ଫୁଲ୍ ହୋଇଛି କି Gmail ଷ୍ଟୋରେଜ୍? ଏହି ଟିପ୍ସ ସାହାଯ୍ୟରେ କରନ୍ତୁ ଷ୍ଟୋରେଜ୍ ଖାଲି

ଅନେକ ସମୟରେ ଫୋନ୍ ବ୍ୟବହାର କରିବା ବେଳେ ଏଥିରେ ଥିବା ସବୁ ଆପ୍ ଗୁଡ଼ିକ ଅଧିକ ବ୍ୟବହାର ପାଇଁ ଫୁଲ୍ ହୋଇଯାଏ। ଯାହାପାଇଁ ଷ୍ଟୋରେଜ ଫୁଲ୍ ହେବା କାରଣରୁ ଫୋନ୍ ମଧ୍ୟ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ। କିନ୍ତୁ ଯଦି ଆପଣ ଠିକ୍ ସମୟରେ ବ୍ଯବହାର କରୁଥିବା ଆପ୍ ଗୁଡ଼ିକର ଷ୍ଟୋରେଜ ଖାଲି କରିବେ ତେବେ ଅପଣଙ୍କ ଫୋନ୍ ର କୌଣସି ଅସୁବିଧା ହେବ ନାହିଁ।

ତେବେ ସୋସିଆଲ ମିଡିଆ ଆପ୍ ଗୁଡ଼ିକ ମଧ୍ୟରୁ ପ୍ରାୟ ଅନେକ ଲୋକ Gmail ବ୍ୟବହାର କରନ୍ତି। କିନ୍ତୁ ଯଦି Gmail ଷ୍ଟୋରେଜ ଫୁଲ୍ ହୁଏ ଏହାକୁ କିପରି ଖାଲି କରାହେବ ପ୍ରାୟତ ଅନେକ ଲୋକଙ୍କୁ ଜଣା ନାହିଁ। ତେବେ ଆସନ୍ତୁ ଜାଣିବା କିପରି ନିଜ Gmail ଷ୍ଟୋରେଜ୍ ଖାଲି କରିବେ। ଯଦି ଆପଣ ଦୀର୍ଘ ସମୟ ଧରି Gmail ବ୍ୟବହାର କରୁଛନ୍ତି ଏବଂ ଅନାବଶ୍ୟକ ମେଲଗୁଡିକ କାଟନ୍ତୁ।କାରଣ ଏହା କ୍ଲାଉଡ୍ ଷ୍ଟୋରେଜ୍ ଭରିଦିଏ। ଏପରି ପରିସ୍ଥିତିରେ, ନୂଆ ମେଲ୍ ପାଇବାରେ ଏକ ସମସ୍ୟା ହୋଇପାରେ। ଯଦି ଆପଣ ମଧ୍ୟ Gmail ରେ ଫୁଲ୍ ଷ୍ଟୋରେଜ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ।

ଅଫିସ୍ କାର୍ଯ୍ୟ ଏବଂ ମେସେଜିଂ ପାଇଁ ଆମେ Gmail ବ୍ୟବହାର କରୁ। Gmail ହେଉଛି ଗୁଗଲର ଏକ ଇମେଲ୍ ସେବା ଯାହା ଲୋକଙ୍କୁ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ ଉଦ୍ଦେଶ୍ୟରେ ବ୍ୟବହାର କରିବାରେ ସାହାଯ୍ୟ କରେ। ଏହି ପ୍ଲାଟଫର୍ମରେ, ଆପଣଙ୍କୁ ଅନେକ ମେସେଜିଂ ସେବା ସହିତ ୧୫ ଜିବି ପର୍ଯ୍ୟନ୍ତ ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ସ୍ପେସ୍ ମଧ୍ୟ ଦିଆଯାଇଛି। ଯଦି ଆପଣ ଦୀର୍ଘ ସମୟ ଧରି Gmail ବ୍ୟବହାର କରୁଛନ୍ତି ଏବଂ ଅନାବଶ୍ୟକ ମେଲଗୁଡିକ ରହିଛି ତେବେ ଏହା କ୍ଲାଉଡ୍ ଷ୍ଟୋରେଜ୍ ଭରିଦିଏ। ଏପରି ପରିସ୍ଥିତିରେ, ନୂତନ ମେଲ୍ ପାଇବାରେ ଏକ ସମସ୍ୟା ହୋଇପାରେ।

Gmail ସ୍ପେସ୍ ଖାଲି କରିବାର ପ୍ରକ୍ରିୟା:

