ସାବଧାନ ହୋଇଯାଆନ୍ତୁ Gmail ଏବଂ Outlook ୟୁଜର୍ସ, ନୂଆ ଇମେଲ ସ୍କାମ ଜରିଆରେ ହ୍ଯାକର୍ସ କରୁଛନ୍ତି ଶିକାର

ଆଜିକାଲି ସାଇବର କ୍ରାଇମ ବହୁତ ଅଧିକ ବଢିଯାଇଛି। ଫଳରେ ୟୁଜର୍ସ ବହୁତ ସମସ୍ଯାର ସାମ୍ନା କରୁଛନ୍ତି। ଏହାମଧ୍ୟରେ ଇମେଲ ସ୍କାମ୍ ମଧ୍ୟ ବଢିଯାଇଛି। ହ୍ଯାକର୍ସ ଏବଂ ଠକୁଥିବା ବ୍ଯକ୍ତି ନୂଆ ନୂଆ ଉପାୟ ଆପଣାଇ ୟୁଜର୍ସଙ୍କୁ ଏହି ସ୍କାମର ଶିକାର କରୁଛନ୍ତି। ଇମେଲ ଜରିଆରେ ସ୍କାମ କରି ୟୁଜର୍ସଙ୍କୁ ବିଭିନ୍ନ ପ୍ରକାର ଲିଙ୍କ ଦେଇ ସେଗୁଡିକୁ କ୍ଲିକ କରିବାକୁ କହୁଛନ୍ତି ଆଉ ସେମାନଙ୍କର ବ୍ଯକ୍ତିଗତ ବିବରଣୀ ଚୋରି କରିନେଉଛନ୍ତି।

ଏବେ ନୂଆ ଇମେଲ ସ୍କାମରେ Gmail ଏବଂ Outlook ୟୁଜର୍ସଙ୍କୁ ଟାର୍ଗେଟ କରାଯାଉଛି। ଏହି ମେଲ ସୁପରମାକେର୍ଟ ତରଫରୁ ଆସୁଥିବା ଦାବି କରାଯାଇଛି। ଆଉ ୟୁଜର୍ସଙ୍କ ଦିଆଯାଉଥିବା ଲିଙ୍କରେ କ୍ଲିକ କରିବାକୁ ବାଧ୍ୟ କରାଯାଉଛି। ଏହି ଲିଙ୍କରେ କ୍ଲିକ କରିବା ମାତ୍ରେ ୟୁଜର୍ସ ନିଜର ପଇସା, ପ୍ରାଇଭେଟ ଡାଟା ସବୁକିଛି ହରାଉଛନ୍ତି।

ଜଣାଶୁଣା ଲୋକପ୍ରିୟ ସର୍ଭିସ Gmail ଏବଂ Outlook ୟୁଜର୍ସଙ୍କୁ ଇମେଲ ଜରିଆରେ ଟାର୍ଗେଟ କରାଯାଇ ଉପହାର ଏବଂ ଟଙ୍କାର ଲୋଭ ଦେଖାଇ ଲୁଟି ନେଉଛନ୍ତି ହ୍ଯାକର୍ସ। ଏହି ଗିଫ୍ଟ କାଡର୍ସ ଜରିଆରେ ଏହିସବୁ ଷ୍ଟୋରରୁ କିଣିପାରିବେ ବୋଲି କୁହାଯାଉଛି। ଫଳରେ ଲୋଭର ବଶବର୍ତ୍ତୀ ହୋଇ ୟୁଜର୍ସ କ୍ଲିକ କରୁଛନ୍ତି ଆଉ ସବୁକିଛି ହରାଉଛନ୍ତି।

ଏହିସବୁ ଗିଫ୍ଟ କାର୍ଡକୁ କ୍ଲେକ କରିବା ପାଇଁ ସ୍କାମର୍ସ ୟୁଜର୍ସଙ୍କୁ ସଟ୍ ସର୍ଭେରେ ଭାଗ ନେବାକୁ କହୁଛନ୍ତି। ୟୁଜର୍ସ ଯେଉଁ ଲିଙ୍କରେ କ୍ଲିକ କରିବେ ସେମାନଙ୍କୁ ଏକ ୱେବସାଇଟକୁ ଯିବାକୁ ପଡୁଛି। କିନ୍ତୁ ସର୍ଭେରେ ଭାଗ ନେବା ପରେ ୟୁଜର୍ସଙ୍କୁ କିଛି ମିଳିବ ନାହିଁ। ଏହାଦ୍ବାରା ସେମାନେ ନିଜର ପର୍ସନାଲ ଡିଟେଲ୍ସକୁ ହରାଉଛନ୍ତି।

Express UK ଅନୁଯାୟୀ, ଏହି ପ୍ରକାରର ପ୍ରଥମ ସ୍କାମ ଜୁନରେ ଦେଖିବାକୁ ମିଳିଥିଲା। ଏହା ଜରିଆରେ ସ୍କାମର୍ସ ୟୁଜର୍ସଙ୍କ ଲଗଇନ ଡିଟେଲ୍ସ ଏବଂ ଅନ୍ଯ ବିବରଣୀକୁ ହାସିଲ କରିନିଅନ୍ତି। ଏଥିରୁ ବଞ୍ଚିବା ପାଇଁ ୟୁଜର୍ସ କୌଣସି ପ୍ରକାର ଅଜ୍ଞାତ ମେଲରୁ ମେଲ୍ ଲିଙ୍କରେ କ୍ଲିକ୍ କରିବା ପାଇଁ ପରାମର୍ଶ ଦେଇଥାନ୍ତି। କିନ୍ତୁ କେବେ ବି ୟୁଜସର୍ କୌଣସି ଅଜଣା ଆଟାଚମେଣ୍ଟକୁ ଓପନ ନ କରନ୍ତୁ କିମ୍ବା ଅଜ୍ଞାତ ୱେବସାଇଟରେ କେବେ ବି ପର୍ସନାଲ ବିବରଣୀ ଦିଅନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.