ଏହି ଆପରେ ବୁକ୍‌ କରି କ୍ୟାସବ୍ୟାକ୍‌ ପାଇବା ସହ ପାଆନ୍ତୁ ମାଗଣାରେ LPG ସିଲିଣ୍ଡର

ଗ୍ୟାସ ସରିଯାଇଛି କି? ବୁକ୍‌ କରିବାକୁ ଯାଉଛନ୍ତି କି? ତାହେଲେ ଆପଣଙ୍କ ପାଇଁ ବଢ଼ିଆ ସୁଯୋଗ। କାହିଁକିନା ଆପଣଙ୍କୁ ମାଗଣାରେ ମିଳିପାରେ ସିଲିଣ୍ଡର। ଖାଲି ଏତିକି ନୁହେଁ ବୁକ୍‌ କଲେ ଆପଣଙ୍କୁ କ୍ୟାସବ୍ୟାକ ବି ମିଳିବ। ଆପଣଙ୍କୁ ଏହି କ୍ୟାସବ୍ୟାକ ଦେଉଛି ପେଟିଏମ। ପେଟିଏମରୁ ଏଲପିଜି ସିଲିଣ୍ଡର ନେବା ଦ୍ୱାରା ଆପଣଙ୍କୁ ବହୁତ ବଢ଼ିଆ ଅଫର ମିଳିବ। ଏହି ଅଫର ଉଭୟ ନୂଆ ଓ ପୁରୁଣା କଷ୍ଟମର୍ସଙ୍କ ପାଇଁ ଉପଲବ୍ଧ ରହିଛି।

ଅନେକ ଲୋକ ପେଟିଏମ ଜରିଆରେ ଏଲପିଜି ସିଲିଣ୍ଡର ବୁକିଙ୍ଗ କରନ୍ତି। ଆଉ ଏବେ ପେଟିଏ ୟୁଜର୍ସଙ୍କୁ ଭଲ ଫାଇଦା ମିଳିବାକୁ ଯାଉଛି। ଏହି ଅଫର ଏବେ ଲାଇଭ୍‌ ହୋଇସାରିଛି। ଲାଟେଷ୍ଟ ଅଫର ସହିତ ନୂଆ ୟୁଜର୍ସଙ୍କୁ ପ୍ରଥମ ବୁକିଙ୍ଗରେ ୩୦ ଟଙ୍କା ଫ୍ଲାଟ କ୍ୟାସବ୍ୟାକ ଦିଆଯାଉଛି। ଏଥିପାଇଁ ଆପଣଙ୍କୁ ପେଟିଏ ଆପରେ ପେମେଣ୍ଟ କରିବା ପୂର୍ବରୁ FIRSTCYLINDER ପ୍ରମୋ କୋଡ ୟୁଜ୍‌ କରିବାକୁ ହେବ।

paytmଏହି କ୍ୟାସବ୍ୟାକ୍‌ ଅଫର ତିନି ଏଲପିଜି କମ୍ପାନୀ ଯଥା- ଇଣ୍ଡେନ, ଏଚପି ଗ୍ୟାସ ଏବଂ ଭାରତ ଗ୍ୟାସ ପାଇଁ ଉପଲବ୍ଧ ରହିଛି। ୟୁଜରଙ୍କ ପାଖରେ ଆଉ ଏକ ବଢ଼ିଆ ଅପସନ୍‌ ରହିଛି, ଯେ ଆପଣ ସିଲିଣ୍ଡର ନେଇ ପରମାସରେ ପେମେଣ୍ଟ କରିପାରିବେ। ଏଥିପାଇଁ ୟୁଜରଙ୍କୁ ପେଟିଏ ନାଓ ପେ ଲେଟର (Paytm Postpaid) ପାଇଁ ଏନରୋଲ କରିବାକୁ ହେବ।

ଏହାବ୍ୟତୀତ ପୁରୁଣା ପେଟିଏମ ୟୁଜର୍ସଙ୍କୁ ଫ୍ରୀରେ ସିଲିଣ୍ଡର ନେବା ପାଇଁ ମଉକା ଦିଆଯାଉଛି। ଏଥିପାଇଁ ଏମାନଙ୍କୁ କେବଳ FREEGAS କୁପନ କୋଡ ୟୁଜ୍‌ କରିବାକୁ ବେହ। ଏହି ପ୍ରମୋ କୋଡକୁ ପେଟିଏମରୁ ସିଲିଣ୍ଡର ପାଇଁ ପେମେଣ୍ଟ କରିବା ସମୟରେ ୟୁଜ୍‌ କରିବାକୁ ହେବ। ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଅଫର ସମସ୍ତ ଆକାଉଣ୍ଟଧାରୀଙ୍କ ପାଇଁ ଉପଲବ୍ଧ ନାହିଁ।

ପେଟିଏମ ୟୁଜର୍ସ ନିଜ ଗ୍ୟାସ ସିଲିଣ୍ଡରର ଡେଲିଭରୀକୁ ଟ୍ରାକ କରିପାରିବେ। କିମ୍ବା ରିଫିଲ ପାଇଁ ରିମାଇଣ୍ଡର ବି ସେଟ୍‌ କରିପାରିବେ। ପେଟିଏମରେ ଗ୍ୟାସ ସିଲିଣ୍ଡର ବୁକ କରିବା ପାଇଁ ବହୁତ ସହଜ ତରିକା ରହିଛି। ଏଥିପାଇଁ ୟୁଜରଙ୍କୁ ପେଟିଏମ ଆପରେ Book Gas Cylinder ସେକ୍ସନକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ନିଜ ଗ୍ୟାସ ସିଲିଣ୍ଡର ପ୍ରୋଭାଇଡରକୁ ସିଲେକ୍ଟ କରିବାକୁ ହେବ। ଏହାପରେ ଆପଣଙ୍କୁ ମୋବାଇଲ ନମ୍ବର କିମ୍ବା ଏଲପିଜି ଆଇଡି କିମ୍ବା କଞ୍ଜ୍ୟୁମର ନମ୍ବର ଦେବାକୁ ହେବ। ଏହାପରେ ମହଜୁଦ ଥିବା କୋଡକୁ ୟୁଜ୍‌ କରି ପେମେଣ୍ଟ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.