୧. ବଡ଼ ଫାଇଲଗୁଡିକ ସଫା କରିବା ପାଇଁ ସର୍ବପ୍ରଥମେ, ଆପଣଙ୍କୁ Gmail ଆପ୍ ଖୋଲି ପ୍ରୋଫାଇଲ୍ ଆଇକନ୍ ଉପରେ ଟ୍ୟାପ୍ କରିବାକୁ ପଡିବ।

୨. ଏହା ପରେ ଆପଣ କ୍ଲାଉଡ୍ ଏବଂ ଷ୍ଟୋରେଜ୍ ସ୍ପେସ୍ ର ସବୁ ଡିଟେଲ୍ସ ଦେଖାଯିବ।

୩. ଗୁଗୁଲ୍ ସେବା ଦ୍ୱାରା ବ୍ୟବହୃତ ଷ୍ଟୋରେଜ୍ ସ୍ପେସ୍ ର ସବୁ ଡିଟେଲ୍ସ ଦେଖିବାକୁ ଆପଣ କ୍ଲାଉଡ୍ ଆଇକନ୍ ଉପରେ କ୍ଲିକ୍ କରିପାରିବେ। ଗୁଗୁଲ୍ ଆପଣଙ୍କୁ ସହଜ ଗ୍ରାଫ୍ ସହିତ ଷ୍ଟୋରେଜ୍ ସ୍ପେସକୁ ବୁଝିବାରେ ସାହାଯ୍ୟ କରିବ।

୪. ଷ୍ଟୋରେଜ୍ ସ୍ପେସ୍ ସଫା କରିବାକୁ, ଆପଣଙ୍କୁ କ୍ଲିନ୍ ଅପ୍ ସ୍ପେସ୍ ଉପରେ ଟ୍ୟାପ୍ କରିବାକୁ ପଡିବ, ଏହା ପରେ ଆପଣ ଷ୍ଟୋରେଜ୍ ମ୍ୟାନେଜର୍ ଟୁଲ୍ସ ବ୍ୟବହାର କରିବାକୁ ସମର୍ଥ ହେବେ।

୫. ଏଠାରେ ଆପଣ ଗୋଟିଏ ଟ୍ୟାପ୍ ରେ ସମସ୍ତ ବଡ ଆଇଟମ୍ ବା ଲାର୍ଜ ଆଇଟମ୍ ଗୁଡିକୁ ମଧ୍ୟ ଦେଖିପାରିବେ ଏବଂ ଡିଲିଟ୍ କରିପାରିବେ।

୬. ଗୁଗଲ ଆପଣଙ୍କୁ ବଡ଼ ଆଇଟମଗୁଡିକର ଏକ ସମ୍ପୂର୍ଣ୍ଣ ତାଲିକା ଦେଖାଇବ, ଯାହା ପରେ ଆପଣ ଏହି ତାଲିକାରୁ ଚୟନ କରିପାରିବେ ଏବଂ ଅନାବଶ୍ୟକ ଫାଇଲଗୁଡ଼ିକୁ ଡିଲେଟ କରିପାରିବେ। ଆପଣ ଏହି ପରି ଷ୍ଟୋରେଜ୍ ମଧ୍ୟ ସଫା କରିପାରିବେ।

ଏହା ପରେ ଆଉ ଏକ ଅନ୍ୟ ଉପାୟ ମଧ୍ୟ ରହିଛି Gmail ଷ୍ଟୋରେଜ ଖାଲି କରିବାର। Gmail ଷ୍ଟୋରେଜ୍ ସଫା କରିବାର ଅନ୍ୟ ଉପାୟ ବିଷୟରେ କହିବାକୁ ଗଲେ, ଆପଣ ଗୁଗଲ୍ ଡ୍ରାଇଭ୍ ସାହାଯ୍ୟରେ ସ୍ପେସ୍ ମଧ୍ୟ ମାନୁଆଲି ପରିଚାଳନା କରିପାରିବେ। Gmail ର ଷ୍ଟୋରେଜ ବୃଦ୍ଧି ପାଇଁ ଏହା ହେଉଛି ସବୁଠାରୁ ସହଜ ଏବଂ ଦ୍ରୁତତମ ଉପାୟ। ଏଥିପାଇଁ ଆପଣଙ୍କୁ ଗୁଗଲ୍ ଡ୍ରାଇଭ୍ ଆପ୍ ଖୋଲିବାକୁ ପଡିବ, ଯାହା ପରେ ଆପଣ ଏଠାରୁ ଅନାବଶ୍ୟକ ଫଟୋ ଏବଂ ଭିଡିଓ ଡିଲିଟ୍ କରିପାରିବେ।

Leave A Reply

Your email address will not be published.