ଫ୍ରି 5G ସିମ୍‌ କାର୍ଡ ସିଧା ପହଁଚିବ ଆପଣଙ୍କ ଘରେ, ଅନଲାଇନରେ ମିନିଟରେ କରନ୍ତୁ ବୁକିଙ୍ଗ୍‌

ଯଦି ଆପଣ ଜିଓର ୫ଜି ସିମ୍‌ କାର୍ଡ ଘରକୁ ମଗାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏଥିପାଇଁ ଏବେ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି। ଆପଣ ଫ୍ରିରେ ହିଁ ଜିଓ ସିମ କାର୍ଡକୁ ବୁକ୍‌ କରିପାରିବେ। କମ୍ପାନୀର ୫ଜି ସର୍ଭିସ ଆରମ୍ଭ ହେବାକୁ ଯାଉଛି ତ ଗ୍ରାହକ ଏବେ ସହଜରେ ଘରେ ବସି ହିଁ ନିଜ ପାଇଁ ୫ଜି ସିମ୍‌ କାର୍ଡ ମଗାଇ ପାରିବେ। କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଫ୍ରି ସିମ୍‌ କାର୍ଡ ହୋମ୍‌ ଡେଲିଭରୀ ଅଫର ଆରମ୍ଭ କରିଛି। ଏହି ଅଫରର ଲାଭ ଉଠାଇବା ପାଇଁ ଆପର ଅନଲାଇନ୍‌ ହିଁ ସିମକ।ର୍ଡ ବାଛିପାରିବେ ଏବଂ ଏହାକୁ ନିଜ ଘରକୁ ମଗାଇ ପାରିବେ।

୫ଜି ସିମ୍‌ କାର୍ଡ ଘରକୁ ମଗାଇବାକୁ ଚାହୁଁଥିଲେ ଅନଲାଇନ୍‌ ପ୍ରୋସେସ ପୂରା କରିବାକୁ ପଡିଥାଏ। ତାପରେ ଯାଇ ଆପଣ ନିଜ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାର କରିପାରିବେ। ଏଥିରେ ମାତ୍ର କିଛି ମିନିଟର ସମୟ ଲାଗିଥାଏ। ଯେମିତିକି ଆମେ ଆପଣଙ୍କୁ କହିଲୁ ଆପଣ ଏହାକୁ ଫ୍ରିରେ ନିଜ ଘରକୁ ହିଁ ଡେଲିଭରୀ କରିପାରିବେ। ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା କଣ ଏହାର ପ୍ରୋସେସ।

  • ସିମ୍‌ କାର୍ଡ ମଜାଇବା ପାଇଁ ଆପଣଙ୍କୁ ପ୍ରଥମେ ଜିଓର େଓ୍ଵବସାଇଟକୁ ଯିବାକୁ ପଡିବ।
  • ଯେମିତି ଆପଣ େଓ୍ଵବସାଇଟକୁ ଯିବେ ଆପଣଙ୍କୁ Get Jio Sim ର ଅପ୍ସନ ଦେଖାଯିବ।
  • ଏହା ଉପରେ କ୍ଲିକ କରି ନିଜ ନାମ ଏବଂ ନମ୍ବର ଏଣ୍ଟର କରିବାକୁ ହେବ।
  • ଏହାପରେ ଆପଣ ଏହି ପ୍ରକ୍ରୀୟାକୁ ଆଗକୁ ବଢ଼ାଇ ପାରିବେ।
  • ଏହି ପ୍ରୋସେସକୁ ପୂରା କରିବା ପରେ ଆପଣଙ୍କ ନମ୍ବରକୁ ଏକ OTP ଆସିବ।
  • ଏହି ଓଟିପିକୁ ଆପଣଙ୍କୁ ଏଣ୍ଟର କରିବାକୁ ହେବ।
  • ଏବେ ଆପଣଙ୍କୁ ପୋଷ୍ଟପେଡ କିମ୍ବା ପ୍ରିପେଡ ସିମ୍‌ ବାଛିବାକୁ ହେବ।
  • ଏବେ ଆପଣଙ୍କୁ ନିଜର ଠିକଣା ଏଣ୍ଟର କରିବାକୁ ହେବ।
  • ଏହାପରେ ଆପଣଙ୍କ ସିମ୍‌ ଆପଣଙ୍କ ଘରକୁ ପହଁଚାଇ ଦିଆଯିବ।

 

Leave A Reply

Your email address will not be published.