ଅନ୍‌ଲାଇନ ଗେମିଂର ସୌଖିନଙ୍କ ପାଇଁ ବଜାରକୁ ଆସିଲା ‘ଗେମିଂ ବେଡ୍‌’, କମ୍ବଳ ଘୋଡେଇ ସ୍ନାକ୍ସ ଖାଇ ଆପଣ ଖେଳି ପାରିବେ ଗେମ୍‌

ଅନ୍‌ଲାଇନ ଗେମିଂକୁ ସୌଖିନ କରିବା ପାଇଁ ଜାପାନର ଏକ ରିଟେଲ କମ୍ପାନୀ ‘ବାହୁତେ’ ଗେମିଂ ବେଡ୍‌ ପ୍ରସ୍ତୁତ କରିଛି। ଏହା ଉପରେ ଶୋଇକି ଆପଣ ଗେମ୍‌ ଖେଳିପାରିବେ। ଏଥିରେ ଏକ ଗଦି ସହିତ ଇଲେଭେଟେଡ୍‌ ହେଡ୍‌ ବୋର୍ଡ ଲଗାଯାଇଛି। ଏହାଛଡ଼ା ଏକ ଡେସ୍କ ମଧ୍ୟ ଫିଟ୍‌ କରାଯାଇଛି। ଗେମ୍‌ ଖେଳିବା ସମୟରେ ଆପଣ ଯେପରି ସ୍ନାକ୍ସ ଖାଇବାର ମଜା ନେଇପାରିବେ, ସେଥିପାଇଁ ସ୍ନାକ୍ସ ହୋଲ୍ଡର ବି ଲାଗିଛି।

s2

କେବଳ ଏତିକି ନୁହେଁ, କମ୍ପାନୀ ଏଥିରେ ସ୍ମାର୍ଟଫୋନ୍‌ ହୋଲ୍ଡର ଏବଂ ଗେମିଂ ବ୍ଲାଙ୍କେଟ୍‌ ମଧ୍ୟ ଉପଲବ୍ଧ କରାଇଛି। ଏହି ବେଡ୍‌କୁ କିଣିବା ପାଇଁ ୟୁଜରମାନଙ୍କୁ ୧୧୦୦ ଡଲାର୍‌ ଅର୍ଥାତ୍‌ ପାଖାପାଖି ୮୧ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ହେଲା, ଏହି ବେଡ୍‌ରେ ଶୋଇ ଗେମ୍‌ ଖେଳିଲେ ପିଠି ଯନ୍ତ୍ରଣା ହେବନାହିଁ। ଏଥିରେ ସବୁ ପ୍ରକାର ସୁବିଧା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.