Moto Razr ରେ ମିଳୁଛି ୭୦ ହଜାର ଟଙ୍କାର ଡିସକାଉଣ୍ଟ, ଶସ୍ତାରେ ମିଳୁଛି ଫୋଲ୍ଡେବଲ୍ ଡିସପ୍ଲେ ଥିବା ସ୍ମାର୍ଟଫୋନ

ଯଦି ଆପଣ ଫୋଲ୍ଡେବଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଚନ୍ତି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏମିତି ସୁଯୋଗ ହୁଏତ ଆପଣଙ୍କୁ ମିଳିନପାରେ। ୭୦ ହଜାର ଟଙ୍କା ଶସ୍ତାରେ ମିଳୁଛି Moto Razr । ତେବେ ଜାଣନ୍ତୁ କେଉଁଠି ମିଳୁଛି ଏହି ଅଫର। କିଛିଦିନ ପୂର୍ବରୁ Motorola ର ଲାଟେଷ୍ଟ ସ୍ମାର୍ଟଫୋନ ଲାଟେଷ୍ଟ ଫୋଲଡ଼େବଲ ହ୍ଯାଣ୍ଡସେଟ Moto Razr ଭାରତରେ ଲଞ୍ଚ ହୋଇଥିଲା।

ଏହି ଫୋନର ଦାମ୍ ୧,୨୪,୯୯୯ ଟଙ୍କା ରହିଥିଲା। ଏବେ ଏହି ଫୋନକୁ ଫ୍ଲିପକାର୍ଟରୁ ୫୪,୯୯୯ ଟଙ୍କାରେ ଆପଣ କିଣିପାରିବେ। ଫୋନରେ ୭୦ ହଜାର ଟଙ୍କାର ଡିସକାଉଣ୍ଟ ଦିଆଯାଉଛି। ଏହାସହିତ HDFC ବ୍ଯାଙ୍କର କ୍ରେଡିଟ୍ କାର୍ଡ ପେମେଣ୍ଟ କରିବା ଦ୍ବାରା ୧୦ ପ୍ରତିଶତ ରିହାତି ମିଳିବ।

ସ୍ପେସିଫିକେସନ:

କମ୍ପାନୀ ଏହି ଫୋନରେ ସିଲାମ୍ଶେଲଲ ସହ ଫ୍ଲିପର ଡିଜାଇନ ଦେଇଛି । ଏହା ସହ ୟୁଜର ମାନଙ୍କୁ ଏଥିରେ ୬.୨ ଇଞ୍ଚର ଓଏଲଇଡ଼ି ଡିସପ୍ଲେ ସପୋର୍ଟ ମିଳିପାରିବ । ଯାହାର ରିଜୋଲୁସନ ୮୭୬ କ୍ସ୨୧୪୨ ପିକଶାଲା ରଖାଯାଇଛି । ମୋଡିବା ପରେ ଏହାର ସ୍କ୍ରିନ ସାଇଜ ୨.୭ ଇଞ୍ଚ ହୋଇଯାଇପାରିବ । ୟୁଜର ମାନେ ଏଥିରେ ସହଜରେ ସେଲ୍ଫି କ୍ଲିକ କରି ପାରିବେ । ଏଥିରେ ମେସେଜ ନୋଟିଫିକେସନ ସହ ମ୍ୟୁଜିକ କଣ୍ଟ୍ରୋଲର ସୁବିଧା ବି ମିଳିପାରିବ । ଏହା ସମେତ ଭଲ ପ୍ରଦର୍ଶନ ପାଇଁ ଅକ୍ଟାକୋର କ୍ବାଲକମ୍ ସ୍ନାପଡ୍ରାଗନ ୭୧୦ ଏସସି ସମେତ ୬ ଜିବି ରାମ ବି ଦିଆଯାଇଛି ।

କେମିତି ରହିଛି କ୍ୟାମେରା ସୁବିଧା:

କମ୍ପାନୀ ଏଥିରେ ୧୬ ମେଗାପିକ୍ସେଲର ପ୍ରାଇମେରୀ ସୁଟର କ୍ୟାମେରା ସୁବିଧା ଦେଇଛି । ଏହା ସହ ୟୁଜରଙ୍କୁ ଏଥିରେ ନାଇଟ ଭିଜନର ସୁବିଧା ବି ମିଳିବ । ଯାହାଦ୍ୱାରା ରାତି ସମୟରେ ବି ଭଲ ଫଟୋ କ୍ଲିକ କରିପାରିବେ । ଏହା ବାଦ ଏଥିରେ କ୍ୟାମେରା ଏଆଇ ଟେକନିକ ବି ଦିଆଯାଇଛି ।
ବ୍ୟାଟେରୀ ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଫୋନରେ 4g ଏଲିଟି, ୱାଇଫାଇ, ଜିପିଏସ ସମେତ ୟୁଏସବି ଟାଇପ-ସି ପୋର୍ଟ ଫିଚର ପରି ସପୋର୍ଟ ମାନ ବି ମିଳିଯାଇଛି । ୟୁଜର୍ସଙ୍କୁ ଏଥିରେ ୨,୫୧୦ ଏମଏଏଚ ବ୍ୟାଟେରୀ ସୁବିଧା ବି ମିଳିପାରିବ । ଯେବେକି, ମୋଟୋରୋଲା ରେଜର ଆଣ୍ଡ୍ରଏଡ଼ ୯.୦ ପାଇ ଅପରେଟିଙ୍ଗ ସିଷ୍ଟମ ସହ କାମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.