ଗାଲାକ୍ସି ଜେ ଫୋଲ୍ଡ ୪ ଡିଭାଇସ, ଦେଖିବାକୁ ପାଇବେ ନ୍ୟୁ ଲୁକ୍‌ରେ

ଚାଲିଛି ସ୍ମାର୍ଟଫୋନର ଜମାନା । ଆଉ ଏହି ସ୍ମାର୍ଟଫୋନ ଭିତରେ ପ୍ରତିଦିନ ଜୋରଦାର ଅଫର ବି ଆସୁଛି । ଅପଗ୍ରେଡ ସ୍ମାର୍ଟ ସେଟ ସହ ଡିଭାଇସ ଆପଣଙ୍କୁ ଦେବ ଅନେକ ନୂଆ ନୂଆ ଫିଚର । ଜାଣିବା ପାଇଁ କହି ରଖୁଛୁ କି ପୁଣି ବଜାରକୁ ଫେରୁଛି ଫୋଲ୍ଡେବୁଲ ମୋବାଇଲ୍‌ ସେଟ୍‌ । ଆପଣଙ୍କ ପାଇଁ ଖୁବ୍‌ ଶୀଘ୍ର ଉପଲବ୍‌ଧ ହେବ ।ସାମସଙ୍ଗ ତାର ଆଗାମୀ ଫୋଲ୍ଡେବଲ ସେଟକୁ ନେଇ ପ୍ରସ୍ତୁତି ଚଳାଇଛି । ଦକ୍ଷିଣ କୋରିଆ ଟେକ ଜିଆଣ୍ଟ ସାମସଙ୍ଗ ଏହାର ପରବର୍ତ୍ତୀ ଫୋଲଡେବଲ ସ୍ମାର୍ଟଫୋନ ଗାଲାକ୍ସି ଜେ ଫୋଲ୍ଡ -୪କୁ ବଜାରକୁ ଆଣିବ । ତାସହ ଦାବି କରିଛି କି ଏହି ଫୋଲଡେବଲ ଫୋନ ଡିଭାଇସରେ ଫୂର୍ବ ପରି ସମସ୍ତ ଫିଚର୍ସ ରହିବ । ତା ସହିତ କ୍ୟାମେରା କ୍ୱାଲିଟିରେ ପରିବର୍ତ୍ତନ ଅଣାଯାଉଛି । କ୍ୟାମେରା କ୍ୱାଲିଟି ଆହୁରି ଭଲ କରାଯାଉଛି । ଜିଜୋମା ଚାଇନା ଅନୁଯାୟୀ ଗାଲାକ୍ସି ଜେ ଫୋଲ୍ଡ-୪ ଡିଭାଇସର ପୂର୍ବ ପରି ସମାନ ଫର୍ମ ଫ୍ୟାକ୍ଟ ବଜାୟ ରଖିବ । ନ୍ୟାରୋ ଏକ୍ସଟରନାଲ ଡିସପ୍ଲେ ସହ ରେକ୍ଟାଙ୍ଗୁଲାର ଇନର ସ୍କ୍ରିନ ସହ ଯୋଡି ହେବ ଏହି ଫୋଲ୍ଡେବଲ ସେଟ ।

ଗାଲାକ୍ସି ଜେ ଫୋଲ୍ଡୃ-୩ରେ ଗୋଟିଏ କ୍ୟାମେରା ଆଇସଲ୍ୟାଣ୍ଡରେ ୩ କ୍ୟାମେରା ଓ ଫ୍ଲାସ୍‌ ରହିଥିଲା । କିନ୍ତୁ ଜେ-୪ ରେଣ୍ଡର ଯେଉଁ କ୍ୟାମେରା ସହ ଆସୁଛି ତାହା ଏସ- ୨୨ ଅଲଟ୍ରା ସହ ସମାନ । ଗାଲାକ୍ସି ଜେ ଫୋଲ୍ଡ-୪ ଏକ ଅତ୍ୟାଧୁନିକ ଅଣ୍ଡର ଡିସପ୍ଲେ କ୍ୟାମେରା ସହ ଆସିବ । ଉଭୟ ଇଣ୍ଟରନାଲ ଏବଂ ଏକ୍ସଟରନାଲ ସ୍କ୍ରିନରେ ଉନ୍ନତ ୟୁଡିସି ସହ ଆସିବାକୁ ଯାଉଛି ଏହି ଫୋଲ୍ଡେବଲ ସେଟ ।ବଜାରରେ ବର୍ତ୍ତମାନ ଫ୍ଲାଗସିପ ଦ୍ୱାରା ଦିଆଯାଉଥିବା କ୍ୟାମେରା କ୍ୱାଲିଟି ସହ ଏହାକୁ ଅଣାଯିବ । ମୋଟ ଉପରେ ପ୍ରାଇମେରୀ କ୍ୟାମେରା ସେଟଅପ ରେ ଅପଗ୍ରେଡେସନ ହୋଇଛି ।

ଏହି ଫୋଲ୍ଡେବଲ ସ୍ମାର୍ଟଫୋନରେ ସମାନ ସ୍କ୍ରିନ ସାଇଜ ଓ ବ୍ୟାଟେରୀ ଆକାର ୪,୪୦୦ ଏମ.ଏ.ଏଚ ଫିଚର୍ସ ରହିବ । ଏହାର ମୂଲ୍ୟକୁ ନେଇ ଯାହା ଅନୁମାନ କରାଯାଉଛି କି ଏହି ସେଟର ଦାମ କମ ଥାଇପାରେ । ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ-୪ର ୬.୯ ମିଲିୟନ ୟୁନିଟ ଏବଂ ଜେ ଫୋଲ୍ଡ -୪ର ୨.୯ ମିଲିୟନ ୟୁନିଟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି। ୨୦୨୧ ମଡେଲ ଜେ ଫ୍ଲିପ-୩ ପାଇଁ ୪ମିଲିୟନ ଓ ଜେ ଫୋଲ୍ଡ-୩ ପାଇଁ ୩ ମିଲିୟନ ଉତ୍ପାଦନ ଟାର୍ଗେଟ କରିଥିଲେ । … ତେଣୁ ଏବେ ଅପେକ୍ଷାରେ ଥାନ୍ତୁ ନୂଆ ମଡେଲ୍‌ର ଏହି ହ୍ୟାଣ୍ଡସେଟ୍‌ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.