ଆଦାନୀ ଆପରେ ଭରନ୍ତୁ ବିଜୁଳି ବିଲ୍‌, ଆଦାନୀ ଇଲେକ୍ଟ୍ରିସିଟୀ ବ୍ୟବହାର କରି ଘରେ ବସି ସହଜରେ କରନ୍ତୁ ପେମେଣ୍ଟ

ଆଦାନୀ ଇଲେକଟ୍ରିସିଟୀ ନାମ ଦିଆଯାଇଥିବା ଏହି ଆପର ବ୍ୟବହାର ଆପଣ ବିଜୁଳି ବିଲ୍‌ ପେମେଣ୍ଟ କରିବା ଠାରୁ ନେଇ ନୂଆ କନେକସନ୍‌ ଆପ୍ଲାଏ କରିବା ପାଇଁ ହେଉ ସବୁ ପାଇଁ ଆପଣ ଏହି ଆପର ବ୍ୟବହାର କରିପାରିବେ ।

ଗୌତମ୍‌ ଆଦାନୀ ବନାଇଲେ ନୂଆ ଆପ୍‌… ଏବେ ବିଜୁଳି ବିଲ୍‌ ଭରିବ ଆଦାନୀ ଆପରେ…ବିଜୁଳି ବିଲ୍‌ ଭରିବା ପାଇଁ ଆଦାନୀ ଇଲେକ୍ଟ୍ରିସିଟୀ ଆପର ବ୍ୟବହାର… ଗୌତମ ଆଦାନୀଙ୍କ ନୂଆ ଆପ୍‌ ଏବେ ଭାରି ଚର୍ଚ୍ଚାରେ ରହିଛି । ଆଦାନୀ ଇଲେକଟ୍ରିସିଟୀ ନାମ ଦିଆଯାଇଥିବା ଏହି ଆପର ବ୍ୟବହାର ଆପଣ ବିଜୁଳି ବିଲ୍‌ ପେମେଣ୍ଟ କରିବା ଠାରୁ ନେଇ ନୂଆ କନେକସନ୍‌ ଆପ୍ଲାଏ କରିବା ପାଇଁ ହେଉ ସବୁ ପାଇଁ ଆପଣ ଏହି ଆପର ବ୍ୟବହାର କରିପାରିବେ । ଗୌତମ ଆଦାନୀଙ୍କର ବିଜୁଳି ବିଲ୍‌ ସପ୍ଲାଏରେ ଏଣ୍ଟ୍ରି ଅନେକ ବର୍ଷ ପୂର୍ବରୁ ହୋଇଯାଇଥିଲା । ମୁମ୍ବାଇରେ ଆଦାନୀ ଇଲେକଟ୍ରିସିଟୀ ଦ୍ୱାରା ବିଜୁଳି ପ୍ରୋଭାଇଡ କରାଯାଉଛି । ଯଦି ଆପଣ ମଧ୍ୟ ମୁମ୍ବାଇରେ ରହୁଛନ୍ତି କିମ୍ବା ମୁମ୍ବାଇ ବାସିନ୍ଦା ତାହେଲେ ବିଜୁଳି ବିଲ୍‌ ଭରିବା ପାଇଁ କୌଣସି ଆପ୍‌ ଆଉ ଖୋଜିବା ଦରକାର ନାହିଁ ଆପଣ ଏହି ଆପ ମାଧ୍ୟମରେ ବିଜୁଳି ବିଲ୍‌ ଅତି ସହଜରେ ଭରିପାରିବେ । ତାହେଲେ ଚାଲନ୍ତୁ ଜାଣିବ ଏହା ବିଷୟରେ, କେମିତି ଏହା କାମ କରେ ଏବଂ କେମିତି ଏହି ଆପ୍‌ ଦ୍ୱାରା ଆପଣ ବିଜୁଳି ବିଲ୍‌ ପେମେଣ୍ଟ କରିବେ ।

କେମିତି କରେ କାମ ଆପ୍‌?

