ନୂଆବର୍ଷରେ ଟିଭି ଅପରେଟରଙ୍କ ପାଇଁ ଆସିଲା ଖରାପ ଖବର, ଏବେ ୩୦% ବଢ଼ିଯିବ DTH ଓ କେବୁଲ ବିଲ୍‌

ଆସିଲା ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସଂସ୍ଥା ପକ୍ଷରୁ ବଡ଼ ଘୋଷଣା। ଦେଶରେ ଡିଜିଟାଲ ବ୍ୟବସ୍ଥାର ଗୁରୁତ୍ୱକୁ ବଢ଼ାଇବା ପାଇଁ ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ବା TRAI ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଏହାଦ୍ୱାରା ଟିଭି ଦର୍ଶକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ।

ଟେଲିକମ୍ ରେଗୁଲେଟରୀ ଅଥରିଟୀ(ଟ୍ରାଇ) ଟିଭି ଚ୍ୟାନେଲ୍‌ର ଦାମ୍‌କୁ ନେଇ ଏକ ନୂଆ ଟାରିଫ ଅର୍ଡର ଜାରି କରିଛନ୍ତି। ଏହି ଆଦେଶ ସମସ୍ତ ଟିଭି ଅପରେଟର ଏବଂ କେବୁଲ୍ ଅପରେଟରଙ୍କ ଉପରେ ଫେବୃଆରୀ ୧ ତାରିଖରୁ ଲାଗୁହେବ। ଟ୍ରାଇର ଏହି ନିଷ୍ପତି କାର୍ଯ୍ୟକାରୀ ହେବା ସହିତ ସମସ୍ତ ଗ୍ରାହକଙ୍କୁ ପକେଟ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଫେବୃଆରୀ ୧ ପରେ ଡିଟିଏଚ୍ ଏବଂ କେବୁଲ ବିଲରେ ୩୦% ବୃଦ୍ଧି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।ସୂଚନା ଅନୁଯାୟୀ ଓଟିଟି ଚ୍ୟାନେଲ ଗୁଡ଼ିକର ବୃଦ୍ଧି ପରେ କେବୁଲ ଅପରେଟର ମାନଙ୍କର ଗ୍ରାହକ ହ୍ରାସ ପାଇଛନ୍ତି ଏବଂ ଟ୍ରାଇର ଏହି ଦରବୃଦ୍ଧି ପାଇଁ ଏହା ଆହୁରି ବଢ଼ିଯାଇପାରେ।

ଟ୍ରାଇର ଏହି ନିଷ୍ପତି ଉପରେ ଟିଭି ଅପରେଟରମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ନିର୍ଦ୍ଦେଶ ସମ୍ପର୍କରେ ଅପରେଟରମାନେ କେରଳ ହାଇକୋର୍ଟଙ୍କ ନିକଟକୁ ଯାଇଛନ୍ତି ଯାହା ଉପରେ ଫେବୃଆରୀ ୮ ରେ ଅଧିକ ଶୁଣାଣି ହେବ। ସୂଚନାନୁସାରେ ଯେ ଗ୍ରାହକ ଅନୁକୂଳ ସମାଧାନ ନ ମିଳିବା ପର୍ଯ୍ୟନ୍ତ ନୂତନ ଶୁଳ୍କ ନିୟମର କାର୍ଯ୍ୟକାରିତାକୁ ବନ୍ଦ କରିବା ପାଇଁ କେବୁଲ ଟିଭି ଅପରେଟରମାନେ ଟ୍ରାଇ ନିକଟରେ ମଧ୍ୟ ଅପିଲ କରିଛନ୍ତି।

ଏହି ବିଷୟକୁ ନେଇ ଜଣେ କେବୁଲ ଅପରେଟର କହିଛନ୍ତି ଯେ, ଅପରେଟରଙ୍କ ଅସୁବିଧା ବିଷୟରେ ଟ୍ରାଇ ଅବଗତ ଅଛି ଯେଉଁମାନେ କ୍ରମାଗତ ଭାବରେ ଡିଡି ଫ୍ରି ଡିସ୍ ଏବଂ ଓଟିଟି ବ୍ୟବହାର ବଢିବା କାରଣରୁ ଗ୍ରାହକ ହରାଉଛନ୍ତି। ତେଣୁ ଟ୍ରାଇକୁ ଏପରି ନିୟମ କରିବା ଉଚିତ ଯାହା ପ୍ରସାରଣକାରୀଙ୍କ ପାଇଁ ମଧ୍ୟ ଲାଭଦାୟକ । ଅପରେଟର କହିଛନ୍ତି, ‘ସୋନି, ଜି ଭଳି ବ୍ରୋଡକାଷ୍ଟରଙ୍କର ନିଜସ୍ୱ ଓଟିଟି ପ୍ଲାଟଫର୍ମ ଅଛି ଏବଂ ଶୁଳ୍କ ବୃଦ୍ଧି ସେମାନଙ୍କୁ ସ୍ଥାନୀୟ କେବୁଲ ଟିଭି ଅପରେଟରମାନଙ୍କୁ ବାଇପାସ୍ କରିବାରେ ସାହାଯ୍ୟ କରିବ, କାରଣ ଗ୍ରାହକମାନେ ସିଧାସଳଖ ସେମାନଙ୍କ ଓଟିଟି ପ୍ଲାଟଫର୍ମକୁ ନିଜର ମନୋରଞ୍ଜନ ପାଇଁ ଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.