Gmail ୟୁଜର୍ସ ସାବଧାନ! ଏହି ନକଲି ମେଲ୍ ଦ୍ୱାରା ଆପଣଙ୍କର ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ ହୋଇପାରେ, ଏହିପରି ରୁହନ୍ତୁ ସୁରକ୍ଷିତ
Gmail ଏବଂ Hotmail ବ୍ୟବହାରକାରୀମାନେ ସାବଧାନ୍! ଏବେ ହୋଇଯାଆନ୍ତୁ ସତର୍କ । କାରଣ ଫେସବୁକ ସପୋର୍ଟ ଟିମ୍ ନାମରେ ବ୍ୟବହାରକାରୀ ମାନଙ୍କ ପାଖକୁ ଆସୁଛି ଏକ ଫେକ୍ ଇମେଲ। ଏହି ଇମେଲ ମାଧ୍ୟମରେ, ଉପଭୋକ୍ତାମାନଙ୍କୁ ଟାର୍ଗେଟ କରାଯାବା ସହିତ ସେମାନଙ୍କ ଆକାଉଣ୍ଟ ବିବରଣୀ ନେବାକୁ ଏକ ପ୍ରୟାସ କରାଯାଉଛି।
ଏକ ରିପୋର୍ଟ ଅନୁଯାୟୀ, Trustwaveର ସାଇବର ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଫେକ୍ ଇମେଲ ଦ୍ବାରା କୁହାଯାଉଛି ଯେ ବ୍ୟବହାରକାରୀଙ୍କ ଫେସବୁକ ଆକାଉଣ୍ଟ ଅସୁକ୍ଷିତ ଅଛି। ଯେଉଁଥିପାଇଁ ତାଙ୍କ ଫେକବୁକ୍ ଆଇଡିକୁ ଡିଲିଟ୍ କରିଦିଆଯାଇପାରେ। ଏହାକୁ ଏଡାଇବା ପାଇଁ, ଏକ ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଏ । ଏହି ସ୍କାମ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ଫେସବୁକ୍ ଆକାଉଣ୍ଟ୍ ବିବରଣୀ ପାଇବାକୁ ଚେଷ୍ଟା କରାଯାଏ।
Trustwaveର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏକ ଫେକ୍ ଇମେଲରେ ଦର୍ଶାଇଛି ଯେ ଆପଣଙ୍କର ଫେସବୁକ୍ ପେଜ୍ ଡିଲିଟ୍ କରାଯିବା ପାଇଁ ଧାର୍ଯ୍ୟ ହୋଇଛି। କାରଣ ଏଥିରେ କମ୍ଯୁନିଟ୍ ଷ୍ଟାଣ୍ଡାଡ୍ ର ଭାଓଲେନ୍ସ କରାଯାଇଛି। ଯଦି ଆପଣ ୪୮ ଘଣ୍ଟା ମଧ୍ୟରେ କୌଣସି ପ୍ରତିକ୍ରିୟା ନଦିଅନ୍ତି ତେବେ ଆପଣଙ୍କର ଫେସବୁକ୍ ଆକାଉଣ୍ଟ୍ ଡିଲିଟ୍ କରିଦିଆଯିବ। ଏହାପରେ ନିମ୍ନରେ ଏକ ସମର୍ଥନ ଇନବକ୍ସରୁ ଆପଣ ଏହି ନିଷ୍ପତ୍ତି ଅପିଲ କରିପାରିବେ। ଏହା ପରେ ଫେକ୍ ଇମେଲରେ Appeal Now ରେ କ୍ଳିକ୍ କରିବାକୁ ଅପସନ୍ ଦିଆଯାଏ ।
Gmail, Hotmail, Outlook ଏବଂ ଅନ୍ୟ ଇମେଲ୍ ବ୍ୟବହାରକାରୀମାନେ ଏହି ବଟନ୍ ଉପରେ କ୍ଲିକ୍ କରିପାରିବେ । ଏହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଏକ ନକଲି ଫେସବୁକ୍ ଆବେଦନ ପୃଷ୍ଠା ଦେଖାଯିବ, ଯେଉଁଠାରେ ଆପଣଙ୍କୁ ସମସ୍ୟା ବିଷୟରେ ଚାଟ୍ କରିପାରିବାକୁ କୁହାଯିବ। ଏଥିରୁ ଅନେକ ସୂଚନା ବ୍ଯବହାକରୀଙ୍କ ଠାରୁ ନିଆଯାଇଥାଏ। ଏଥିରେ ଦୁଇଟି ଫ୍ୟାକ୍ଟର୍ ଅଥରିଟି ଡିଟେଲ୍ସ ଯାଏ ରଖିଛି। କିନ୍ତୁ ଆମେ କହି ରଖୁଛୁ କି, ଏହା ଫେକ୍ ଅଟେ। ଆପଣ ଏହି ମେସେଜର କୌଣସି ଉତ୍ତର ନଦେଇ ଦୁରେଇ ରୁହନ୍ତୁ।