ଇନଷ୍ଟାଗ୍ରାମ୍‌ ଷ୍ଟୋରିଜରେ ଏହି ୫ ଫଣ୍ଟକୁ କରନ୍ତୁ ବ୍ୟବହାର, ହଜାର ହଜାର ସଂଖ୍ୟାର ପାଇବେ ଭ୍ୟୁଜ୍‌

ଇନଷ୍ଟାଗ୍ରାମ ଜରିଆରେ ୟୁଜର୍ସ ନିଜ ଭାବନାକୁ ବ୍ୟକ୍ତ କରନ୍ତି। ଏହା ଏକ ପ୍ରକାର ସୋସିଆଲ ନେଟଓ୍ଵାର୍କିଙ୍ଗ ସାଇଟ। ଯାହାକୁ ସ୍ମାର୍ଟଫୋନ ଏବଂ ପିସିରେ ଚଲାଯାଇଥାଏ। ୟୁଜର୍ସ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଖାସ କିମ୍ବା ଭଲ ଫଟୋ, ଭିଡିଓ କିମ୍ବା ଗୀତକୁ ସେୟାର କରନ୍ତି। ଏହା ପରେ ମଧ୍ୟ ୟୁଜର୍ସଙ୍କୁ ସବୁବେଳେ ଅଭିଯୋଗ ରହିଥାଏ ଯେ ଷ୍ଟୋରୀ ଦେବା ପରେ ବି ସେମାନଙ୍କର ଭ୍ୟୁଜ୍‌ ବହୁତ କମ୍‌ ମିଳିଥାଏ। ଭ୍ୟୁଜ୍‌ ବଢ଼ାଇବା ପାଇଁ ୟୁଜର୍ସ ନିଜ ବନ୍ଧୁ ଏବଂ ପରିଜନଙ୍କୁ ମେନସନ୍‌ କରନ୍ତି। ମାର୍କେଟରେ କିଛି ଥାର୍ଡ ପାର୍ଟି ଆପ୍‌ ଉପଲବ୍ଧ ରହିଛି ଯାହାଦ୍ୱାରା ଭ୍ୟୁଜ ବଢ଼ାଯାଇପାରିବ।

ତେବେ ଏଇଠି ପ୍ରଶ୍ନ ଯେ କଣ ଏହି ଥାର୍ଡ ପାର୍ଟି ଆପ୍‌ ସୁରକ୍ଷିତ। ଏହି ଆପ୍ସ ଭୋଟ୍ସ ଜରିଆରେ ଭ୍ୟୁଜ ତ ବଢ଼ାଇ ଦେଇଥାଏ କିନ୍ତୁ ଏହା ବିଲକୁଲ ବି ସୁରକ୍ଷିତ ହୋଇନଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ତରିକା ବତାଇବୁ ଯାହାଦ୍ୱାରା ଆପଣ ହଜାର ହଜାର ସଂଖ୍ୟାର ଭ୍ୟୁଜ୍‌ କରିପାରିବେ। ନା କୌଣସି ଆପ୍‌ ଇନଷ୍ଟଲ କରିବାକୁ ପଡିବ ନା କାହାକୁ ଫୋର୍ସ କରିବାକୁ ପଡିବ। ଆପଣ କେବଳ ୫ଟି ଫଣ୍ଟସ୍‌ ବ୍ୟବହାର କରି ହଜାର ହଜାର ସଂଖ୍ୟାର ଭ୍ୟୁଜ୍‌ ପାଇପାରିବେ।

instagramଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିବା ସମୟରେ ଟ୍ୟାଗ୍ସ ନିଶ୍ଚୟ ଦିଅନ୍ତୁ। ଷ୍ଟୋରୀରେ ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ Donut Font ବ୍ୟବହାର କରନ୍ତୁ। ଷ୍ଟୋରୀକୁ ଆକର୍ଷକ କରିବା ପାଇଁ Giphabet ଫଣ୍ଟ ବ୍ୟବହାର କରିପାରିବେ। ଯଦିଓ ଏହି ଫଣ୍ଟରେ ସବୁ ଆଲଫାବେଟ ପାଇଁ ଅଲଗା ଅଲଗା ପଶୁ ଥାନ୍ତି। ଏହି କାରଣରୁ ଭ୍ୟୁଅର୍ସ ଷ୍ଟୋରୀ ଦେଖିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ଅଟକନ୍ତି। ଏପରି ହେଲେ ଜଲଦି ଜଲଦି ସ୍କିପ୍‌ କିମ୍ବା ସ୍କ୍ରୋଲ କରନ୍ତିନାହିଁ। ଏହି ଫଣ୍ଟ୍‌ ଦ୍ୱାରା ରିଚ୍‌ ବହୁତ ଅଧିକ ହୋଇଥାଏ।

ଅଧିକାଂଶ ଲୋକ ଷ୍ଟୋରୀରେ ବହୁତ ସାମାନ୍ୟ ଫଣ୍ଟର ବ୍ୟବହାର କରନ୍ତି। ଏହି କାରଣରୁ ଇନଷ୍ଟାଗ୍ରାମ କୋଡିଙ୍ଗ୍‌ ତାଙ୍କୁ ଡିକୋଡ ତ କରିଦିଅନ୍ତି, କିନ୍ତୁ ଅନ୍ୟ ୟୁଜର୍ସଙ୍କୁ ସଜେଷ୍ଟ (Suggest) କରନ୍ତିନାହିଁ। କୌଣସି ବି ଷ୍ଟୋରୀ ପୋଷ୍ଟକୁ ସଜେସନରେ ପଠାଇବାକୁ ହେଲେ ଅଲଗା ପ୍ରକାରର ଫଣ୍ଟ୍‌ ବ୍ୟବହାର କରନ୍ତୁ। ଫଟୋ ଏବଂ ଭିଡିଓ ସେୟାର କରିବା ସମୟରେ ଟ୍ୟାଗ୍ସ ଦେବାକୁ ନ ଭୁଲନ୍ତି। ଏହି କଥାର ଖାସ୍‌ ଧ୍ୟାନ ରଖନ୍ତୁ ଯେ ଯେପରି ସେହି ଟ୍ୟାଗ ଫଟୋ ଏବଂ ଭିଡିଓ ସହ ଯୋଡି ହୋଇଥିବ। Animafont ଏବଂ AAkoset ଫଣ୍ଟ୍‌ ବ୍ୟବହାର କରି ଆପଣ ଷ୍ଟୋରୀକୁ ସଜେସନରେ ପଠାଇପାରିବେ।

ଫାୟାର ଆଲଫାବେଟ ଏକ ଅଲଗା ପ୍ରକାରର ଆଲଫାବେଟ। ଏହାକୁ ଷ୍ଟୋରୀରେ ଭାଇବ୍ସ ଦେଇପାରିବେ ଯେବେବି ଆନିମେଟେଡ୍‌ ଷ୍ଟୋରୀ ଲଗାଇବେ। ସମାନ ଷ୍ଟୋରୀ ଲଗାଇବା ଦ୍ୱାରା ୟୁଜର୍ସ ଏହାକୁ ସ୍କିପ୍‌ କରିଦିଅନ୍ତି। ଯଦି କୌଣସି ଫଟୋକୁ ସେୟାର କରୁଛନ୍ତି ତାହେଲେ ତାହା ଉପରେ Fire Alphabet ଫଟୋ ବିଷୟରେ ନିଶ୍ଚୟ ଲେଖନ୍ତୁ। ଏହାସହିତ କଣସି ଟ୍ରେଣ୍ଡିଙ୍ଗ ଗୀତ ଲଗାଇ ପାରିବେ, ଯାହାଦ୍ୱାରା ୟୁଜର୍ସ ଏହି ଗୀତକୁ ଶୁଣିବା ପାଇଁ ଅଟକି ରହିବେ। କିନ୍ତୁ କେବେବି ଷ୍ଟୋରୀର ରିଚ୍‌ ବଢ଼ାଇବା ପାଇଁ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରନ୍ତୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.