ଭାରତରେ ଲଞ୍ଚ୍‌ ହେଲା ଶ୍ରମିକ ବନ୍ଧୁ ଆପ୍‌, ଦିନ ମଜୁରିଆଙ୍କୁ ଚାକିରି ଖୋଜିବାରେ କରିବ ସାହାଯ୍ୟ

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ ବହୁ ଲୋକଙ୍କ ବେଉସା ବୁଡ଼ାଇ ଦେଇଛି। ଲୋକମାନେ କାମ ଛାଡ଼ି ଘରେ ବେକାର ବସିଛନ୍ତି। ଦେଶରେ ପ୍ରାୟ ୪୦ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଲୋକ ନିଯୁକ୍ତି ହରାଇଛନ୍ତି। ତେବେ ଏବେ ଧୀରେ ଧୀରେ ସବୁ ସ୍ୱାଭାବିକ୍‌ ହେଉଛି। ଦିନ ମଜୁରିଆମାନେ ପୁଣିଥରେ କାମ ଖୋଜିବା ଆରମ୍ଭ କଲେଣି। ଏଣୁ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ଲଞ୍ଚ୍‌ ହୋଇଛି ଶ୍ରମିକ ବନ୍ଧୁ ଆପ୍‌। ଏହି ଖାସ ଆପ୍‌ ମାଧ୍ୟମରେ ପ୍ରବାସୀ ଓ ଦିନ ମଜୁରିଆଙ୍କୁ ଚାକିରି ଖୋଜିବା ସହଜ ହେବ।

ଶ୍ରମିକ ବନ୍ଧୁ ଆପ୍‌କୁ ଦିଲ୍ଲୀର ଇ-ମୋବିଲିଟିର ସଂସ୍ଥାପକ ବିକାଶ ବଂଶଲ ପୃଷିଟେକ୍‌ର ଡାଇରେକ୍ଟର ଶୈଳେଶ ଡଙ୍ଗବାଲ ସହ ମିଶି ନିର୍ମାଣ କରିଛନ୍ତି। ଏହି ଆପ୍‌ ମାଧ୍ୟମରେ ସମସ୍ତ ଶ୍ରମିକଙ୍କୁ ଚାକିରି ଖୋଜିବାରେ ସହଜ ହେବ। ଏହି ଆପ୍‌ରେ ଏକାଧିକ କାଟାଗୋରୀ ରହିଛି। ଶ୍ରମିକ ବନ୍ଧୁ ଆପ୍‌ରେ ମ୍ୟାନୁଫ୍ୟାକ୍‌ଚର, ନିର୍ମାଣ, ହସ୍ପିଟାଲ, ପୋଷାକ, ଚମଡ଼ା, ବିଦ୍ୟୁତ, ଷ୍ଟିଲ ଓ ଅଟୋ ମୋବାଇଲ ସେକ୍ଟର ଭଳି ଅନେକ କାଟାଗୋରୀ ରହିଛି।

sramika vandhu2

ଏହି ଆପ୍‌ ଜରିଆରେ ଶ୍ରମିକ, ଦିନ ମଜୁରିଆ, କାରପେଣ୍ଟର, ମେସିନ୍‌ମ୍ୟାନ୍‌, ଇଲେକ୍ଟିସିଆନ୍‌, ପ୍ଲମ୍ବର, ଗାର୍ଡନର ପ୍ରମୁଖ ସହଜରେ ଚାକିରି ଖୋଜିପାରିବେ। ୟୁଜର ଏହି ଆପ୍‌କୁ ମାଗଣାରେ ଗୁଗଲ ପ୍ଲେ-ଷ୍ଟୋରରୁ ଲୋଡ୍‌ କରିପାରିବେ। ଏହି ଆପ୍‌ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.