Valentine’s Day ଅଫର: Galaxy Watch 4 ଉପରେ ୯ ହଜାର ଛାଡ଼ କଲା କମ୍ପାନୀ

Samsung କମ୍ପାନୀ Valentine’s Day ପୂର୍ବରୁ ନିଜର କେତେକ ସ୍ମାର୍ଟ ଓ୍ଵାଚ୍‌ରେ ଅଫର ଦେଇଛି। ଏଥିରେ କ୍ୟାସ୍‌ବ୍ୟାକ ସହ ରହିଛି କିଛି ଖାସ୍‌ ଅଫର।
କମ୍ପାନୀ Valentine’s Day ପାଇଁ ଘଣ୍ଟା ଉପରେ ଅଫର ଦେବା ଆରମ୍ଭ କରିଛି। ଆଗକୁ ଆସିବାକୁ ଯାଉଛି Valentine’s Day ବା ପ୍ରେମ ଦିବସ। ଏ ଅବସରରେ ପ୍ରେମିକ ପ୍ରେମିକା ପରସ୍ପରକୁ ଗିଫ୍ଟ ଦେବେ। ଏହାକୁ ଦୃଷ୍ଟିରେ ରଖି ପ୍ରେମ ଦିବସ ପୂର୍ବରୁ କମ୍ପାନୀ ନିଜର ସ୍ମାର୍ଟ ଓ୍ଵାଚ୍‌ରେ ଏହି ଅଫର ଘୋଷଣା କରିଛି। କମ୍ପାନୀ ପକ୍ଷରୁ ଖାସ୍‌ କରି Galaxy Watch 4 ରେ ଏକ ବଡ଼ ଅଫର ଦିଆଯାଉଛି।

Samsung କମ୍ପାନୀ Galaxy Watch 4 ଉପରେ ପାଖାପାଖି ୯,୨୫୦ ଟଙ୍କା ଛାଡ଼ କରିଛି। ଏହି ଅଫର ଆଜିଠୁ ଲାଗୁ ହେଇଛି। Galaxy Watch 4 କିଣିବା ପରେ ଗ୍ରାହକଙ୍କୁ ୩,୯୯୯ଟଙ୍କାର ହାଇବ୍ରିଡ୍‌ ଲେଦର ବ୍ୟାଣ୍ଡ୍‌ ଓ ୩,୨୪୯ ଟଙ୍କାର ଏକ୍ସଟ୍ରିମ୍‌ ସ୍ପୋର୍ଟସ ବ୍ୟାଣ୍ଡ୍‌କୁ ମାତ୍ର ୯୯୯ ଟଙ୍କାରେ କିଣିବାର ସୁବିଧା ମିଳିବ।

ଏହି ଅଫରରେ Galaxy Watch 4 କିଣିବା ଫଳରେ ଗ୍ରାହକଙ୍କୁ ୩୦୦୦ ଟଙ୍କାର କ୍ୟାସବ୍ୟାକ୍‌ ମଧ୍ୟ ମିଳିବ। ଏହା ସହ ଗ୍ରାହକ ୧୨ ମାସ ପାଇଁ No Cost EMI ଅପସନ୍‌ ନେଇପାରିବେ।
Galaxy Watch 4 ଉପରେ ଦିଆଯାଇଥିବା ଏହି ଅଫର ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ରହିବ। ସାମସଙ୍ଗ ଇଣ୍ଡିଆର ଇ-ଷ୍ଟୋର ଅଫ୍‌ଲାଇନ ରିଟେଲ ଷ୍ଟୋରରୁ ବି ଗ୍ରାହକ ଏହି ଅଫରର ଫାଇଦା ଉଠାଇ ପାରିବେ।

Galaxy Watch 4 ର ଦାମ୍‌ ୨୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଟପ୍‌ ୪୦mm ମଡେଲର ମୂଲ୍ୟ ୨୮,୯୯୯ ଟଙ୍କା ଥିବା ବେଳେ ୪୪ mm ମଡେଲର ଦାମ୍‌ ରହିଛି ୨୬,୯୯୯ ଟଙ୍କା। ସେହିପରି LTE ମଡେଲର ମୂଲ୍ୟ ୩୧,୯୯୯ ଟଙ୍କା ରହିଛି।

Galaxy Watch 4ରେ ୧.୧୯ ଇଞ୍ଚ୍‌ର AMOLED ଡିସପ୍ଲେ ଦିଆଯାଇଥିବା ବେଳେ ୪୪ ଇଞ୍ଚିଆ ମଡେଲରେ ସ୍କ୍ରିନ୍‌ ସାମାନ୍ୟ ବଡ଼ ରହିଛି। ଏହି ସ୍ମାର୍ଟ ଓ୍ଵାଚ୍‌ରେ ୧.୫ ଜିବି ରାମ୍‌ ସହ ୧୬ ଜିବିର ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ରହିଛି।

ଏଥିସହ Galaxy Watch 4ରେ SpO2 ଟ୍ରାକିଂ, ନିଦ ଟ୍ରାକିଂ, ବଡି କମ୍ପୋଜିଶନ ସହ ଫିଟନେସ୍‌ ଟ୍ରାକିଂ ଫିଚର୍ସ ମଧ୍ୟ ଦିଆଯାଇଛି। ଏହି ସ୍ମାର୍ଟ ଓ୍ଵାଚ୍‌ Google Wear OS ବେସ୍‌ଡ ସାମସଙ୍ଗ କଷ୍ଟମ One UIରେ ଚାଲେ।

Galaxy Watch 4ର ବ୍ୟାଟେରୀ କ୍ଷମତା ୨୪୭mAh ଥିବା ବେଳେ ଏହା ୪୦ ଘଣ୍ଟାର ବ୍ୟାଟେରୀ ବ୍ୟାକ୍‌ଅପ ଦେଇଥାଏ ବୋଲି କମ୍ପାନୀର ଦାବି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.