବୋଲି ଅର୍ପିତ କହିଛନ୍ତି । ସେହିପରି ଏହି ଆପ ଦ୍ୱାରା ଭାରତର କୌଣସି ଡାଟା ଲିକ ହେବାର ସମ୍ଭ।ବନା ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଲଞ୍ଚ ହେବାର ଅଧ ଘଣ୍ଟା ମଧ୍ୟରେ ହିଁ ଏହାକୁ ଲକ୍ଷାଧିକ ଲୋକ ଡାଉନଲୋଡ କରିଥିବାରୁ ସେ ଗର୍ବ ଅନୁଭବ କରିଛନ୍ତି ।

broswer

IC Browser ର ବିଶେଷତା ହେଉଛି, ଏହା କୌଣସି ପ୍ରକାରର ଡାଟାକୁ ଷ୍ଟୋର କରି ରଖେ ନାହିଁ ଯାହା ଫଳରେ ଡାଟା ଲିକ ହେବାର ସମ୍ଭାବନା ସମ୍ପୂର୍ଣ୍ଣ ଭାବେ କମିଯାଇଛି । ଏହି ଆପରେ ଥିବା ଖାସ ସର୍ଟ ଭିଡିଓ ଫିଚର ଚୀନ ଆପ ଟିକଟକରେ ଥିବା ଫିଚରକୁ ମଧ୍ୟ ପଛରେ ପକାଇ ଦେଇଛି । ଏହି ଫିଚର ମାଧ୍ୟମରେ ୟୁର୍ଜସ ଭିଡିଓକୁ ସହଜରେ କ୍ରିଏଟ, ଏଡିଟ ଓ ସେୟାର କରିପାରିବେ । ୟୁଜର୍ସ ପ୍ଲାର୍ଟଫମରେ ରହିଥିବା ସର୍ଟ ଭିଡିଓକୁ ଅତି ସହଜରେ ଉପର ତଳ ସ୍ୱାଇପ କରି ଦେଖି ପାରିବେ । ଏହା ସହିତ ଏହି ସର୍ଟ ଭିଡିଓର ଖାସ ଫିଚର ସାହାଯ୍ୟରେ ୟୁର୍ଜସ ପୃଥିବୀରେ ଘଟୁଥିବା ସମସ୍ତ ଘଟଣାର ଖବର ସର୍ବପ୍ରଥମେ ପ୍ରାପ୍ତ କରିପାରିବେ । ଦେଶ ବିଦେଶର ଖବର ଓ ମନୋରଞ୍ଜନ ଭିଡିଓ ଏହି ବ୍ରାଉଜର ମାଧ୍ୟମରେ ସର୍ବପ୍ରଥମେ ଦେଖିବା ସହିତ ଟ୍ରେଣ୍ଡିଂ ନ୍ୟୁଜ ମଧ୍ୟ ଏଥିରେ ଦେଖି ପାରିବେ ।

IC browser ର ସ୍ୱତନ୍ତ୍ରତା:

– ଏହାର ସର୍ଭର ଭାରତରେ ହିଁ ରହିଥିବାରୁ ଏଥିରେ ସମସ୍ତ ଡାଟା ସୁରକ୍ଷିତ ରହିଥାଏ ଓ ଲିକ ହେବାର କୌଣସି ସମ୍ଭାବନା ନଥାଏ।

– ଲୋକପ୍ରିୟ ଭିଡିଓକୁ ଏହି ଆପ ମାଧ୍ୟମରେ ଦେଖି ପାରିବେ ଓ ୟୁର୍ଜସ ନିଜ ମନ ପସନ୍ଦର ମନୋରଞ୍ଜନ ସର୍ଟ ଭିଡିଓ ପ୍ରସ୍ତୁତ କରିପାରିବେ ।

– ଡାଟା ସହିତ ଅନ୍ୟ ସୂଚନା ମଧ୍ୟ ଏଥିରେ ସୁରକ୍ଷିତ ରହିବ । ଏହାଛଡା ଏଥିରେ ଉନ୍ନତ ଧରଣର ବ୍ରାଉଜିଂ ଗୀତ ମଧ୍ୟ ରହିଛି ।

– ଏହି ଆପ ମାଧ୍ୟମରେ ସପିଂ ମଧ୍ୟ କରାଯାଇ ପାରିବ ।

– ଏହା ଏକ ସୁରକ୍ଷିତ ଏବଂ ସ୍ୱଦେଶୀ ଭାରତୀୟ ଆପ ।

Ic browser ଏକ ଫ୍ରି ଆପ ହୋଇଥିବାର ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ।

Leave A Reply

Your email address will not be published.