ଶୀତ ପାଖେଇ ଆସୁଛି ଏବଂ ଲୋକମାନେ ଗିଜର କିଣିବା ପାଇଁ ପ୍ଲାନ କଲେଣି । ଶୀତଦିନେ ଗରମ ପାଣି ଆବଶ୍ୟକ ହୁଏ, ତେଣୁ ପାଣି ଗରମ କରିବା ପାଇଁ ଗିଜର ବ୍ୟବହାର କରାଯାଏ । ଶୀତଦିନେ ଏହା ଆମର ଦୈନିକ ଜୀବନକୁ ସହଜ କରିଥାଏ । କିନ୍ତୁ ଅନ୍ୟ କୌଣସି ଇଲେକ୍ଟ୍ରୋନିକ ପ୍ରଡକ୍ଟ ପରି ଗିଜର ମଧ୍ୟ ସମୟ ସମୟରେ ଯତ୍ନ ନେବା ଆବଶ୍ୟକ କରନ୍ତି । ସେଥିପାଇଁ ଗିଜର ପାଇଁ ଆନୱାଲ ମେଣ୍ଟେନାନ୍ସ କଣ୍ଟ୍ରାକ୍ଟ (AMC) ନେବା ଏକ ଭଲ ଅପ୍ସନ୍ ବୋଲି ପ୍ରମାଣିତ ହୋଇପାରେ ।
AMC କ’ଣ?
ଗିଜରଗୁଡିକ ପାଇଁ ଆନ୍ୱାଲ୍ ମେଣ୍ଟେନାନ୍ସ କଣ୍ଟ୍ରାକ୍ଟ (AMC) ର ଅର୍ଥ ହେଉଛି ବାର୍ଷିକ ରକ୍ଷାଣବେକ୍ଷାଣ ଚୁକ୍ତି । ଯେତେବେଳେ ଆପଣ କୌଣସି ଇଲେକ୍ଟ୍ରୋନିକ ପ୍ରଡକ୍ଟ କିଣନ୍ତି, ଯେପରି ଗିଜର, ତେବେ ଆପଣ ଏକ ବର୍ଷ କିମ୍ବା ଅଧିକ ସମୟ ପାଇଁ କମ୍ପାନୀରୁ AMC ପାଇପାରିବେ ।
AMC ନେବାର ଅର୍ଥ ହେଉଛି ଆପଣ କମ୍ପାନୀ ସହିତ କଣ୍ଟ୍ରାକ୍ଟ କରନ୍ତି ଯାହା ୧ ବର୍ଷ ପାଇଁ ନିୟମିତ ଭାବରେ ଆପଣଙ୍କର ଗିଜର ଠିକ ରଖିବ । AMC ସର୍ଭିସ ଯୋଗାଇବା ପାଇଁ କମ୍ପାନୀ ଚାର୍ଜ ଆଦାୟ କରେ ।
AMC ନେବାର ଫାଇଦା :
ଆନୁଆଲ୍ ମେଣ୍ଟେନାନ୍ସ କଣ୍ଟ୍ରାକ୍ଟ (AMC) ନେବା ଦ୍ୱାରା ଆପଣଙ୍କୁ ବେନିଫିଟ୍ ମିଳିବ ।
ରେଗୁଲାର୍ ମେଣ୍ଟେନାନ୍ସ :
AMC ନେବା ଦ୍ୱାରା ଆପଣଙ୍କୁ ଗିଜର ନିୟମିତ ରକ୍ଷାଣବେକ୍ଷଣ ହେବ । ଏଥିରେ ଗିଜର ସମସ୍ତ ପାଟ୍ର୍ସ ଯାଞ୍ଚ, ସଫା କରିବା ଏବଂ ତେଲ ସାମିଲ ହୋଇଛି ।
କ’ଣ ରହିଛି ଏହାର ସମସ୍ୟା :
AMC ଅଧୀନରେ ନିୟମିତ ଯାଞ୍ଚରେ ଗିଜରରେ ଛୋଟ ଛୋଟ ସମସ୍ୟାକୁ ଠିକ୍ ସମୟରେ ଚିହ୍ନଟ କରିବାରେ ସାହାଯ୍ୟ କରେ । ଯାହାଦ୍ୱାରା ଏକ ବଡ଼ ସମସ୍ୟା ଘଟିବା ପୁର୍ବରୁ ଏହାକୁ ଠିକ କରାଯାଇପାରିବ ।
ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ :
