ଦିଲ୍ଲୀ ଓ ମୁମ୍ବାଇରେ ୪.୫ ଲକ୍ଷ ଟଙ୍କାରେ ମିଳୁଛି ଇଲେ୍ଟ୍ରୋନିକ୍ କାର, ଫିଚର୍ ରହିଛି ଦମଦାର

ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ମାତ୍ରାରେ ବଢ଼ିବାକୁ ଲାଗିଛି । ଯାହା ପାଇଁ ଅନେକ ଲୋକ ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ଏମିତିକି ଏକ ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଇଲେକ୍ଟ୍ରିକ ଯାନ ଗୁଡ଼ିକର ବିକ୍ରି ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି। ଲୋକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ କ୍ରମାଗତ ଭାବରେ ବୈଦ୍ୟୁତିକ ଯାନ ଉପରେ ଧ୍ୟାନ ଦେଉଛନ୍ତି । କିନ୍ତୁ ତଥାପି, ପେଟ୍ରୋଲ ଏବଂ ଡିଜେଲ କାର ଅପେକ୍ଷା ଇଲେକ୍ଟ୍ରିକ କାରଗୁଡ଼ିକର ରେଟ୍ ଅଧିକ ଟଙ୍କା ଥିବା ଜଣାପଡିଛି।

ଯେଉଁଥିପାଇଁ ଗ୍ରାହକମାନେ ଚାହିଁଲେ ମଧ୍ୟ ଏହି ଗାଡିଗୁଡିକୁ କିଣିପାରୁନାହାନ୍ତି। କିନ୍ତୁ ଏହାରି ମଧ୍ୟରେ ମୁମ୍ବାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ କହିଛି ଯେ ନିଜ କମ୍ପାନୀର ଇଲେକ୍ଟ୍ରିକ ମୋଟର୍ସ ଗୁଡ଼ିକ ସବୁଠୁ ଶସ୍ତାରେ ମିଳୁଛି ବୋଲି। ଏପରି ଆକର୍ଷଣୀୟ କାର ତିଆରି କରିଥିବା କମ୍ପାନୀ ନାମ ହେଉଛି ଷ୍ଟ୍ରୋମ୍ ମୋଟୋର୍ସ । ଏହି କମ୍ପାନୀ ଷ୍ଟ୍ରୋମ୍ R3 ନାମରେ ୪.୫ ଲକ୍ଷ ଟଙ୍କାରେ ଇଲେକ୍ଟ୍ରିକ୍ କାର ବିକ୍ରି କରୁଛି । ଆପଣ କେବଳ ୧୦,୦୦୦ ଟଙ୍କାରେ ଏହି କାର ପାଇଁ ପ୍ରି-ବୁକିଙ୍ଗ କରିପାରିବେ। ଏହି କାର ର ତିନିଟି ଭାରିଏଣ୍ଟ ରହିଛି।

କିନ୍ତୁ ଏହି କାର ବର୍ତ୍ତମାନ ସବୁ ଦେଶରେ ବିକ୍ରି କରାଯାଉନାହିଁ। କେବଳ ଦିଲ୍ଲୀ ଏନସିଆର ଓ ମୁମ୍ବାଇରେ ଏହି କାରକୁ ଆପଣ କିଣିପାରିବେ। କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମୁମ୍ବାଇ, ଥାନେ, ନାଭି ମୁମ୍ବାଇ, ନୂଆ ଦିଲ୍ଲୀ,ଗୁରୁଗ୍ରାମ ଓ ନୋଇଡ଼ାରେ ବିକ୍ରି ହେବା ପାଇଁ ରଖା ଯାଇଛି। ତେବେ ଗ୍ରାହକମାନଙ୍କୁ ଅଧିକ ଏହାର ଷ୍ଟାଇଲ ଓ ଲୁକ୍ ପସନ୍ଦ ଆସୁଛି। ସବୁଠୁ ଇଣ୍ଟେରେଷ୍ଟିଂ କଥା ହେଉଛି ସବୁ କାର ରେ ପ୍ରାୟତଃ ଚାରିଟି ଚକ ଥିବା ବେଳେ ଏହି ଇଲେକ୍ଟ୍ରିକ୍ କାର ର ତିନିଟି ଚକ ରହିଛି। କିନ୍ତୁ ଏହାର ଡିଜାଇନ୍ ତିନି ଚକିଆ ଗଡିଠାରୁ ମଧ୍ୟ ପୂରା ଭିନ୍ନ ରହିଛି। ଷ୍ଟୋର୍ମ R3 ରେ ଆଗରେ ଦୁଇଟି ଚକ ଥିବା ବେଳେ ପଛରେ ଗୋଟିଏ ଚକ ରହିଛି । ପ୍ରଥମେ ଆପଣ ଏହି ଗାଡ଼ିକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଇଲେକ୍ଟ୍ରିକ୍ କାର ର ଦୁଇଟି ସିଟ୍ ଓ ଦୁଇଟି ଡୋର ରହିଛି। ଏହା ସହିତ ଏଥିରେ ଲାର୍ଜ୍ ସନ୍ ରୁଫ୍ ମଧ୍ୟ ରହିଛି । ଯଦି ଆପଣ ପ୍ରତିଦିନ ୫୦ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିରେ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଏହି ଗାଡ଼ି ଏକ ଭଲ ଚଏସ ହେବ।

