ଘରେ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ମିଳୁଛି ୬ ହଜାର ଟଙ୍କାର ସବ୍‌ସିଡି, ଜାଣନ୍ତୁ କେମିତି କରିବେ ଆବେଦନ

ଆପଣ କେଉଁ ଆଡେ ଯଦି ଯାଉଥିବା ସମୟରେ ଗାଡିରୁ ପେଟ୍ରୋଲ ସରିଗଲେ ଆପଣ କୌଣସି ପେଟ୍ରୋଲ ପମ୍ପକୁ ଯାଇ ଗାଡିରେ ତେଲ ପକାଇଥାନ୍ତି। କିନ୍ତୁ ଥରେ ଭାବିଛନ୍ତି କି, ଆଜିକାଲି ବଜାରରେ ଚାଲୁଥିବା ଇଲେକ୍ଟ୍ରି ଯାନରୁ ଚାର୍ଜ ସରିଗଲେ କ’ଣ କରିବେ। କେଉଁଠିକୁ ଯିବେ, କେମିତି ଚାର୍ଜ କରିବେ ? କ’ଣ ଆପଣ ଇ- ବାହନକୁ କିଣି ଚାର୍ଜଂ କରିବା ପାଇଁ ହଇରାଣ ହେଉଛନ୍ତି କି ? କିନ୍ତୁ ଏବେ ଆଉ ଏଥିପାଇଁ ହଇରାଣ ହେବେ ନାହିଁ। ଆପଣ ନିଜର ଚାର୍ଜିଂ ଷ୍ଟେସନ ଲଗାଇପାରିବେ।

ଦିଲ୍ଲୀରେ ନିଜ ଇ-ବାହନ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ଆବେଦନକାରୀ ଆଉ ବିଦ୍ୟୁତ ବିଭାଗର ଚକ୍କର ଲଗାଇବାକୁ ପଡିବ ନାହିଁ। ଘରେ ବସି ଆପଣ ୭ ଦିନ ମଧ୍ୟରେ ଚାର୍ଜି ଷ୍ଟେସନ ଲଗାଇପାରିବେ। ଏଥିପାଇଁ ସବସିଡି ମଧ୍ୟ ମିଳୁଛି। ସବୁଠାରୁ ଶସ୍ତା ଇ-ବାହନ ଚାର୍ଜିଂ ଷ୍ଟେସନ ୨୫୦୦ ଟଙ୍କାରେ ହୋଇପାରିବ। ସବୁଠାରୁ ଶସ୍ତା ଇ-ଚାର୍ଜିଂ ଷ୍ଟେସନର ଦାମ୍‌ ୮୫୦୦ ଟଙ୍କାର ରହିଛି। କିନ୍ତୁ ୬ ହଜାର ଟଙ୍କାର ସବସିଡି ମିଳିବା ପରେ ଆପଣଙ୍କୁ ଚାର୍ଜିଂ ଷ୍ଟେସନ ପାଇଁ ୨୫୦୦ ଟଙ୍କା ଦେବାକୁ ହେବ।

ଦିଲ୍ଲୀରେ ପରିବହନ ମନ୍ତ୍ରୀ କୈଳାସ ଗେହଲତ, ନିଜ ଇ- ବାହନ ଚାର୍ଜିଂ ଷ୍ଟେସନ ପାଇଁ ସିଙ୍ଗଲ ଓ୍ଵିଣ୍ଡୋ ସିଷ୍ଟମର ଆରମ୍ଭ କରିଛନ୍ତି। ଏହି ସମୟରେ ଡାଇଲଗ ଏବଂ ଡେପଲପମେଣ୍ଡ କମିଶନ ଅଫ ଦିଲ୍ଲୀର ଉପାଧ୍ୟକ୍ଷ ଜସ୍ମିନ ଶାହା ମଧ୍ୟ ଉପସ୍ଥିତ ଥିଲେ।

ଦିଲ୍ଲୀବାସୀ ନିଜର ଚାର୍ଜିଂ ଷ୍ଟେସନ ବସାଇବା ପାଇଁ ନିଜ ବିଦ୍ୟୁତ୍‌ ଯୋଗାଉଥିବା କମ୍ପାନୀର େଓ୍ଵବସାଇଟକୁ ଯାଇ ସେଠାରେ ଦିଆଯାଇଥିବା ଲିଙ୍କରେ ଆବେଦକ ନିଜର ବିଦ୍ୟୁତ୍‌ କନେକ୍ସନ ଆକାଉଣ୍ଟ ନମ୍ବର ଦେବାକୁ ହେବ। ଚାର୍ଜର ଲଗାଇବା ପାଇଁ ୧୨ଟି କମ୍ପାନୀ ମଧ୍ୟରୁ ଗୋଟେକୁ ଚୟନ କରିବାକୁ ହେବ। ଏହା ପରେ ୭ ଦିନ ଭିତରେ କମ୍ପାନୀ ତରଫରୁ ଫୋନ କରି ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ କହିବେ।
ଆପଣଙ୍କୁ ୬ହଜାର ସବସିଡି ପଇସା ବାଦ୍‌ ବଳକା ୨୫୦୦ ଟଙ୍କା ଦେବାକୁ ପଡିବ। ଯଦି କେଉଁ ବ୍ୟକ୍ତି କେବଳ ଚାର୍ଜିଂ ଷ୍ଟେସନ ଲଗାଇବାକୁ ଚାହୁଁଥିଲେ, ସେମାନ ନିଜ ଘରର ବିଦ୍ୟୁତ୍‌ର ପ୍ରୟୋଗ କରିପାରିବେ। କିନ୍ତୁ ବ୍ୟବସାୟ କିମ୍ବା ଅନ୍ୟ ଲୋକଙ୍କ ପାଇଁ ଚାର୍ଜିଂ ଷ୍ଟେସନ କରିବ ପଇସା ରୋଜଗାର କରିବାକୁ ଚାହୁଁଚନ୍ତି ତେବେ କର୍ମସିଆଲ ମିଟର ଲଗାଇବାକୁ ପଡିବ। ସେମାନଙ୍କୁ ୪.୫୦ ଟଙ୍କା ପ୍ରତି ୟୁନିଟ୍‌ ହିସାବରେ ପଇସା ଦେବାକୁ ପଡିବ।

ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ:

– ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ୮୫୦୦ ଟଙ୍କା ଖର୍ଚ୍ଚ ହେଉଛି।

– ୬ ହାଜର ଟଙ୍କାର ସବସିଡି ମିଳିବ, ଆଉ ବାକି ୨୫୦୦ ଟଙ୍କା ଆବେଦକଙ୍କୁ ଦେବାକୁ ପଡିବ।

– ଚାର୍ଜିଂ ଷ୍ଟେସନ ପାଇଁ ଏକ ଫୁଟ ଲମ୍ବ ଏବଂ ଚଉଡାର ସର୍ବନିମ୍ନ ଜାଗାର ମଧଦ୍ୟ ଆବଶ୍ୟକତା ପଡିବ।

– ୭ ଦିନରେ ସବସିଡି ସହିତ ଚାର୍ଜିଂ ଷ୍ଟେସନ ଲଗାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.