ଆଦାନୀ ଇଲେକଟ୍ରିସିଟୀ ଆପକୁ ଆପଣ ପ୍ଲେ ଷ୍ଟୋର କିମ୍ବା ଆପ୍‌ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଏହି ଆପକୁ ବ୍ୟବହାର କରିବା ପାଇଁ ଆପଣଙ୍କ ପାଖରେ ଆଦାନୀ ଇଲେକଟ୍ରିସିଟୀର କନେକସନ୭୍‌ କିନ୍ତୁ ଥିବା ଦରକାର । ସର୍ବପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ ।ଏଥିପାଇଁ ଆପଣଙ୍କ ପାଖରେ ମିଟର ନମ୍ବର ଏବଂ ରେଜିଷ୍ଟର ନମ୍ବର ରହିବା ଆବଶ୍ୟକ । ମୋବାଇଲରେ ସଟିପି ଆସିବ ଏବଂ ଏହାପରେ ଅତି ସହଜରେ ଆପଣ ଆପର ବ୍ୟବହାର କରି ବିଜୁଳି ବିଲ୍‌ ପେମେଣ୍ଟ କରିପାରିବେ । ଏହି ଆପରେ ଆପଣ ପେମେଣ୍‌ଟକୁ ନେଇ କୌଣସି ଅଭିଯୋଗ ବି କରିପାରିବେ ।

କିଏ କରିପାରିବେ ଏହି ଆପର ବ୍ୟବହାର ଜାଣନ୍ତୁ

ଏହି ଆପକୁ କେହି ବି ବ୍ୟବହାର କରିପାରିବେ । ମୁମ୍ବାଇରେ ଆଦାନୀ ଗ୍ରୁପ ଦ୍ୱାରା ଇଲେକଟ୍ରିସିଟୀ ସପ୍ଲାଏ କରାଯାଏ । ତେଣୁ ସେଠାକାର ଲୋକେ ଏହି ଆପର ସାହାଯ୍ୟ ନେଇ ବିଜୁଳି ବିଲ ଭରିପାରିବେ । ଏହାସହିତ ଏହି ଆପ ସାହାଯ୍ୟରେ ବିଜୁଳି ସମ୍ବନ୍ଧୀୟ ଅଭିଯୋଗ ବି କରିପାରିବେ । ଏହି ଆପ୍‌ କ୍ୱିକ ବିଲ୍‌ ପେ କରିବାର ଅପ୍ସନ ମଧ୍ୟ ଦେଇଥାଏ । ଏହାସାହାଯ୍ୟରେ ଆପଣ ରେଜିଷ୍ଟ୍ରସନ ବି କରିପାରିବେ ।

ନୂଆ କନେକସନ୍‌

ଆଦାନୀ ଇଲେକଟ୍ରିସିଟୀ ଆପ୍‌ ସାହାଯ୍ୟରେ ଆପଣ ନୂଆ ମିଟର ପାଇଁ ମଧ୍ୟ ଆପ୍ଲାଏ କରିପାରିବେ । ଆପରେ ଆପଣଙ୍କୁ ନୂଆ ମିଟର ପାଇଁ ଆବେଦନ କରିବାକୁ ଅପ୍ସନ ବି ଦିଆଯାଇଛି । ଆପଣଙ୍କୁ ସେଠାରେ ଯାଇ ଆପ୍ଲାଏ ନୂଆ କନେକସନ୍‌ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । କିନ୍ତୁ ଏହାପୂର୍ବରୁ ଆପଣଙ୍କୁ ଲଗଇନ୍‌ କରିବାକୁ ହେବ ଏବଂ ଆପଣଙ୍କ ସାମ୍ନାକୁ ଏକ ଫର୍ମ ଦେଖାଇବ, ଯାହାକୁ ଆପଣଙ୍‌କୁ ଭରିବାକୁ ହେବ । ଫର୍ମ ଭରିବା ପରେ ଆପଣଙ୍କ ପ୍ରୋସେସ୍‌ ଷ୍ଟାର୍ଟ ହୋଇଯିବ ଏବଂ ଆପଣଙ୍କୁ ସମୟ ସମୟରେ ଏହା ସମ୍ପର୍କରେ ଅପଡେଟ ବି ମିଳିଯିବ ଏଥିରେ ।

Leave A Reply

Your email address will not be published.