କମ୍ପାନୀ କହିଛି ଯେ ଥରେ ଚାର୍ଜ କଲେ ଏହି ଷ୍ଟ୍ରୋମ R3 ପାଖା ପାଖି ୨୦୦ କିଲୋମିଟର୍ ପର୍ଯ୍ୟନ୍ତ ଚାଲିବ। ଏହି କାରରେ Li-ion ବ୍ୟାଟେରୀ ମଧ୍ୟ ଦିଆଯାଇଛି, ଯେଉଁଥିରେ କମ୍ପାନୀ ତରଫରୁ ୧ ଲକ୍ଷ କିଲୋମିଟର୍ ଗାଡ଼ି ଚଲାଇବା ପରେ ଏହାକୁ ବଦଳାଇବା ଓ ୩ ବର୍ଷର ଗ୍ୟାରେଣ୍ଟି ରହିଛି ବ୍ୟାଟେରୀରେ। ଏହି ଗାଡ଼ିର ବ୍ୟାଟେରୀ କେବଳ ୩ ଘଣ୍ଟାରେ ହିଁ ଚାର୍ଜ ହୋଇଯାଏ।

Strom R3 ରେ 4G କନେକ୍ତେଡ ଡାଇଗ୍ନୋଷ୍ଟିକ୍ ଇଞ୍ଜିନ ରହିଛି, ଯାହା ଗାଡ଼ି ଚାଳକକୁ ଟ୍ରାକ୍ ଲୋକେସନ୍ ଓ ଚାର୍ଜିଙ୍ଗର ଷ୍ଟାଟସ୍ କହିଥାଏ। ଏହି କାର ର ଘଣ୍ଟା ପ୍ରତି ବେଗ ହେଉଛି ୮୦ କିଲୋମିଟର୍। ଗୋଟେ କିଲୋମିଟର୍ ପ୍ରତି ୪୦ ପଇସା ଲାଗିଥାଏ ଏହି ଗାଡ଼ିରେ। ଏହି କାର ବହୁତ୍ ଆଫର୍ଡେବଲ ବୋଲି କୁହାଯାଉଛି। କମ୍ପାନୀ କହିଛି ଯେ ରେଗୁଲାର କାର ଅପେକ୍ଷା ଏହି କାରର ମେଣ୍ଟେନାସରେ ୮୦ ପ୍ରତିଶତ କମ୍ ଖର୍ଚ୍ଚ ହେବ। କମ୍ପାନୀ କହିଛି ଯେ ଏହି କାର ବ୍ୟବହାର କରିବା ଦ୍ବାରା ଆପଣ ୩ ବର୍ଷରେ ୩ ଲକ୍ଷ ଟଙ୍କା ସେଭିଂ କରିପାରିବେ। ଷ୍ଟ୍ରୋମ ମୋଟର୍ସର ଆରମ୍ଭ ହୋଇଥିଲା ୨୦୧୬ ମସିହାରେ । ଏହି କମ୍ପାନୀର ଏକ ପ୍ଲାଣ୍ଟ ଉତ୍ତରାଖଣ୍ଡର କାଶୀପୁର ଠାରେ ରହିଛି। ତେବେ ଏହି କାର ଖୁବ୍ ଶୀଘ୍ର ଅନ୍ୟ ସ୍ଥାନ ମାନଙ୍କରେ ଲଞ୍ଚ ହେବାକୁ ଯାଉଛି।ଯାହା ଦ୍ଵାରା ଆପଣ ଏହି ଇଲେକ୍ଟ୍ରିାକ୍ କାରକୁ କିଣିପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.