ସେପ୍ଟେମ୍ବରରେ ଗୁଗୁଲ୍ ବଦଳାଇବା ପାଇଁ ଯାଉଛି ଏହାର Gmail କ୍ୟାଲେଣ୍ଡର ଆପ୍ ର ଡିଜାଇନ୍
ଗୁଗୁଲ୍ ଏବେ ନିଜର ଲୋକପ୍ରିୟ ଜିମେଲ୍ ସହ ଗୁଗୁଲ ଡକ୍ୟୁମେଣ୍ଟ , କ୍ୟାଲେଣ୍ଡର ଆଦିର ଡିଜାଇନ୍ ପରିବର୍ତ୍ତନ କରିବା ପାଇଁ ଯାଉଛି । ଗୁଗୁଲ୍ର ଏହି ସବୁ ଆପ୍ ପାଇଁ ଡିଜାଇନ୍ ପରିବର୍ତ୍ତନ କରାଯାଇଛି। ନୂଆ ଡିଜାଇନ୍ ଆସିବା ପୂର୍ବରୁ ଆପ୍ରେ କେତକ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି । ଆଣ୍ଡ୍ରଏଡ୍ ୧୨ରେ ଏହାର କେତକ ପରିବର୍ତ୍ତନ କରାଯାଇଛି।
ସେପ୍ଟେମ୍ବର ୨୦ ତାରିଖରୁ ଗୁଗୁଲ୍ କ୍ୟାଲେଣ୍ଡରର ନୂଆ ଭର୍ସନ୍ ଲଞ୍ଚ କରାଯିବ । ଆଣ୍ଡ୍ରଏଡ୍ ୧୨ ସହ ଗୁଗୁଲ୍ ମେଲ୍ର ନଆୂ ଭର୍ସନ ଆସିବ । ଏଥିରେ ପିଲ୍ ସେପ୍ , ନାଭିଗେସନ୍ ଏବଂ ଡାୟନୋମିକ୍ କଲର୍ ଅପସନ୍ ମିଳିବ । ଆପ୍ରେ ବଲ୍ଲୀ ବଟନ, ସିଫଟିଂ କଲ୍ ଏବଂ ସ୍ମୁଥ୍ ଆନିମେସନ୍ ମିଳବ । ଏଥିରେ ବ୍ୟବହାରକାରୀଙ୍କୁ ଅଧିକ କ୍ଲାରିଟି ମିଳିବ ବୋଲି କୁହାଯାଇଛି।
ପୂର୍ବରୁ ଗୁଗୁଲ୍ ଏହାର ଫଟୋସ୍ର ଫିଚରକୁ କିଛି ଦିନ ତଳେ ପରିବର୍ତ୍ତନ କରିଥିଲା । ଫଟୋ ଓ ଭିଡିଓ ସେଭ୍ ରଖିବା ପାଇଁ ଗୁଗୁଲ୍ ଫଟୋସ୍ ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ କମ୍ପାନି ଏହି ନିୟମରେ ସଂଶୋଧନ ଆଣିଥିଲା । ଜୁନ ୧ରୁ ୟୁଜରମାନଙ୍କୁ ଗୁଗୁଲ୍ ଫଟୋସ୍ରେ ଫଟୋ ଓ ଭିଡିଓ ଷ୍ଟୋର କରି ରଖିବା ପାଇଁ କେବଳ ୧୫ଜିବି ସ୍ପେସ୍ ମିଳୁଛି । ଏହା ପୂର୍ବରୁ ୟୁଜରମାନେ ଅସୀମିତ ମାଗଣା ଷ୍ଟୋରେଜର ଫାଇଦା ଉଠାଇ ଆସୁଥିଲେ ।