ଯଦି ଆପଣଙ୍କର ଗିଜର ଭାଙ୍ଗିଯାଏ ଏବଂ ଆପଣଙ୍କ ପାଖରେ AMC ନାହିଁ,ତେବେ ରିପାୟାର ପାଇଁ ଆପଣଙ୍କୁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । କିନ୍ତୁ AMC ରହିବା ଦ୍ୱାରା ଆପଣଙ୍କୁ ରିପେୟାର ପାଇଁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଫ୍ରି’ ସର୍ଭିସ :
ଆପଣ AMC ଅଧୀନରେ ଅନେକ ଫ୍ରି’ ସର୍ଭିସ ପାଇପାରିବେ । ଯେପରି ଫ୍ରି’ ହୋମ୍ ଭିଜିଟ୍, ଫ୍ରି’ ଡାଇଗେ୍ନାସିସ୍ ଏବଂ ଫ୍ରି’ ପାର୍ଟ ରିପ୍ଲେସମେଣ୍ଟ ଇଦ୍ୟାଦି ।
AMC ରେ କ’ଣ ସାମିଲ କରାଯାଇଛି:
ଗିଜର ସଫା କରିବା : ଗିଜର ଭିତରେ ଓ ବାହାରେ ସଫା କରିବା ।
ଥରମୋଷ୍ଟାଟ ଯାଞ୍ଚ : ଥରମୋଷ୍ଟାଟ ସଠିକ୍ ଭାବରେ କାମ କରୁଛି କି ନାହିଁ ଯାଞ୍ଚ କରନ୍ତୁ ।
ହିଟିଙ୍ଗ୍ ଏଲିମେଣ୍ଟ ଯାଞ୍ଚ : ହିଟିଙ୍ଗ୍ ଏଲିମେଣ୍ଟରେ କୌଣସି ଭୁଲ ଅଛି କି ନାହିଁ ଯାଞ୍ଚ କରନ୍ତୁ ।
ପାଇପ୍ସ ଯାଞ୍ଚ : ପାଇପରେ କୌଣସି ଲିକେଜ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ ।
ଇଲେକ୍ଟ୍ରିକାଲ କନେକ୍ସନ୍ ଯାଞ୍ଚ: ଇଲେକ୍ଟ୍ରିକାଲ କନେକ୍ସନ୍ ସଠିକ୍ ଭାବରେ ସଂଯୋଗ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ ।
ଏକ୍ସଟ୍ରା ଟେଷ୍ଟ: ଗିଜରରେ ଅନ୍ୟ ସମସ୍ତ ପାଟର୍ସ ଯାଞ୍ଚ କରନ୍ତୁ ।
କେବେ ନେଉଛନ୍ତି AMC?
ଗିଜର କିଣିବା ସମୟରେ କିମ୍ବା ପରେ ମଧ୍ୟ AMC ନିଆଯାଇପାରେ । ଯଦି ଆପଣଙ୍କର ଗିଜର ନୂଆ ତେବେ ଆପଣ କିଣିବା ସମୟରେ AMC ନେଇ ପାରିବେ । ଯଦି ଆପଣଙ୍କର ଗିଜର ପୁରୁଣା, ଆପଣ ଯେକୌଣସି ସମୟରେ AMC ନେଇପାରେବେ । ଗିଜରର ରକ୍ଷାଣବେକ୍ଷଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । AMC ନେବା ଦୀର୍ଘ ସମୟ ଧରି ଗିଜର ଚଲାଇବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଆପଣ ଅଯଥା ଖର୍ଚ୍ଚରୁ ମଧ୍ୟ ବଞ୍ଚି ପାଇପାରିବେ । ତେଣୁ ଆପଣଙ୍କ ଗିଜର ପାଇଁ ଏକ ଭଲ କମ୍ପାନୀରେ AMC ପ୍ଲାନ୍କୁ ନେଇପାରିବେ ।