ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି BSNL, ମାତ୍ର ୧୦୦ ଟଙ୍କାରେ ବର୍ଷ ସାରା ମିଳିବ ଫ୍ରି କଲିଂ

ପ୍ରତି ମାସରେ ରିଚାର୍ଜ କରିବାକୁ ନେଇ ସମସ୍ତେ ଚିନ୍ତା କରନ୍ତି । ଏଥିପାଇଁ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରନ୍ତି ମୋବାଇଲ ୟୁଜର୍ସ । କିନ୍ତୁ ଯଦି ଆପଣ ଶସ୍ତା ଏବଂ ଲାଭଦାୟକ ପ୍ଲାନ୍ ଖୋଜୁଛନ୍ତି, ତେବେ BSNL ଏମିତି ଏକ ନୂଆ ପ୍ଲାନ୍ ଆଣିଛି ଯାହା ଆପଣଙ୍କ ପାଇଁ ବେଷ୍ଟ ହେବ । BSNL ଏବେ ଯେଉଁ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି, ସେଥିରେ ଆପଣ ଥରେ ରିଚାର୍ଜ କଲେ ପୁରା ୧୨ ମାସ ପାଇଁ ଆପଣଙ୍କୁ ଫ୍ରି କଲିଂ ମିଳିବ । ଆଉ ସବୁଠାରୁ ଖାସ୍ କଥା ହେଉଛି ଏଥିପାଇଁ ଆପଣଙ୍କର ବହୁତ କମ ଟଙ୍କା ଖର୍ଚ୍ଚ ହେବ ।
BSNLର ଏହି ନୂଆ ପ୍ଲାନର ଦାମ ମାତ୍ର ୧,୧୯୮ ଟଙ୍କା ରହିଛି । ଏହା ପୂରା ୩୬୫ ଦିନର ବୈଧତା ପ୍ରଦାନ କରୁଛି । ଅର୍ଥାତ ପ୍ରତି ମାସରେ କେବଳ ୧୦୦ ଟଙ୍କା ଖର୍ଚ୍ଚ କରି ଆପଣ ବାରମ୍ବାର ରିଚାର୍ଜ ଟେନସନରୁ ମୁକ୍ତ ହେବେ । ଏହି ପ୍ଲାନରେ ୟୁଜର୍ସମାନେ ପ୍ରତି ମାସରେ ୩ଜିବି ଡାଟା, ଯେକୌଣସି ନେଟୱାର୍କରେ ୩୦୦ ମିନିଟ୍ ପର୍ଯ୍ୟନ୍ତ କଲ୍ ଏବଂ ୩୦ଟି ଏସଏମଏସ୍ ପଠାଇବାର ସୁବିଧା ପାଇବେ । ଏହି ସମସ୍ତ ସୁବିଧା ପ୍ରତି ମାସରେ ଅଟୋମେଟିକାଲି ରିନ୍ୟୁ ହୋଇଯିବ । ଅର୍ଥାତ୍ ୟୁଜର୍ସଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡିବ ନାହିଁ । ଥରେ ରିଚାର୍ଜ କଲେ ବର୍ଷ ସାରା ପାଇଁ ଟେନସନ ଫ୍ରି ହେବେ ।
କହି ରଖୁଛୁ ଯେବେଠାରୁ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ଦାମକୁ ମହଙ୍ଗା କରିଛନ୍ତି, ସେବେଠାରୁ ଅନେକ ଲୋକ BSNL ଆଡକୁ ମୁହାଁଇଛନ୍ତି। ଖାସକରି ଯେଉଁ ୟୁଜର୍ସମାନେ କମ ଦାମରେ ବେସିକ୍ ଇଣ୍ଟରନେଟ୍ ଏବଂ କଲିଂ ସୁବିଧା ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ରିଚାର୍ଜ ପ୍ଲାନ୍ ପୁରା ଫିଟ୍ ହେବ ।
ଅନ୍ୟପଟେ ୟୁଜର୍ସଙ୍କ ସୁବିଧାକୁ ନଜରରେ ରଖି BSNL ଦ୍ରୁତ ଗତିରେ ନିଜ ନେଟୱାର୍କକୁ ଅପଗ୍ରେଡ୍ କରୁଛି, କିନ୍ତୁ କିଛି ସ୍ଥାନରେ ଏହାର 4G କିମ୍ବା 5G ସର୍ଭିସ ଏପର୍ଯ୍ୟନ୍ତ ଠିକ୍ ଭାବରେ ଆରମ୍ଭ ହୋଇନାହିଁ । ଏପରି ପରିସ୍ଥିତିରେ ଯଦି ଆପଣ ଏକ BSNL ସିମ୍ ନେବାକୁ ଭାବୁଛନ୍ତି, ତେବେ ପ୍ରଥମେ ଆପଣଙ୍କ ଅଞ୍ଚଳର ନେଟୱର୍କ କଭରେଜ୍ ଯାଞ୍ଚ କରନ୍ତୁ ।
BSNL ଏକ ନୂଆ ଲାଇଭ୍ ନେଟୱାର୍କ ମ୍ୟାପ୍ ମଧ୍ୟ ଲଞ୍ଚ କରିଛି, ଯେଉଁଥିରେ ଆପଣ ସହଜରେ ନିଜ ଅଞ୍ଚଳରେ କେଉଁ BSNL ନେଟୱାର୍କ ଉପଲବ୍ଧ ତାକୁ ଦେଖିପାରିବେ । ଆପଣଙ୍କ ଅଞ୍ଚଳରେ ନେଟୱାର୍କ କେତେ ଷ୍ଟ୍ରଙ୍ଗ ଅଛି, ଏହି ନେଟୱାର୍କ ମ୍ୟାପ୍ ଆପଣଙ୍କୁ ବୁଝିବାରେ ସାହାଯ୍ୟ କରିବ ।
ତେବେ ଏହି ପ୍ଳାନ୍ ଖାସକରି ସେମାନଙ୍କ ପାଇଁ ଭଲ ଯେଉଁମାନେ ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ନାହିଁ, ଯେପରିକି ବୟସ୍କ ବ୍ୟକ୍ତି କିମ୍ବା ଛୋଟ ସହରରେ ରହୁଥିବା ୟୁଜର୍ସ । ୟୁଜର୍ସମାନଙ୍କୁ ପ୍ରତି ମାସରେ ରିଚାର୍ଜ ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ ଏବଂ ଆବଶ୍ୟକୀୟ ସୁବିଧା ମଧ୍ୟ ପାଇବେ ।
Also Read:Airtel ଲଞ୍ଚ କଲା ଶସ୍ତା ରିଚାର୍ଜ ପ୍ଲାନ୍, ୩୮ କୋଟି ୟୁଜର୍ସଙ୍କୁ କଲା ରିଲାକ୍ସ