ଚଳିତ ବର୍ଷ ଶେଷ ଆଡ଼କୁ ବଜାରକୁ ଆସିବ ଗାଲେକ୍ସି ଟାବ୍‌ ଏସ9 ସିରିଜ, ରହିଛି ଜବରଦସ୍ତ ଫିଚର

ବଜାରକୁ ଆସୁଛି ସାମସଙ୍ଗ ଗାଲେକ୍ସି ଟାବ୍‌ ଏସ9 ସିରିଜ । କମ୍ପାନୀ ପକ୍ଷରୁ ୩ଟି ଟାବଲେଟ ଲଞ୍ଚ କରାଯିବ । ସେଗୁଡ଼ିକ ଗାଲେକ୍ସି ଟାବ୍‌ ଏସ9, ଏସ9+ ଓ ଏସ9 ଅଲଟ୍ରା । ଏଥିରେ 16ଜିବିର RAM ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ସାମସଙ୍ଗ ପକ୍ଷରୁ ବଜାରକୁ ଆସୁଛି ସାମସଙ୍ଗ ଗାଲେକ୍ସି ଟାବ୍‌ ଏସ9 ସିରିଜ । ଏହି ସିରିଜରେ କମ୍ପାନୀ ପକ୍ଷରୁ ୩ଟି ଟାବଲେଟ ଲଞ୍ଚ କରାଯିବ । ସେଗୁଡ଼ିକ ହେଲା ଗାଲେକ୍ସି ଟାବ୍‌ ଏସ9, ଏସ9+ ଓ ଏସ9 ଅଲଟ୍ରା । ଆଗାମୀ କିଛି ମାସ ଭିତରେ ଏହି ଟାବଲେଟ୍‌ ବଜାରକୁ ଆସିବାକୁ ଯାଉଛି । ତେବେ ଆସନ୍ତୁ ଏହାର ଡିଜାଇନ ଓ ଫିଚର ଉପରେ ନଜର ପକାଇବା ।

ଏହାର ବଟମ ପାର୍ଟରେ ସ୍ପିକର ଗ୍ରିଲ ଓ ଟାଇପ ସି ୟୁଏସବି ପୋର୍ଟ ରହିଛି । ଟାବଲେଟ୍‌ ର ଦକ୍ଷିଣ ପାର୍ଶ୍ୱରେ ପାଓ୍ଵାର ଓ ଭଲ୍ୟୁମ ବଟନ ରହିଛି । ଏହାର ବାମ ପାର୍ଶ୍ୱରେ ପୋଗୋ କନେକ୍ଟଟର ପିନ୍‌ ରହିଛି । ଏହି ପିନ୍‌ ଜରିଆରେ ଆପଣ ଏକ୍ସଟ୍ରନାଲ କିବୋର୍ଡର କନେକ୍ଟ କରିପାରିବେ । ଏହି ଟାବଲେଟରେ ଆପଣ ମେଟାଲ ବଡି ପାଇପାରବେ । ଏହାର ପଛ ପାର୍ଶ୍ୱରେ ସାମସଙ୍ଗର ବ୍ରାଣ୍ଡିଂ ଲୋଗୋ ରହିଛି । ଏହାସହ ଏଲଇଡି ଫ୍ଲାସ ସହ ଡୁଆଲ କ୍ୟାମେରା ସେଟଅପ ରହିଛି । ଏହାର ପାର୍ଶ୍ୱରେ ମୋଟା ବେଜେଲ୍ସ ରହିଛି । କହିବାକୁ ଗଲେ ଭଲ ଡିଜାଇନରେ ଏହା ବଜାରକୁ ଆସିବାକୁ ଯାଉଛି ।

ଏହି ଟାବଲେଟ୍‌ରେ ସ୍ନାପଡ୍ରାଗନ 8 ଜେନ 2 ପ୍ରୋସେସର ବ୍ୟବହାର ହୋଇଛି । ଏହାସହ ଏଥିରେ 8 ଜିବିର RAM ରହିଛି । ଏହାସହ ଏହା 16ଜିବି RAM ଭାରିଆଣ୍ଟରେ ଆସୁଛି । ଏଥିରେ ଆପଣ 256 ଜିବି ଇଣ୍ଟରନାଲ ଷ୍ଟୋରେଜ ପାଇପାରିବେ । ଏଥିରେ ଆପଣଙ୍କୁ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମ ମିଳିବ । ଏହାସହ ଓ୍ଵାନ ୟୁଆଇ 5.1 ସ୍କିନ ରହିଛି । ୧୨୦ ପ୍ରତିଶତ ଡିସିଆଇ ପି-3 କଲର ଗାମୁଟ କଭରେଜ ଓ 2960×1848 ପିକ୍ସେଲ ସହ 14.6 ଇଞ୍ଚର ଡିସପ୍ଲେ ମିଳିବ । ଏହାର ଡାଇମେନସନ ରହିଛି 208.6×326.4×5.5 ମିଲିମିଟର । ଏହାସହ ଏହାର ଓଜନ ରହିଛି ୭୩୭ ଗ୍ରାମ ।

ଏହି ଟାବଲେଟ୍‌ରେ ଆପଣଙ୍କୁ ଆଇପି68 ରେଟିଂର ଓ୍ଵାଟର ଓ ଡଷ୍ଟ ରେଜିଟାନ୍ସ ସୁବିଧା ମିଳିବ । ବ୍ୟାଟେରୀ ବ୍ୟାକଅପ କଥା ଦେଖିଲେ ଏଥିରେ ଆପଣଙ୍କୁ 45 ଓ୍ଵାଟ ଫାଷ୍ଟ ଚାର୍ଜର ସପୋର୍ଟ ସହ 11,200mAh ବ୍ୟାଟେରୀ ବ୍ୟାପଅପ ମିଳିବ । ଚଳିତ ବର୍ଷ ଶେଷ ଆଡ଼କୁ ଏହି ଟାବଲେଟ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଇ ପାରେ ।

Leave A Reply

Your email address will not be published.